ତ୍ରିରଙ୍ଗା ପଛର କିଛି ଅଜଣା କାହାଣୀ ଯାହା ଆପଣ କେବେ ବି ଶୁଣି ନଥିବେ, ପ୍ରଥମରୁ ତ୍ରିରଙ୍ଗା ରେ କାହିଁକି ନଥିଲା ଧଳା ରଙ୍ଗ, ଦେଖନ୍ତୁ ଏହି Special Report

ଆସନ୍ତା ୧୫ ଅଗଷ୍ଟ ୨୦୨୧ ରେ ଆମ ଦେଶ ଇଂରେଜ ମାନଙ୍କ ଠାରୁ ସ୍ଵାଧୀନତା ପାଇବାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଦିନ ଆମ ଦେଶ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ପାଇ ଏକ ସ୍ଵାଧୀନ ରାଷ୍ଟ୍ରର ମାନ୍ୟତା ପ୍ରାପ୍ତ କରିଥିଲା । ଆଉ ଆମ ଦେଶର ଆକାଶରେ ଏହି ଦିନ ଫରଫର ହୋଇ ଉଡିଥିଲା ତ୍ରିରଙ୍ଗା ପତାକା ।

ତ୍ରିରଙ୍ଗା ପ୍ରତ୍ଯେକ ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ପ୍ରତୀକ ଅଟେ । ସେଥିପାଇଁ ପ୍ରତିବର୍ଷ ସ୍ଵାଧୀନତା ଦିବସରେ ପଲ୍ଲୀରୁ ଆରମ୍ଭ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ଭାରତବାସୀ ଗର୍ବର ସହ ତ୍ରିରଙ୍ଗା ଉଡାଇଥାନ୍ତି । ତେବେ ଏହି ତ୍ରିରଙ୍ଗା ପତାକାର ଇତିହାସ ଆପଣ ଜାଣିଛନ୍ତି କି ? ଭାରତ ସ୍ଵାଧୀନ ହେବା ପୂର୍ବରୁ ହିଁ ତିଆରି ହୋଇ ସାରିଥିଲା ଆମର ଏହି ତ୍ରିରଙ୍ଗା ପତାକା । ଆମ ଦେଶ ଭାରତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଇଂରେଜଙ୍କ କବଳରୁ ସ୍ଵାଧୀନ ହୋଇଥିଲା ।

କିନ୍ତୁ ଏହାର ପ୍ରାୟ ଗୋଟିଏ ମାସ ପୂର୍ବରୁ ତଥା ୧୯୪୭ ମସିହା ଅଗଷ୍ଟ ୨୨ ତାରିଖ ବେଳକୁ ଆମର ଏହି ତ୍ରିରଙ୍ଗା ପତାକା ପ୍ରସ୍ତୁତ ହୋଇ ସାରିଥିଲା । ତ୍ରିରଙ୍ଗାକୁ ସମ୍ବିଧାନ ସଭାର ବୈଠକରେ ମଧ୍ୟ ଗ୍ରହଣ କରାଯାଇ ଥିଲା । ଆଉ ସେବେ ଠାରୁ ପ୍ରତି ବର୍ଷ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ତାରିଖରେ ଭାରତର ଆକାଶ ବୁକୁରେ ଏହି ତ୍ରିରଙ୍ଗା ପତାକା ଉଡି ଆସୁଅଛି । ତେବେ ଆଉ ଏକ ରୋଚକ କଥା ହେଉଛି ଆମର ଏହି ଜାତୀୟ ପତାକାକୁ ତିଆରି କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ପିଙ୍ଗାଲି ଭେଙ୍କେୟା । ଯାହାଙ୍କ ଘର ଆନ୍ଧ୍ରପ୍ରଦେଶ ରାଜ୍ୟରେ ।

 

ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ହୋଇଥିବା ବେଳେ ଭାରତର ଜାତୀୟ ପତାକାକୁ ତିଆରି କରିଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ବହୁ ବର୍ଷ ପରିଶ୍ରମ ମଧ୍ୟ କରିବାକୁ ପଡିଥିଲା । ୧୯୨୧ ମସିହାରେ ପ୍ରଥମ କରି ତିଆରି ହୋଇଥିବା ଜାତୀୟ ପତାକାରେ କେବଳ ସବୁଜ ଏବଂ ନାରଙ୍ଗି ଦୁଇଟି ରଙ୍ଗ ଥିଲା ଓ ସେଥିରେ ଆଉ କୌଣସି ଚିହ୍ନ ନ ଥିଲା । ପରେ ଏଥିରେ ସାମାନ୍ଯ ପରିବର୍ତ୍ତନ କରାଯାଇ ଉପରେ ଧଳା ରଙ୍ଗ ଯୋଡା ଯାଇଥିଲା । ୧୯୩୧ ମସିହାରେ ପ୍ରଥମ କରି ତ୍ରିରଙ୍ଗା ପତାକାକୁ ଆମ ଜାତୀୟ ପତାକା ଭାବେ ଗ୍ରହଣ କରିବାକୁ ଏକ ପ୍ରସ୍ତାବ ପାଳିତ ହୋଇଥିଲା।

