ଦେଖନ୍ତୁ କେମିତି ଏକ ଭୟଙ୍କର ବିଷଧର ନାଗ ରାତି ସାରା ଗୁଡେଇ ହେଇ ରହିଲା ଗୋଡରେ, କିନ୍ତୁ କାହିଁକି ଦଂଶନ କଲା ନାହିଁ, ଦେଖନ୍ତୁ ଏହି Video

ସାପ ଏପରି ଏକ ପ୍ରାଣୀ ଯାହାକୁ କେହି ମଧ୍ୟ ଭରସା କରିପାରେ ନାହିଁ । ଆମ ଦେଶରେ ଅନେକ ପ୍ରକାରର ବି-ଷ-ଧ-ର ସାପ ଦେଖାଯାନ୍ତି । ଯାହା ଥରେ କା-ମୁ-ଡିଲେ ମଣିଷ ମୃତ୍ୟୁ ମୁଖରୁ ଫେରିବା କଷ୍ଟକର ହୋଇପଡେ ।

ସାପ ନାମ ଶୁଣିଲେ ସମସ୍ତେ ଡରନ୍ତି । ଅନେକ ସମୟରେ ଖାଦ୍ୟ ସନ୍ଧାନରେ ସାପ ଘର ଭିତରକୁ ପଶି ଆସେ । ସେଥିପାଇଁ ଘରେ ଅଯଥା ଜିନିଷ ଜମେଇ କରି ନ ରଖିବା ଉଚିତ ଏବଂ ଘର ସଫାସୁତୁରା ରଖିବା ମଧ୍ୟ ନିହାତି ଆବଶ୍ୟକ । ନଚେତ ସାପ କେତେବେଳେ ଘରେ ପଶି କେଉଁଠି ଲୁଚି ରହିବ ଆପଣ ଜାଣି ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଭଦ୍ରକ ଜିଲ୍ଲାର ଏକ ଗ୍ରାମର ଗୋଟିଏ ସାପ ଧରା ଦୃଶ୍ଯ ଆପଣଙ୍କୁ ଦେଖାଇବୁ । ଘର ମୁଖ୍ୟଙ୍କ କହିବା ଅନୁଯାୟୀ ଏକ ବି-ଷା-କ୍ତ ନାଗ ସାପ ରାତିସାରା ତାଙ୍କ ଗୋଡରେ ଗୁଡାଇ ହୋଇ ରହିଥିଲା ।

କିନ୍ତୁ ଭାଗ୍ୟବଶତଃ ତାଙ୍କୁ କା-ମୁ-ଡି ନ ଥିଲା । ସେ ନିଦ ଭାଙ୍ଗିବା ପରେ ଅନୁଭବ କଲେ ଯେ ତାଙ୍କ ଗୋଡରେ କିଛି ଗୋଟେ ଗୁଡାଇ ହୋଇ ରହିଛି । ତେଣୁ ସେ ଗୋଡକୁ ଜୋରରେ ଛାଟି ଦେଲେ । ଆଉ ଦେଖିଲେ ଯେ ଗୋଟିଏ ସାପ ତାଙ୍କ ଗୋଡରୁ ତଳେ ପଡିଗଲା ଓ ସାଙ୍ଗେ ସାଙ୍ଗେ ଯାଇ ଘରର ଏକ ଗାତ ମଧ୍ୟରେ ପଶିଗଲା । ଏହାପରେ ସେମାନେ ଜଣେ ସାପ ଧରାଳିଙ୍କୁ ଡକାଇ ଥିଲେ । ସେହି ଘରଲୋକେ ସାପକୁ ଏକ ପାତ୍ରରେ କ୍ଷୀର ମଧ୍ୟ ପିଇବାକୁ ଦେଇଥିଲେ ।

ସାପ ଧରାଳି ଜଣକ ଆସିବା ପରେ ସେମାନେ ପ୍ରଥମେ ଘରେ ସାପ କେଉଁଠି ଲୁଚିଛି ଖୋଜାଖୋଜି କରି ଥିଲେ । ଏହାପରେ ଅତ୍ୟନ୍ତ କୌଶଳ ଭାବେ ସାପ ଧରାଳି ଜଣକ ସେହି ନାଗ ସାପକୁ ନିଜ କାବୁରେ ନେଇ ଧରିଥିଲେ । ସାପ ଟିକୁ ଧରିବାକୁ ଚେଷ୍ଟା କରିବା ସମୟରେ ସେ ଗ-ର୍ଜ-ନ କରି ଚୋ-ଟ ମା-ରି-ବା-କୁ ମଧ୍ୟ ଚେଷ୍ଟା କରୁଥିଲା ।

ସାପଟି ସେହି ଘରର ମୁଖ୍ୟଙ୍କ ଗୋଡରେ ଗୁଡାଇ ହୋଇ ରହିଥିଲେ ମଧ୍ୟ କୌଣସି କ୍ଷତି ନ କରିଥିବାରୁ ସେ ଭଗବାନଙ୍କ ପାଖେ ଖୁବ କୃତଜ୍ଞ ହୋଇଥିଲେ ଓ ସାପ ଟିକୁ ନେଇ ଘର ଠାରୁ କିଛି ଦୂରରେ ବାଡି ପଛ ପଟେ ଛାଡି ଦେବାକୁ କହିଥିଲେ । ସାପଟି ଏକା ସାଙ୍ଗେ ଦୁଇଟି ମୂଷା ମଧ୍ୟ ଗିଳି ଦେଇଥିଲା ।

ତାକୁ ଧରି ବାହାରକୁ ଆଣିବା ପରେ ସାପଟି ପେଟରୁ ମୂଷାଟିକୁ ଓଗାଳି ଦେଇଥିଲା । ଏହା ପରେ ସାପ ଧରାଳି ଗୋଟିଏ ଡବା ଭିତରେ ସାପକୁ ଭର୍ତ୍ତି କରି ନେଇ ଯାଇଥିଲେ ଅନ୍ୟ ସ୍ଥାନରେ ଛାଡିଦେବା ପାଇଁ । ଆପଣଙ୍କୁ ଏହି ସାପ ଧରା ଦୃଶ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।