କରୋନା ସହିତ ଲଢୁଥିବା ଭାରତକୁ IMDର ଚେତାବନୀ, ୧୬ ମେ ରେ ଆସିପାରେ ଚକ୍ରବାତୀ ତୋଫାନ

ବର୍ତ୍ତମାନ ପାଇଁ ସାରା ଦେଶରେ ଭୟ ସୃଷ୍ଟି ହୋଇ ଯାଇଛି । ଏହି ମହାମାରୀ ସହିତ ଭାରତ ଲଢୁଥିବା ବେଳେ ତା ସାମନା କୁ ଆଉ ଏକ ସମସ୍ୟା ଆସିଛି । ଭାରତୀୟ ପାଣିପାଗ ବିଭାଗରୁ ବୁଧବାର ଦିନ ସୂଚନା ମିଳିଛି କି ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଭାଗରେ ଗମ୍ଭୀର ଚାପର କ୍ଷେତ୍ର ସୃଷ୍ଟି ହେଉଛି ଯେଉଁ କାରଣରୁ ୧୬ ମେ ରେ ‘ଚକ୍ରବାତି ତୋଫାନ’ ଆସିବାର ଆଶଙ୍କା ଅଛି । ଯାହା କି ୧୬ ମେ ଦିନ ପଶ୍ଚିମବଙ୍ଗର ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ ମଧ୍ୟ ଭାଗକୁ ବଢିପାରେ । ଏହାର ନାମ ‘ଅମ୍ଫାନ’ ରଖାଯାଇଛି ।

ଚକ୍ରବାତୀ ତୋଫାନ କୁ ନେଇ ଚେତାବନୀ

ପାଣିପାଗ ବିଭାଗ ସହିତ ଯୋଡି ହୋଇଥିବା ବହୁତ ସାରା ମଡେଲ ଏହା ସଂକେତ ଦେଉଛନ୍ତି କି ୧୫ ମେ ପରେ ୨୦୨୦ ମସିହାର ପ୍ରଥମ ‘ଚକ୍ରବାତୀ ତୋଫାନ’ ବଡ ହୋଇ ପାରେ । ଏହାର ମାର୍ଗ, କ୍ଷମତା ଏବଂ ଏହାର ଲ୍ୟାଣ୍ଡଫଲ କୁ ନେଇ ବର୍ତ୍ତମାନ ସ୍ଥିତି ପରିଷ୍କାର ହୋଇ ନାହିଁ ।

ଚକ୍ରବାତୀ ତୋଫାନକୁ ନେଇ ଆଶଙ୍କା

ଏହା ପୂର୍ବରୁ ସ୍କାଇମେଟ କହିଥିଲା କି ‘ଚକ୍ରବାତୀ ତୋଫାନ’ ୧ରୁ ୩ମେ ଭିତରେ ଆସିପାରେ କିନ୍ତୁ ପରେ ଏହା ସ୍ଲୋ ହୋଇ ଯାଇଥିଲା ଏବଂ ଏହା  ବଙ୍ଗୋପସାଗରରେ ସିଷ୍ଟମ ପୁଣି ଥରେ ସୃଷ୍ଟି ହେବାକୁ ଲାଗିଛି । କୁହାଯାଉଛି କି ବର୍ଷକୁ ଏମିତି ଦୁଇ ଥର ହୋଇଥାଏ ଯେତେବେଳେ ଚକ୍ରବାତୀ ତୋଫାନ ଆସିବାର ଆଶଙ୍କା ଥାଏ ।

ମୌସୁମୀ

ସାଧାରଣ ଭାବେ ମୌସୁମୀ ଜୁନ ମାସରେ ହିଁ ଆରମ୍ଭ ହୋଇଥାଏ କିନ୍ତୁ ଏଥର ଏହି ତୋଫାନ ମୌସୁମୀ ପୂର୍ବରୁ ଆସିବାର ଆଶଙ୍କା ଅଛି ।

‘ସାଇକ୍ଳୋନ’ କଣ ହୋଇଥାଏ ?

