Inspiring story: ପାହାଡୀ ଝିଅଙ୍କ ଅନନ୍ୟ ସଫଳତା, ଛୋଟ ଗାଁ ରୁ ଆସି ଆଜି ଏମିତି ହେଲେ ବର୍ଷକୁ 7 କୋଟି ଟଙ୍କା ଟର୍ଣ୍ଣଓଭର ଫାର୍ମର ମାଲିକାଣୀ

ଦୃଢ ନିଶ୍ଚୟ ଏବଂ କଠିନ ପରିଶ୍ରମ ମଣିଷକୁ ଏକ ଛୋଟ ସ୍ଥାନରୁ ନେଇ ଉଚ୍ଚ ଆସନରେ ବସାଇ ଦିଏ । ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଆଜି ସମଗ୍ର ମହିଳା ମାନଙ୍କ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ପାଲଟିଛନ୍ତି । ଏହା ଜୀବନରେ ସଂଘର୍ଷ କରି ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ମହିଳା ମାନଙ୍କ ମନୋବଳ ନିଶ୍ଚୟ ବଢେଇ ଦେବ । ଉତ୍ତରାଖଣ୍ଡର ଏକ ଛୋଟ ରିମୋଟ ଗାଁରେ ଜନ୍ମ ହୋଇଥିଲେ ଗୀତା ସିଂ । ଯେଉଁଠି ମାତ୍ର ୫୦ଟି ଲୋକ ରହୁଥିବେ ।

ଉତ୍ତରପ୍ରଦେଶର ମିରଟର ଏକ ଛୋଟ ଟାଉନରେ ନିଜ ପାଠପଢା ଶେଷ କରିଥିଲେ । ଏହାପରେ ସେ ଦିଲ୍ଲୀ ଆସିଥିଲେ ନିଜ କ୍ଯାରିଅର ଗଢିବା ପାଇଁ । ଦିଲ୍ଲୀରେ ସେ ପ୍ରଥମେ ମିଡିଆରେ ନିଜ କ୍ଯାରିଅର ଆରମ୍ଭ କରିବା ପରେ, ମାତ୍ର ୨୫ ବର୍ଷ ବୟସରେ ବନି ଯାଇଥିଲେ ଇଣ୍ଟରପ୍ରିନର । ଗୀତା ୨୦୧୨ ରେ ‘ଦି ୟେଲୋ କଏନ କମ୍ୟୁନିକେଶନ’ ନାମକ ଏକ PR ଓ କମ୍ୟୁନିକେଶନ ଫାର୍ମ ଆରମ୍ଭ କରିଥିଲେ । କେବଳ ଜଣେ କର୍ମଚାରୀଙ୍କ ସହ ମାତ୍ର ୫୦ ହଜାର ଟଙ୍କାରେ ଏହି ଫାର୍ମ ଆରମ୍ଭ କରିଥିଲେ ଗୀତା ।

ସେହି କର୍ମଚାରୀ ଜଣକ ମାତ୍ର ୧୩୦୦୦ ଟଙ୍କା ବେତନରେ ଗୀତାଙ୍କ ପାଖେ କାମ କରୁଥିଲେ । ଏପରିକି କାମ କରିବା ପାଇଁ ସେନିଜ ଲାପଟପ ମଧ୍ୟ ନେଇ ଆସୁଥିଲେ । ଗୀତା ଦିଲ୍ଲୀରେ ତାଙ୍କ ଘରେ ଏହି ଛୋଟ ଫାର୍ମଟି ଆରମ୍ଭ କରିଥିଲେ । କିନ୍ତୁ ସଫଳ ହେବା ପାଇଁ ତାଙ୍କ ଦୃଢ ନିଷ୍ଠା ଏବଂ କିଛି ଉତ୍ତମ ସୁଯୋଗ ତାଙ୍କୁ ଅନେକ ଭଲ କ୍ଲାଏଣ୍ଟ ଆଣି ଦେଇଥିଲା ।

