+2 ଫେଲ୍ ହୋଇ ଅଟୋ ଚଲାଉଥିଲେ, ହେଲେ ପ୍ରେମିକାର ଚ୍ୟାଲେଞ୍ଜ ଜୀବନକୁ ଏକଦମ ବଦଳାଇ ଦେଲା, ନିଶ୍ଚୟ ଜାଣନ୍ତୁ ଏହି ପ୍ରେରଣାଦାୟକ କାହାଣୀ

ଆଜି ଆମେ ଆପଣଙ୍କୁ ସଂଘର୍ଷ ଓ ସଫଳତାର ଏକ ନିଆରା କାହାଣୀ କହିବୁ । ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ବର୍ତ୍ତମାନର IPS ଅଫିସର ମନୋଜ ଶର୍ମା । ସ୍କୁଲରେ ପଢିବା ବେଳେ ପାଠରେ ମନୋଜଙ୍କ ମନ ଲାଗୁ ନଥିଲା । ଯେନତେନ କରି ଥାର୍ଡ ଡିଭିଜନରେ ମାଟ୍ରିକ ପାସ୍ କରି ନେଇଥିଲେ । ହେଲେ କଲେଜରେ ଯୁକ୍ତ 2 ରେ ଫେଲ୍ ହୋଇ ଯାଇଥିଲେ । ସେପଟେ ପରିବାରର ଆର୍ଥିକ ସ୍ଥିତି ଖରାପ ଯୋଗୁଁ କମ୍ ବୟସରେ ଅଟୋ ଚଳାଇ ରୋଜଗାର କରିବାକୁ ପଡିଥିଲା ।

ସେ ରହୁଥିବା ଘରେ ଦିନରେ ଖରା ଆଉ ରାତିରେ ତାରା ଦେଖା ଯାଉଥିଲା । ସହରରେ ଅଟୋ ଚଳାଇବା ବେଳେ ତାଙ୍କୁ ରାସ୍ତାକଡରେ ଭିକାରିଙ୍କ ସହ ଶୋଇବାକୁ ପଡୁଥିଲା । ଏସବୁ କଷ୍ଟ ଭିତରେ ବି କଲେଜ ବେଳର ଶ୍ରଦ୍ଧା ଯୋଶୀ ନାମକ ବାନ୍ଧବୀଙ୍କୁ ମନୋଜ ମନେ ମନେ ଭଲ ପାଉଥିଲେ । ହେଲେ ମନରେ ପ୍ରତ୍ୟାଖ୍ୟାନର ଭୟ ଥିବାରୁ ତାଙ୍କୁ ପ୍ରେମ ନିବେଦନ କରିବାକୁ ସେ ସାହାସ ଜୁଟାଇ ପାରୁ ନଥିଲେ ।

ଦିନେ କୌଣସି ମତେ ସାହାସ ଜୁଟାଇ ଶ୍ରଦ୍ଧାଙ୍କୁ ନିଜ ମନ କଥା କହି ଦେଇଥିଲେ ମନୋଜ । ଶ୍ରଦ୍ଧା ଯଦି ତାଙ୍କ ପ୍ରେମକୁ ସ୍ଵୀକାର କରନ୍ତି ତେବେ ସେ ନିଶ୍ଚୟ କିଛି ଗୋଟେ ବଡ କରି ଦେଖାଇବେ ବୋଲି ତାଙ୍କୁ କଥା ମଧ୍ୟ ଦେଇଥିଲେ । ମନୋଜଙ୍କ ଭଲପାଇବା ଓ ଆତ୍ମବିଶ୍ବାସ ଦେଖି ଶ୍ରଦ୍ଧା ମଧ୍ୟ ତାଙ୍କୁ ମନା କରିପାରି ନଥିଲେ ।

ପ୍ରେମିକାଙ୍କୁ ଦେଇଥିବା କଥା ଅନୁସାରେ ମନୋଜ ଆଗକୁ ପାଠ ପଢିଥିଲେ ଏବଂ UPSC ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲେ । ପ୍ରେମିକା ଶ୍ରଦ୍ଧା ତାଙ୍କୁ ସବୁବେଳେ ମାନସିକ ସମର୍ଥନ ଯୋଗାଉଥିଲେ । ତିନିଥର UPSC ପରୀକ୍ଷାରେ ବିଫଳ ହେବା ପରେ ମନୋଜଙ୍କ ଅଧ୍ୟବସାୟ ଓ ନିଷ୍ଠା ବିଫଳ ହୋଇ ନଥିଲା । ଚତୁର୍ଥ ପ୍ରୟାସରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସର୍ବ ଭାରତୀୟ ସ୍ତରରେ 121 ରାଙ୍କରେ UPSC କ୍ଲିୟର କରି ମହାରାଷ୍ଟ୍ର କ୍ୟାଡରର IPS ଅଫିସର ହୋଇଥିଲେ ମନୋଜ ।

ଏହାପରେ ଶ୍ରଦ୍ଧାଙ୍କୁ ବିବାହ କରିଥିଲେ ମନୋଜ । ଶ୍ରଦ୍ଧା ମଧ୍ୟ ଜଣେ IRS ଅଫିସର । ଜଣେ ଅଟୋ ଡ୍ରାଇଭରରୁ IPS ଅଫିସର ହୋଇଥିବା ମନୋଜଙ୍କ କାହାଣୀ ଯୁବପିଢିଙ୍କୁ ସଦାସର୍ବଦା ପ୍ରେରଣା ଯୋଗାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।