ସେତେବେଳର ଜାତୀୟ ପତାକା ବର୍ତ୍ତମାନର ଜାତୀୟ ପତାକା ଠାରୁ କିଛିକାଂଶ ଅଲଗା ଥିଲା । ସେତେବେଳେ ତ୍ରିରଙ୍ଗା ମଝିରେ ଅଶୋକ ଚକ୍ର ପରିବର୍ତ୍ତେ ଅରଟ ଚିହ୍ନ ସ୍ଥାନ ପାଇଥିଲା । ଆଉ ଏହାପରେ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ବର୍ତ୍ତମାନର ତ୍ରିରଙ୍ଗା ପତାକାକୁ ସମ୍ବିଧାନର ବୈଠକରେ ଗ୍ରହଣ କରାଯାଇ ଥିଲା । ତ୍ରିରଙ୍ଗାର ତିନୋଟି ରଙ୍ଗ ମଧ୍ୟରୁ ନାରଙ୍ଗି ରଙ୍ଗ ବଳିଦାନର ପ୍ରତୀକ ଅଟେ । ଯାହା ସାହାସ ଓ ନିଃସ୍ଵାର୍ଥ ଭାବନକୁ ଦେଖାଏ । ସେହିପରି ଧଳା ରଙ୍ଗ ଶାନ୍ତି, ଶୁଦ୍ଧତା ଓ ସଚ୍ଚୋଟତାକୁ ପ୍ରଦର୍ଶିତ କରେ ।

ଭାରତୀୟ ଦର୍ଶନ ଶାସ୍ତ୍ର ମୁତାବକ ଧଳା ରଙ୍ଗ ସ୍ବଚ୍ଛତା ଓ ଜ୍ଞାନକୁ ମଧ୍ୟ ଦର୍ଶାଇ ଥାଏ । ସେହିପରି ତ୍ରିରଙ୍ଗାର ଶେଷକୁ ଥିବା ସବୁଜ ରଙ୍ଗ ବିଶ୍ବାସ, ଉର୍ବରତା ଓ ସମୃଦ୍ଧିର ପରିଚୟ ଦିଏ । ଏହା ସହ ତ୍ରିରଙ୍ଗରେ ଥିବା ଅଶୋକ ଚକ୍ରକୁ ଧର୍ମଚକ୍ର ବୋଲି ମଧ୍ୟ ଗ୍ରହଣ କରାଯାଏ ।

ତ୍ରିରଙ୍ଗାକୁ ନେଇ ଆମ ଦେଶରେ ଫ୍ଲାଗ କୋଡ ଅଫ ଇଣ୍ଡିଆ ନାମକ ଏକ ଆଇନ ମଧ୍ୟ ରହିଛି । ସେଥିରେ ତ୍ରିରଙ୍ଗା ଉଡାଇବା ନେଇ ନିୟମ ନିର୍ଦ୍ଧାରିତ ହୋଇଛି ଓ ଏହି ନିୟମ ଉଲ୍ଲଂଘନ କଲେ ଆମ ଦେଶରେ କଡା ନିୟମ ମଧ୍ୟ ରହିଛି । ଦେଶର ତ୍ରିରଙ୍ଗା ପତାକା କେବଳ କଟନ୍, ସିଳ୍କ କିମ୍ବା ଖଦିରେ ନିରମନା ହେବ ।

ପ୍ଲାଷ୍ଟିକରେ ତ୍ରିରଙ୍ଗା ପତାକା ନିର୍ମାଣ ଏକ ଅପରାଧ ବୋଲି ଗ୍ରହଣ କରାଯାଏ । ସେହିପରି ତ୍ରିରଙ୍ଗାର ଦୈର୍ଘ୍ୟ ଏବଂ ପ୍ରସ୍ଥ ତିନି ଅନୁପାତ ଦୁଇ ମଧ୍ୟ ରଖାଯାଇଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଦେଶରେ ଜାତୀୟ ପତାକା ଠାରୁ ଅନ୍ୟ କୌଣସି ପତାକା ଉପରେ ଉଡି ପାରିବ ନାହିଁ । ଏହିପରି ପୋଷ୍ଟ ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।