ଯାହା ହେତୁ ତାଙ୍କ କମ୍ପାନୀ ଆଜି ୭ କୋଟି ତାଙ୍କର ଟର୍ଣ୍ଣଓଭର କରିପାରୁଛି । ଗୀତା ଜଲୋସାରେ ୨୨୦୦ ବର୍ଗ ଫୁଟର ଏକ ବଡ ଅଫିସ କରି ପାରିଛନ୍ତି । ଯେଉଁଠି ଏବେ ୫୦ ରୁ ମଧ୍ୟ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ନିଜ ବିଜନେସର ଆରମ୍ଭ ଦିନ ଗୁଡିକୁ ମାନେ ପକାଇ ଗୀତା କହିଛନ୍ତି, ତାଙ୍କର ପ୍ରଥମ ମୋବାଇଲ ଇଣ୍ଡିଆ ସହ ହୋଇଥିଲା । ଯାହା ଡିଜିଟାଲ ଗ୍ୟାଜେଟର ଏକ ୱେବ ପୋର୍ଟାଲ ଥିଲା । ଏହି କମ୍ପାନୀକୁ ତାଙ୍କ ୱେବସାଇଟ ପାଇଁ କଣ୍ଟେଣ୍ଟ ଏବଂ ହିନ୍ଦୀ ଓ ଇଂରାଜୀ ଷ୍ଟୋରି ପାଇଁ ଅନୁବାଦ ଦରକାର ଥିଲା ।

ସେହି ସଂଘର୍ଷ ଦିନ ମାନଙ୍କରେ ତାଙ୍କ ବାପାଙ୍କ ତାଙ୍କୁ କୌଣସି ପ୍ରକାର ସାହାଜ୍ଯ କରି ନ ଥିଲେ । କାରଣ ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଥିଲେ ଓ ଚାହୁଁଥିଲେ କି ଝିଅ ମଧ୍ୟ ତାଙ୍କ ଭଳି ସରକାରୀ ଚାକିରି କରୁ । ଗୀତା ଆଗକୁ କହିଥିଲେ କି, ସେ ବିଜନେସ ଆରମ୍ଭ କରିବା ପାଇଁ ତାଙ୍କ ବାପାଙ୍କୁ କେବଳ ୧୦ ହଜାର ଟଙ୍କା ମାଗିଥିଲେ । କିନ୍ତୁ ସେ ତାଙ୍କ ପରିବାରରେ କେହି ବିଜନେସ କରି ନାହାନ୍ତି କହି ଗୀତାଙ୍କୁ ମନା କରି ଦେଇଥିଲେ । ତାଙ୍କ ବାପା ଚାହୁଁଥିଲେ କି ସେ କମ୍ପିଟେଟିଭ ପରୀକ୍ଷା ଦିଅନ୍ତୁ ବୋଲି । ଗୀତାଙ୍କ ତାଙ୍କ ବାପା ମା ଙ୍କର ତୃତୀୟ ସନ୍ତାନ ଥିଲେ ।

ଏବେ ସେ ନିଜେ ଗୋଟିଏ ଝିଅର ମା ଅଟନ୍ତି । ସେ ତାଙ୍କ କଲେଜ ସହପାଠୀ ସୌରଭଙ୍କୁ ବିବାହ କରିଛନ୍ତି । ସେ ସୁପ୍ରିମ କୋର୍ଟରେ ଜଣେ ଲୟର ଅଟନ୍ତି । ଆପଣଙ୍କ ମନରେ ଯଦି କିଛି କରିବାର ଦୃଢ ନିଷ୍ଠା ରହିଛି ତେବେ ଆପଣ କେଉଁଠୁ ଆସିଛନ୍ତି ଓ କଣ ପଢିଛନ୍ତି ସେ ସବୁ ଆପଣଙ୍କ ସଫଳତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।