ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ସମେତ ପାକିସ୍ତାନରେ ହେଉଛି Rohit ଙ୍କ ପ୍ରଶଂସା, ସେମାନେ କଣ କହୁଛନ୍ତି ଶୁଣିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ

ଗତକାଲି ରୋହିତ ଶର୍ମାଙ୍କ ଅଧିନାୟକତାରେ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକ ମୁକାବିଲାରେ ହରାଇ ଭାରତୀୟ ଟିମ୍ ୧-୦ ରେ ଆଗେଇଛି । ଏହି ବିଜୟରେ କ୍ଯାପଟେନ ରୋହିତ ଶର୍ମାଙ୍କର ବଡ ହାତ ରହିଛି । ତେବେ ଏହା କେବଳ ଆମେ ନୁହେଁ ବରଂ ପାକିସ୍ତାନ ମଧ୍ୟ କହୁଛି । ରୋହିତଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପାକିସ୍ତାନ କାହିଁକି ରୋହିତଙ୍କ ଅଧିନାୟକତାର ଦିୱାନା ହୋଇଛି ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ନ୍ୟୁଜିଲାଣ୍ଡ ସହ ଖେଳା ଯାଉଥିବା ଏହି ସିରିଜିର ପ୍ରଥମ ମ୍ଯାଚରେ ରୋହିତ ଶର୍ମା ଖୁବ ଭଲ ଅଧିନାୟକତା ପ୍ରଦର୍ଶନ କରିଥିବା ବେଳେ ନିଜେ ମଧ୍ୟ ଖୁବ୍ ଭଲ ବ୍ୟାଟିଂ କରି ଦଳକୁ ଜିତାଇଥିଲେ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ୍ ହାସଲ କରିବାରେ ସକ୍ଷମ ହୋଇଥିଲେ । ଭାରତ ଏହି ଲକ୍ଷ୍ୟକୁ ୧୯ ଓଭର ୪ ବଲ୍ ରେ ହାସଲ କରି ବିଜୟ ଲାଭ କରିଥିଲା । ଏହି ବିଜୟରେ କ୍ଯାପଟେନ ରୋହିତ ୪୮ ରନ୍ ର ଯୋଗଦାନ ଦେଇଥିଲେ ।

ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଧମାକାଦାର ବ୍ୟାଟିଂ କରି ୬୨ ରନ୍ ବନାଇଥିଲେ । ଏହି ଦୁଇଜଣ ଆଉଟ ହେବା ପରେ ଶେଷରେ ମ୍ଯାଚ ଦ୍ଵିପାକ୍ଷିକ ରହିଥିଲା ଓ ଭାରତ ଜିତିବାର ଆଶଙ୍କା ମଧ୍ୟ କମ୍ ନଜର ଆସୁଥିଲା । କିନ୍ତୁ ରିଷଭ ପନ୍ତ ଶେଷ ଓଭରରେ ଚଉକା ମା-ରି ଭାରତୀୟ ଟିମ୍ ପାଇଁ ଶାନଦାର ବିଜୟ ଆଣିଥିଲେ । ତେବେ ଟି-୨୦ ବିଶ୍ଵକପ୍ ପରେ ଭାରତୀୟ ଟିମ୍ ର ଏଭଳି ଶାନଦାର ପ୍ରଦର୍ଶନ ଦେଖି ସମସ୍ତେ ପ୍ରଶଂସା କରିବା ସହ ପାକିସ୍ତାନରୁ ମଧ୍ୟ ଏନେଇ ଭଲ ପ୍ରତିକ୍ରିୟା ସବୁ ଆସୁଛି ।

ଏନେଇ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ସୋଏବ ଅଖତର । ସେ କହିଛନ୍ତି କି, “ଭାରତୀୟ ଟିମ୍ ଆଜି ଖୁବ ଭଲ ପ୍ରଦର୍ଶନ କରିଛି ଓ କିୱିଙ୍କୁ ହରାଇ ଭାରତବାସୀ ଯେତିକି ଖୁସି ଅଛନ୍ତି ତା’ ଠାରୁ ଆମେ ଅଧିକ ଖୁସି ହେଉଛୁ । କାରଣ ଏହି କିୱିମାନେ ଆମ ସହ ଯାହା ଧୋ-କା କରିଥିଲେ ତାଙ୍କୁ ଏଭଳି ପରିଣାମ ମିଳିବା ଦରକାର । ଏହି ମ୍ଯାଚରେ ରୋହିତ ଶର୍ମାଙ୍କ ଅଧିନାୟକତା ମଧ୍ୟ ଖୁବ ପ୍ରଶଂସାଯୋଗ୍ୟ ।

ସେ ଯେଉଁ ପ୍ରକାରେ ଗୁପ୍ତିଲ ଓ ମାର୍କ ଚାପମ୍ୟାନଙ୍କ ଖୁବ ଭଲ ପାର୍ଟନରସିପ ଚାଲିଥିବା ବେଳେ ତାଙ୍କ ବ୍ୟାଟିଂ ଉପରେ ଲଗାମ ଲଗାଇବାରେ ସଫଳ ହୋଇଥିଲେ ଏଥିପାଇଁ ରୋହିତଙ୍କ ପ୍ରଶଂସା ତ ନକରି ରହିହେବ ନାହିଁ । ସେ ନିଜ ଟିମ୍ କୁ ଖୁବ ଦକ୍ଷତାର ସହ ନିୟନ୍ତ୍ରଣ କରିଥିଲେ । ଏହି କାରଣରୁ ନ୍ୟୁଜିଲାଣ୍ଡ ଖୁବ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସ୍କୋର କରିପାରି ନଥିଲା ।”

ସେହିଭଳି ସାହିଦ ଆଫ୍ରିଦି ମଧ୍ୟ ରୋହିତଙ୍କ ଅଧିନାୟକତାର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ରୋହିତ ଉଚିତ ସମୟରେ ଉଚିତ ନିର୍ଣ୍ଣୟ ନେଇଥିବାରୁ ଆଜି ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡକୁ ହରାଇ ପାରିଛି । ଆପଣଙ୍କୁ ରୋହିତଙ୍କ ଅଧିନାୟକତା କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।