IND vs NZ ମ୍ଯାଚ ପରେ ଏବେ ଭାଇରାଲ ହେବାରେ ଲାଗିଛନ୍ତି ଏହି ସୁନ୍ଦରୀ ତରୁଣୀ, ଏହି ମିଷ୍ଟ୍ରି ଗର୍ଲଙ୍କ ପରିଚୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଗତକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖୁବ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ଯାଚରେ ଶେଷ ପର୍ଯ୍ୟନ୍ତ ଏହା କହିବା ମୁସ୍କିଲ ହେଉଥିଲା କି କେଉଁ ଟିମ୍ ବିଜୟୀ ହେବ । କିନ୍ତୁ ଭାରତୀୟ ଟିମ୍ ବିଜୟ ହାସଲ କରି ସମସ୍ତ ଭାରତୀୟ ପ୍ରଶଂସକଙ୍କୁ ଖୁସି କରାଇ ଦେଇଥିଲା । ତେବେ ମ୍ଯାଚ ବେଳେ ଯେତେବେଳେ ଜଣେ ସୁନ୍ଦରୀ ଯୁବତୀଙ୍କ ମୁହଁ ଟିଭି ସ୍କ୍ରିନରେ ଦେଖିବାକୁ ମିଳିଥିଲା । ଯାହାଙ୍କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲେ । ତେବେ ଚାଲନ୍ତୁ ଜାଣିବା କିଏ ସେହି ସୁନ୍ଦରୀ ଯୁବତୀ ।

ନ୍ୟଜିଲାଣ୍ଡ ସହ ଖେଳା ଯାଉଥିବା ତିନୋଟି ମ୍ଯାଚର ଏହି ଟି-20 ସିରିଜର ପ୍ରଥମ ମ୍ଯାଚ ଗତକାଲି ଭାରତୀୟ ଟିମ୍ ଖେଳିଥିଲା । ରୋହିତଙ୍କ କପ୍ତାନୀରେ ଏହା ଭାରତ ପାଇଁ ପ୍ରଥମ ଟି-20 ମ୍ଯାଚ ଥିଲା । ଗତ ଟି-20 ବିଶ୍ଵକପ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିପାରି ନଥିଲା । ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ଏହା ଭାରତ ପାଇଁ ବେଶ ଭଲ ସୁଯୋଗ ରହିଛି । ତେବେ ଗତକାଲି ମ୍ଯାଚର ଆରମ୍ଭରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିର୍ଣ୍ଣୟ ନେଇଥିଲେ ।

ନ୍ୟୁଜିଲାଣ୍ଡ ଆରମ୍ଭରୁ ଖୁବ ଭଲ ବ୍ୟାଟିଂ କରିଥିଲା । ବିଶେଷ କରି ମାର୍ଟିନ ଗୁପ୍ତିଲ ଓ ମାର୍କ ଚାପମ୍ୟାନଙ୍କ ପାର୍ଟନରଶିପ୍ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଦୁହେଁ ଧୂଆଁଦାର ବ୍ୟାଟିଂ କରି ୭୭ ବଲ୍ ରେ ଅତିରିକ୍ତ ୧୦୯ ରନ୍ ହାସଲ କରି ନେଇଥିଲେ । କିନ୍ତୁ ଦୀପକ ଚହର ଗୁପ୍ତିଲଙ୍କୁ ଠିକ ସମୟରେ ଆଉଟ କରି ନ୍ୟୁଜିଲାଣ୍ଡର ସ୍କୋରରେ ଲଗାମ ଲଗାଇ ଦେଇଥିଲେ । ଏହାପରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂରେ ନ୍ୟୁଜିଲାଣ୍ଡ ମାତ୍ର ୧୬୪ ରନ୍ କରି ପାରିଥିଲା ।

ସେହିପରି ଭାରତୀୟ ଟିମ୍ ମଧ୍ୟ ପାୱାରପ୍ଲେରେ ଗୋଟିଏ ୱିକେଟ ହରାଇ ୫୬ ରନ୍ ହାସଲ କରି ନେଇଥିଲା । କ୍ଯାପଟେନ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଟିମ୍ ପାଇଁ ଖୁବ ଭଲ ସ୍କୋର ହାସଲ କରିଥିଲେ ଓ ଶେଷ ଓଭରରେ ପନ୍ତ ଟିମ୍ କୁ ଜିତାଇ ଦେଇଥିଲେ । ରୋହିତଙ୍କ ବିଜୟରେ ସବୁ ଖୁସି ଥିବା ବେଳେ ମ୍ଯାଚ ମଝିରେ ଟିଭି ସ୍କ୍ରିନରେ ଜଣେ ସୁନ୍ଦରୀ ତରୁଣୀଙ୍କୁ ଦେଖିବାକୁ ମିଳିଥିଲା । ଯାହାଙ୍କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲେ ଓ ଏବେ ସେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛନ୍ତି ।

ତେବେ ସେହି ସୁନ୍ଦରୀ ତରୁଣୀ ଜଣକ ଆଉ କେହି ନୁହନ୍ତି ବରଂ ବୋଲର ଦୀପକ ଚହରଙ୍କ ଭଉଣୀ ମାଲତୀ ଚହର । ଯିଏ କି ନିଜ ଭାଇ ଦୀପକ ଚହରଙ୍କ ସହ ଭାରତୀୟ ଟିମ୍ କୁ ମଧ୍ୟ ସମର୍ଥନ କରିବାକୁ ଆସିଥିଲେ । ତାଙ୍କୁ ଟିଭି ସ୍କ୍ରିନରେ ଦେଖିବା ପରେ ସମସ୍ତେ ତାଙ୍କ ସୁନ୍ଦରତାର ପ୍ରଶଂସା କରୁଛନ୍ତି । ତେବେ ଆପଣଙ୍କୁ ମାଲତୀ ଚହର କେମିତି ଲାଗିଲେ ଆମକୁ କମେଣ୍ଟ କରି ଜଣାନ୍ତୁଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।