ଗୋଟେ ଭୁଲ୍ ନିଷ୍ପତ୍ତି ପାଇଁ କରୋଡପତିରୁ ରାସ୍ତାକଡକୁ ଚାଲି ଆସିଥିଲେ ସୁପରଷ୍ଟାର Amitabh Bachchan, କଣ ଏମିତି ହୋଇଥିଲା ତାଙ୍କା ଜୀବନରେ ?

ଅମିତାଭ ବଚ୍ଚନଙ୍କ ସହ ଏମିତି କଣ ହୋଇଥିଲା ଯେ କୋଟିପତିରୁ ରାସ୍ତାକଡକୁ ଚାଲି ଆସିଥିଲେ ? ସୁପରଷ୍ଟାର ହୋଇ ବି କାମ ପାଇଁ ୟା’ ତା’ ପାଖକୁ କାହିଁକି ଧାଇଁବାକୁ ଲାଗିଥିଲେ ଅମିତାଭ ? 1995 ମସିହା ତାଙ୍କ ପାଇଁ ସ୍ଵର୍ଣ୍ଣିମ ଯୁଗ ଥିଲା । ସେତେବେଳେ ଅମିତାଭ ଯେକୌଣସି ବ୍ରାଣ୍ଡ ର ପ୍ରମୋଶନ କରୁଥିଲେ ତାହା ସଫଳତାର ଶୀର୍ଷରେ ପହଞ୍ଚି ଯାଉଥିଲା । ଯାହାପରେ ଅମିତାଭ କିଛି ନୂଆ କରିବାକୁ ଇଚ୍ଛା କରି ଅମିତାଭ ବଚ୍ଚନ କର୍ପୋରେସନ ଲିମିଟେଡ ଆରମ୍ଭ କରିଥିଲେ ।

ଫିଲ୍ମ ପ୍ରଡ଼କ୍ସନ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଲକ୍ଷ୍ୟରେ ଏହାକୁ ତିଆରି କରିଥିଲେ ଅମିତାଭ । ପ୍ରଥମ ବର୍ଷରେ ହିଁ ବନ୍ଦିତ କୁଇନ, ବମ୍ବେ, ରକ୍ଷକ ଓ ଦିଲ ଜଲେ ଆଦି ଫିଲ୍ମରେ କାମ କରି 16 କୋଟିର ପ୍ରଫିଟ କମାଇଥିଲେ । ଯାହା ଆଜିର ସମୟରେ 150 କୋଟି ଟଙ୍କା ସହ ସମାନ । ଲାଭ ଦେଖି ଅମିତାଭଙ୍କ ଲୋଭ ମଧ୍ୟ ବଢିଥିଲା । ଆହୁରି ଲାଭ ଆଶାରେ ଲୋନ କରି ABCL ରେ ଅଧିକ ଟଙ୍କା ଇନଭେଷ୍ଟ କରିଥିଲେ ଅମିତାଭ । 1996 ରେ ମିସ୍ ୱାର୍ଲ୍ଡ ଇଭେଣ୍ଟକୁ ଅର୍ଗାନାଇଜ କରିବା ପାଇଁ ABCL ପାଦ ବଢାଇଥିଲା ।

ସେତେବେଳେ ଭାରତରେ ମିସ୍ ୱାର୍ଲ୍ଡ ପାଇଁ ଲୋକେ ସେତେ ଆଗ୍ରହୀ ନଥିଲେ । ଏହି ଶୋ’ କରିବା ପାଇଁ ଅମିତାଭଙ୍କୁ କୌଣସି ସ୍ପନସର ମଧ୍ୟ ମିଳି ନଥିଲା । ଏହି ଇଭେଣ୍ଟରେ ଏତେ ଟଙ୍କା ଖର୍ଚ୍ଚ ହୋଇ ଯାଇଥିଲା ଯାହା ଅମିତାଭ କେବେ ଭାବି ନଥିଲେ । ବ୍ଯାଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଖାଲି ହେବାକୁ ଲାଗିଥିଲା ।

ଏତେ ବଡ କ୍ଷତି ପରେ ବି ଆହୁରି ଦୁଇଟି ଫିଲ୍ମ ତିଆରି କରିଥିଲା ABCL । ତେରେ ମେରେ ସପନେ ଏବଂ ସାତ୍ ରଙ୍ଗ କେ ସପନେ ଦୁଇଟି ଜାଣ ଫିଲ୍ମ ସୁପର ଫ୍ଲପ ହେବା ପରେ ଅମିତାଭଙ୍କ ସବୁ ଆଶା ଚୁରମାର ହୋଇଯାଇଥିଲା । ଯାହାପରେ ଅମିତାଭ ପୁଣି ଥରେ ଫିଲ୍ମ ଆଡକୁ ମନ ବଳାଇଥିଲେ ।

କୋଟିପତିରୁ ଏକଦମ ଦେବାଳିଆ ହୋଇ ଯାଇଥିଲେ । ସେ ୟଶ ରାଜଙ୍କ ପାଖକୁ ଯାଇ ଛୋଟ ମୋଟ ରୋଲ ଯାହାବି ଅଛି ମାଗିଥିଲେ । ସେହି ସମୟରେ ଧିରୂଭାଇ ଅମ୍ବାନୀ ଅମଧ୍ୟ ଅମିତାଭଙ୍କୁ ସାହାଯ୍ୟର ହାତ ବଢାଇଥିଲେ । ସେତେବେଳେ ୟଶ ରାଜ ମୋହବତେ ଫିଲ୍ମ ଉପରେ କାମ କରୁଥିଲେ । ସେଥିରେ ପ୍ରିନ୍ସିପାଲ ଭୂମିକାରେ ବୋମାନ ଇରାନୀଙ୍କୁ ହଟାଇ ୟଶ ରାଜ ଅମିତାଭଙ୍କୁ ନେଇଥିଲେ ।

ଏହି ଫିଲ୍ମ ସୁପରଡୁପର୍ ହିଟ୍ ହୋଇଥିଲା ଏବଂ ବୁଡି ଯାଉଥିବା ତାରା ପୁଣି ଥରେ ଚମକି ଉଠିଥିଲା । ଏହାପରେ କୋନ ବନେଗା କରୋଡପତି ଶୋ’ରେ କାମ କରିବା ପାଇଁ ଅମିତାଭଙ୍କୁ ଅଫର୍ ଆସିଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଅମିତାଭ କାମ କରିବା ବନ୍ଦ କରିନାହାନ୍ତି । ଅନେକ ସମୟରେ ଜୀବନର ସବୁଠୁ ଖରାପ ସମୟର କଥା ମଧ୍ୟ ସେ ବଖାଣନ୍ତି ଓ ଲୋକଙ୍କୁ ଶିକ୍ଷା ଦିଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।