19 ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା) ଦିନ କରି ନିଅନ୍ତୁ ଏହି 5 ଟି କାମ, ସବୁ ମନୋସ୍କାମନା ହେବ ପୂର୍ଣ୍ଣ (Kartika purnima Special)

ଶାସ୍ତ୍ରରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ଵ ରହିଛି । ଏହି ଦିନରେ ବିଶେଷ ରୂପେ ପୂଜାର୍ଚ୍ଚନା କରି ସମସ୍ତ ଦେବାଦେବୀ ମାନଙ୍କୁ ବିଶେଷ ରୂପରେ ପ୍ରସନ୍ନ କରାଯାଇ ପାରେ । ଜ୍ଯୋତିଷ ଅନୁସାରେ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ତଥା ଆସନ୍ତା ୧୯ ନଭେମ୍ବର ଶୁକ୍ରବାର ଦିନ ଏକ ବିଶେଷ ମହାସଂଯୋଗ ବନୁଅଛି । ଏହିଦିନ କିଛି ବିଶେଷ କାମ କରିବାକୁ କେବେ ହେଲେ ଭୁଲନ୍ତୁ ନାହିଁ । କାର୍ତ୍ତିକ ପୂର୍ଣ୍ଣିମାରେ କେଉଁ ସବୁ କାମ କଲେ ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବ ଓ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଶାସ୍ତ୍ର ଅନୁସାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ନିମ୍ନଲିଖିତ ସମସ୍ତ କାର୍ଯ୍ୟ କଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବ ଓ ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ । ଏହି ଦିନ ଆପଣଙ୍କ ଘରର ମୁଖ୍ୟଦ୍ଵାରକୁ ଭଲ ଭାବେ ସଜାନ୍ତୁ । ପ୍ରାତଃକାଳରୁ ଉଠି ସ୍ନାନ ଆଦି କରି ଘର ଏବଂ ଘରର ଆଖପାଖ ସ୍ଥାନକୁ ଭଲ ଭାବେ ପରିଷ୍କାର କରି ଦିଅନ୍ତୁ । ଏହାପରେ ଭଗବାନଙ୍କ ନାମ ଉଚ୍ଚାରଣ କରି ଆପଣଙ୍କ ଘରର ମୁଖ୍ୟଦ୍ଵାରକୁ ତୋରଣରେ ସଜାନ୍ତୁ । ଆଉ ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ ଟିଏ ଅବଶ୍ୟ ବନାନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ବିଶ୍ବାସ କରାଯାଏ ଏବଂ ଗୃହରୁ ସମସ୍ତ ପ୍ରକାର ଦୁଃଖ ଦାରିଦ୍ର୍ୟତା ଦୂର ହୋଇଯାଏ । ଏହିଦିନ ମନ୍ଦିର ଯାଇ ଦୀପ ଦାନ କରନ୍ତୁ । ଶାସ୍ତ୍ର ମାନଙ୍କରେ ରହିଥିବା ମାନ୍ୟତା ଅନୁଯାୟୀ ଏହିଦିନ ବୋହୁଥିବା ନଦୀ କିମ୍ବା ପୋଖରୀ ଆଦିରେ ଦୀପ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ସମ୍ଭବ ହେଉଛି ତେବେ ଏହି ଦିନ କୌଣସି ଶିବ ମନ୍ଦିରକୁ ଯାଇ ଶୁଦ୍ଧ ଘିଅର ଦୀପ ଟିଏ ଅବଶ୍ୟ ଜଳାନ୍ତୁ ।

ଚାଉଳର ସମ୍ବନ୍ଧ ଚନ୍ଦ୍ର ସହ ରହିଥାଏ । ତେଣୁ ମାନ୍ୟତା ରହିଛି କି ଏହିଦିନ କୌଣସି ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଚାଉଳ ଦାନ କରିବା ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ବିଶେଷ କରି ଯେଉଁମାନଙ୍କ କୁଣ୍ଡଳୀରେ ଚନ୍ଦ୍ର ପ୍ରତିକୂଳ ସ୍ଥିତିରେ ରହିଥାନ୍ତି ସେମାନେ ଏହିଦିନ ଚାଉଳ ଦାନ କରିବା ଉଚିତ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ । ଏହିଦିନ ଚନ୍ଦ୍ରଙ୍କୁ ଗଙ୍ଗାଜଳରେ ଅର୍ଘ୍ୟ ଦେଇ ଖିରୀର ଭୋଗ ଲଗାନ୍ତୁ ।

ଏପରି କରିବା ଦ୍ଵାରା ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଥିବା ସମସ୍ତ ବାଧା ଦୂର ହୋଇ ଯାଇଥାଏ । ଶାସ୍ତ୍ରରେ ତୁଳସୀଙ୍କୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଏ । ଏଥିପାଇଁ ଏହିଦିନ ତୁଳସୀ ଚଉରା ମୂଳରେ ଦୀପଟିଏ ଅବଶ୍ୟ ଜାଳନ୍ତୁ ଓ ସଠିକ ମନରେ ତାଙ୍କର ଆରାଧନା କରି ସାତ ଥର ବୃନ୍ଦାବତୀଙ୍କର ପରିକ୍ରମା କରନ୍ତୁ । ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବନୁଥିବା ସଂଯୋଗରେ ତୁଳସୀଙ୍କର ପୂଜା କଲେ ଅଦ୍ଭୁତ ପରିଣାମ ପ୍ରାପ୍ତ ହୋଥାଏ ।

କୁହାଯାଏ କି କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରି ଭଗବାନଙ୍କ ଦର୍ଶନ କରିବା ଦ୍ଵାରା ଏବଂ ଦୀପ ଦାନ କରିବା ଦ୍ଵାରା ଆପଣଙ୍କୁ ଦଶ ଯଜ୍ଞ ସମାନ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ କରା ଯାଉଥିବା ଦାନ ପୁଣ୍ୟର ବିଶେଷ ମହତ୍ଵ ରହିଛି । ତେଣୁ ଆପଣ ଏହି ଦିନର ବିଶେଷ ଲାଭ ଉଠାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।