ଲଘୁଚାପ ପରେ ପୁଣି ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ ! ଦେଖନ୍ତୁ କଣ ରହିଛି ପାଣିପାଗ ରିପୋର୍ଟ

ଶୀତଦିନେ ହେଉଛି ବର୍ଷା ଆଉ ପଛକୁ ପଛ ଆସୁଛି ଲଘୁଚାପ । ଶୀତଦିନେ ବର୍ଷାକୁ ନେଇ ଅସ୍ତବ୍ୟସ୍ତ ହୋଇଗଲେ ଲୋକେ । ଗୋଟିଏ ଲଘୁଚାପ ନ ଯାଉଣୁ ଆଉ ଗୋଟିଏ ମାଡି ଆସୁଛି । ଚଳିତ ନଭେମ୍ବର ମାସରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ବର୍ଷା ଆଣିଥିବା ବେଳେ ଆସନ୍ତା ଡିସେମ୍ବର ମାସରେ ପୁଣି ରହିଛି ଲଘୁଚାପର ସମ୍ଭାବନା । ଆଉ ଏହାର ପ୍ରଭାବରେ ଦକ୍ଷିଣ ଭାର ଏବଂ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ସମ୍ଭବନା ମଧ୍ୟ ଆଶଙ୍କା କରାଯାଉଛି ।

ଏନେଇ ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜେସନ ନୋକୋଲ୍ସ । ତାଙ୍କ ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ ଦକ୍ଷିଣ ବଙ୍ଗୋପାସାଗରେ ସ୍ଥିତି ପ୍ରାୟତଃ ଶାନ୍ତ ରହିବ । କିନ୍ତୁ ଡିସେମ୍ବର ଆରମ୍ଭରେ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି । ତେବେ ଡିସେମ୍ବରରେ ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ଏଯାଏଁ କୌଣସି ସୂଚନା ଦିଆ ଯାଇନାହିଁ । ଦେଶରେ ଏକାବେଳେ ରହିଛି ଦୁଇ ଦୁଇଟି ଲଘୁଚାପ । ଦକ୍ଷିଣ ପୂର୍ବ ଓ ସ॰ଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।

କ୍ରମଶଃ ଏହା ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା କାଲି ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ଓ ସ॰ଲଗ୍ନ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ସେପରି ଆରବ ସାଗରରେ ମଧ୍ୟ ଏକ ଲଘୁଚାପ ସକ୍ରିୟ ରହିଛି । ପୂର୍ବ କେନ୍ଦ୍ରୀୟ ଆରବ ସାଗର, ଗୋଆ, ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ଏହା ଅବସ୍ଥିତ ରହିଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟରେ ଏବେ ବି ଜାରି ରହିଛି କୋହଲା ପାଗ । ବାୟୁମଣ୍ଡଳରେ ଜଳୀୟବାଷ୍ପର ଅବସ୍ଥିତି ଅଧିକ ରହୁଛି । ସମସ୍ତ ସ୍ଥାନରେ ଜଳୀୟବାଷ୍ପର ପରିମାଣ ୭୫ ପ୍ରତିଶତରୁ ଅଧିକ ରହୁଛି ଓ ରାତିର ସ୍ଵାଭାବିକ ତାପମାତ୍ରାରେ ସାମାନ୍ଯ ବୃଦ୍ଧି ପାଇଛି । ସ୍ଵାଭାବିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ଅଧିକ ରହିଛି ।

ଆଗାମୀ ୪ ଦିନ ଯାଏଁ ଏହିଭଳି ପାଗ ରହିପାରେ ବୋଲି ଆଶଙ୍କା କରୁଛି ପାଣିପାଗ କେନ୍ଦ୍ର । ବର୍ଷକୁ ବର୍ଷ ପାଗର ଏହିପରି ପରିବର୍ତ୍ତନକୁ ଦେଖି ଆପଣଙ୍କୁ କଣ ମନେ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।