ଇଣ୍ଡିଆରେ ବୁଲିବାକୁ ଆସିଥିବା ଏହି ବିଦେଶୀ ଝିଅଟି ଯେତେବେଳେ ଟଙ୍କା ଶେଷ ହୋଇଗଲା ତ +୨ ପାସ କରିଥିବା ପୁଅ ସହ କରିନେଲା ବିବାହ, ଆଉ ତା ପରେ…

ପ୍ରେମ ଏହି ଦୁନିଆର ସବୁଠୁ ସୁନ୍ଦର ଅନୁଭବ ଅଟେ । କାହାକୁ ଯଦି ନିଜର ସଚ୍ଚା ପ୍ୟାର ମିଳିଯାଏ ତେବ ସେ ନିଜ ପ୍ରେମକୁ ପାଇବା ପାଇଁ ଘର, ସମାଜ, ଦୁନିଆ ସମସ୍ତଙ୍କ ସହିତ ଲଢିଥାଏ । କିଛି ଲୋକ ତ ନିଜ ପ୍ରେମ ପାଇଁ ସାତ ସମୁଦ୍ର ପାର କରି ନିଜର ପ୍ରେମିକା ସହ ଦେଖା କରିବାକୁ ଯାଇଥାନ୍ତି । ଟଙ୍କା ସମ୍ପତି ଛାଡି ଦରିଦ୍ରତାରେ ଜୀବନ ଯାପନ କରନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକି କୌଣସି ଫିଲ୍ମ ଷ୍ଟୋରିରୁ କମ ନୁହେଁ । କହିବାକୁ ଗଲେ ଆମେରିକାର ୱାଶିଂଗଟନରେ ରହୁଥିବା କୈନେଡୀ ମୈରୀ ୨୦୧୫ରେ ଭାରତକୁ ବୁଲିବାକୁ ଆସିଥିଲା । ଏହି ସମୟରେ ସେ ଦେବଭୂମି ହିମାଚଳ ପ୍ରଦେଶ ବୁଲିବା ପାଇଁ ନିଷ୍ପତି ନେଲା ଓ ହିମାଚଳ ପ୍ରଦେଶର ଡଲହୌଜୀ ନାମକ ସ୍ଥାନକୁ ଗଲା । କିନ୍ତୁ ମୈରୀକୁ ଡଲହୌଜୀ ଟୁରିସ୍ଟ ପ୍ଲେସ ବିଷୟରେ କିଛି ବି ଜଣା ନ ଥିଲା । ଯେଉଁ କାରଣରୁ ମୈରୀକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।

ମୈରୀକୁ ନା କୌଣସି ହୋଟେଲ ମିଳିଲା ଓ ନା କୌଣସି ଗାଇଡ ମିଳିଲା । ଏମିତିରେ ଯେତେବେଳେ ମୈରୀ ନିରାଶ ହୋଇ ରାସ୍ତା କଡରେ ବସିଥିଲା ତେବେ ସେଠି ସାଇକେଲ ଚଳାଇ ଏକ ଯୁବକ ଆସିଲା ଯାହାର ନାମ ପୃଥ୍ୱୀ ସିଂହ ଥିଲା ଓ ସେ ମାତ୍ର +୨ ପାସ ଥିଲା । ଏଜୁକେଶନ କମ ଥିବାରୁ ପୃଥ୍ୱୀକୁ ଇଂଗ୍ଲିଶର କିଛି ଖାସ ଜ୍ଞାନ ନ ଥିଲା । ଯେତେବେଳ ସେ ମୈରୀକୁ ତାହାର ସମସ୍ୟା ବିଷୟରେ ପଚାରିଲା ତେବେ ମୈରୀ ନିଜର ଅସୁବିଧା କଥା କହିଲା ।

ଏହା ପରେ ପୃଥ୍ୱୀ ମୈରୀ ରହିବା ପାଇଁ ଏକ ହୋଟେଲର ବ୍ୟବସ୍ଥା କରିଲା ଓ ତାକୁ ଡଲହୌଜୀ ବି ବୁଲାଇଲା । ଏହା ମଧ୍ୟରେ ଦୁଇ ଜଣଙ୍କୁ ପ୍ରେମ ହୋଇଗଲା । ମୈରୀ ନିଜର ପ୍ରେମକୁ ଦର୍ଶାଇବା ପାଇଁ ନିଜ ବେକରେ ପୃଥ୍ୱୀ ନାମର ଏକ ଟୈଟୁ ବି କରିଥିଲା । କିନ୍ତୁ ପରସ୍ପରଙ୍କର ଭାଷା ଦୁଇ ଜଣଙ୍କୁ ବହୁତ ଅସୁବିଧାରେ ପକାଉଥିଲା । କିନ୍ତୁ କୁହାଯାଏ କି ପ୍ରେମରେ କୌଣସି ଭାଷା, ବୟସ, ଜାତି ଧର୍ମ ଦେଖାଯାଏ ନାହିଁ । ଏହା ପରେ ୧୨ ଜାନୁୟାରୀ ୨୦୧୭ରେ ଦୁଇ ଜଣ କୋର୍ଟମ୍ୟାରେଜ କରିନେଲେ ।

ପୃଥ୍ୱୀର କହିବା ଅଟେ କି ମୈରୀ ବହୁତ ଭଲ ଝିଅ ଅଟନ୍ତି ଓ ସେ ବହୁତ ବୁଦ୍ଧିମାନ ବି ଅଟନ୍ତି । ମୁଁ ତାକୁ ଜୀବନ ସାଥି ରୂପରେ ପାଇ ବହୁତ ଖୁସି ଅଛି । ମୈରୀ ବି ପୃଥ୍ୱୀ ସିଂହ ବିଷୟରେ କହିଲା କି ସେ ବି ଏକ ଭଲ ଯୁବକ ଅଟନ୍ତି । ମୁଁ ବି ବହୁତ ପରୀକ୍ଷା ନିରୀକ୍ଷା କରିବା ପରେ ତାହା ସହିତ ବିବାହ କରିବା ପାଇଁ ନିଷ୍ପତି ନେଇଛି । ଏହାର ଅତିରିକ୍ତ ଭାରତୀୟ ଯୁବକ ବହୁତ ବିଶ୍ଵାସୀ ଓ ଭଲ ଲାଇଫ ପାର୍ଟନର ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।