ଦିନେ ପାକିସ୍ତାନକୁ ବିଶ୍ଵ ମାନଚିତ୍ରରୁ ଲିଭେଇ ଦେବାକୁ ଧମକ ଦେଇଥିଲେ Atal Bihari Vajpayee, ଆମେରିକାର ମୁହଁ ବି ବନ୍ଦ କରି ଦେଇଥିଲେ !

ବିଶ୍ଵ ମାନଚିତ୍ରରୁ ପାକିସ୍ତାନକୁ ହଜେଇ ଦେବି । ସକାଳର ସୂର୍ଯ୍ୟ ଦେଖି ପାରିବନି ପାକିସ୍ତାନ । ହସ ହସ ମୁହଁ ସହ ଧୋତି କୁର୍ତ୍ତା ପିନ୍ଧା ସାଲିସବିହୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦିନେ ପାକିସ୍ତାନକୁ ଦେଇଥିଲେ ଏଭଳି ଧମକ । ସମୟ ଥିଲା 1999 ମସିହାର ମଧ୍ୟରାତ୍ରି । ପୁରା ଦେଶ ଶାନ୍ତିରେ ଶୋଇ ରହିଥିବା ବେଳେ ହଠାତ ଅଟଳ ବିହାରୀ ବାଜପେୟୀଙ୍କ ଟେଲିଫୋନ୍ ରିଙ୍ଗ ହୋଇଥିଲା । ନିଦ ଟିକେ ଜୋରରେ ହୋଇଥିବାରୁ ପ୍ରଥମ ଫୋନରେ ସେ କଲ୍ ଉଠାଇ ପାରି ନଥିଲେ ।

ହେଲେ ଦ୍ଵିତୀୟ ଥର ଫୋନ ବାଜି ଉଠିବ ପରେ ସେ ତୁରନ୍ତ ଯାଇ ଫୋନ ଉଠାଇଥିଲେ । ଫୋନର ଅନ୍ୟପଟେ ଥାଆନ୍ତି ସେତେବେଳର ଆମେରିକାର ଶକ୍ତିଶାଳୀ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ । ଫୋନ ଉଠାଇ ସେ ଅଟଳଙ୍କୁ କୁହନ୍ତି କି, ଭାରତ ପାଇଁ ଏକ ଖରାପ ଖବର ରହିଛି । ପାକିସ୍ତାନର ମୁସାରଫ ଭାରତ ଉପରେ ପରମାଣୁ ଆକ୍ରମଣ କରି ଭାରତକୁ ଧ୍ଵଂସ କରିବାକୁ କହୁଛନ୍ତି । ଏହା ଶୁଣିବା ପରେ ଅଟଳ ଏମିତି ଜବାବ ଦେଇଥିଲେ କି, ବିଲ୍ କ୍ଲିଣ୍ଟନ ମଧ୍ୟ ଭୟରେ ପାଟି ବନ୍ଦ କରି ଦେଇଥିଲେ ।

ଲୁହାର ଛାତି ରଖୁଥିବା ଅଟଳ କହିଥିଲେ, ଯାଅ ପାକିସ୍ତାନକୁ କହିଦେବ ମୁଁ ମୋର 25 ପ୍ରତିଶତ ଭାରତୀୟଙ୍କୁ ହରେଇବାକୁ ପ୍ରସ୍ତୁତ ଅଛି । ହେଲେ ପୁରା ପାକିସ୍ତାନ ସୂର୍ଯ୍ୟ ଉଦୟ ଦେଖି ପାରିବ ନାହିଁ । ସୂର୍ଯ୍ୟ ଉଦୟ ପୂର୍ବରୁ ସଂପୂର୍ଣ୍ଣ ଧ୍ଵଂସ ହୋଇ ଯାଇଥିବ ପୁରା ପାକିସ୍ତାନ । ପୁରା ପାକିସ୍ତାନକୁ ମୁଁ ମାଟିରେ ମିଶାଇ ଦେବି । ବିଶ୍ଵ ମାନଚିତ୍ରରୁ ଲିଭି ଯିବ ପାକିସ୍ତାନ ।

ଅଟଳଙ୍କ ଏଭଳି କଥା ଶୁଣିବା ପରେ ଫୋନ ଆରପାରିରେ ଥିବା ବିଲ୍ କ୍ଲିଣ୍ଟନ ଆପେ ଆପେ ଫୋନ ରଖି ଦେଇଥିଲେ । ଭାରତରେ ଥିବା ସିଂହର ଗର୍ଜନକୁ ସେ ସେହିଦିନ ହିଁ ବୁଝି ନେଇଥିଲେ । ଅଟଳ ଜଣେ ଏଭଳି ବ୍ୟକ୍ତିତ୍ବର ମଣିଷ ଥିଲେ ଯାହାଙ୍କ ହସରେ ବି ପରମାଣୁ ବୋମାକୁ ସାମ୍ନା କରିବାର ଶକ୍ତି ଥିଲା । ତାଙ୍କର ପଦିଏ କଥାରେ ପରମାଣୁ ଆକ୍ରମଣ ବି କମିଯାଏ । ଏହି ରାଜନେତା ଜଣକ ତାଙ୍କ ରାଜନୀତି କ୍ଯାରିୟର ମଧ୍ୟରେ କେବେବି କାହା ସହ ସାଲିସ କରିନାହାନ୍ତି ।

ସତ୍ତା ହାସଲ କରିବା ପାଇଁ କେବେ ଗଣତନ୍ତ୍ରକୁ ଅସୁବିଧାରେ ପକାଇ ନାହାନ୍ତି ଅଟଳ । ଭାରତକୁ ଉଦାରବାଦ, ସହନଶୀଳତା ଓ ସମ୍ମାନତାର ପ୍ରକୃତ ମୂଲ୍ୟ ବୁଝାଇ ଦେଇ ଯାଇଛନ୍ତି ଏହି ମହାନ ବ୍ୟକ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।