ଭାରତ ଏବଂ ଦୁନିଆର ସବୁ ଉପକୂଳ ଅଞ୍ଚଳ ସବୁବେଳେ ଚକ୍ରବାତୀ ତୋଫାନ ର ସାମନା କରିଥାନ୍ତି । ଚକ୍ରବାତୀ ତୋଫାନ କୁ ଅଲଗା ଅଲଗା ଜାଗା ହିସାବରେ ଅଲଗା ଅଲଗା ନାମ ଦିଆଯାଇଥାଏ । ସାଇକ୍ଳୋନ, ହରିକେନ ଏବଂ ଟାଇଫୁନ ହିଁ ଚକ୍ରବାତୀ ତୋଫାନ ଅଟନ୍ତି । ଉତ୍ତର ଆଣ୍ଟଲାଟିକା ମହାସାଗର ଏବଂ ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗର ରେ ଆସୁଥିବା ଚକ୍ରବାତୀ ତୋଫାନ କୁ ହରିକେନ କୁହାଯାଇ ଥାଏ, ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର ରେ ଆସୁଥିବା ଚକ୍ରବାତୀ ତୋଫାନ କୁ ଟାୟଫୁନ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଏବଂ ହିନ୍ଦ ମହାସାଗରେ ରେ ଆସୁଥିବା ଚକ୍ରବାତୀ ତୋଫାନ କୁ ସାଇଲ୍କୋନ କୁହାଯାଇଥାଏ । ଭାରତକୁ ଆସୁଥିବା ଚକ୍ରବାତୀ ତୋଫାନ ଦକ୍ଷିଣ ପ୍ରଶାନ୍ତ ଏବଂ ହିନ୍ଦ ମହାସାଗର ରୁ ହିଁ ଆସିଥାଏ ଏଥିପାଇଁ ତାକୁ ସାଇଲ୍କୋନ କୁହାଯାଇ ଥାଏ ।

କଣ ପାଇଁ ଆସିଥାଏ ‘ଚକ୍ରବାତ’ ?

ପୃଥିବୀ ବାଯୁମଣ୍ଡଳରେ ବାୟୁ ରହିଥାଏ, ସମୁଦ୍ର ଉପରେ ବି ଭୂମି ପରି ବାୟୁ ହୋଇଥାଏ ଏବଂ ବାୟୁ ସବୁବେଳେ ଉଚ ଅବସ୍ଥା ରୁ ନୀଚ ଅବସ୍ଥା ବାଲା କ୍ଷେତ୍ର ଆଡକୁ ଆସିଥାଏ । ଯେତେବେଳେ ବାୟୁ ଗରମ ହୋଇ ଯାଇଥାଏ ତାହା ହାଲ୍କା ହୋଇ ଯାଇଥାଏ ଏବଂ ଉପରକୁ ଉଠିଥାଏ । ଯେତେବେଳେ ସମୁଦ୍ର ପାଣି ଗରମ ହୋଇଥାଏ ସେତେବେଳେ ତା ଉପରେ ଥିବା ପବନ ମଧ୍ୟ ଗରମ ହୋଇଯାଇଥାଏ ଏବଂ ଉପରକୁ ଉଠିଥାଏ ।

ଏହି ଜାଗାରେ ନିମ୍ନ ପ୍ରଭାବର କ୍ଷେତ୍ର ସୃଷ୍ଟି ହେବାକୁ ଲାଗିଥାଏ ଏବଂ ଆଖପାଖରେ ଥିବା ଥଣ୍ଡା ପବନ ଏହି କ୍ଷେତ୍ରକୁ ଭରିବା ପାଇଁ ତା ଆଡକୁ ବଢିଥାଏ । କିନ୍ତୁ ପୃଥିବୀ ନିଜର କକ୍ଷ ଚାରିପଟେ ବୁଲିଥାଏ ଏହି କାରଣରୁ ଏହି ପବନ ସିଧା ଦେଶକୁ ନଆସି ବୁଲିବାକୁ ଲାଗିଥାଏ ଏବଂ ବୁଲିବା ସମୟରେ ତାହା ସେହି ଜାଗା ଆଡକୁ ଯାଇଥାଏ ଏହାକୁ ଚକ୍ରବାତ କୁହାଯାଇ ଥାଏ ।

ଏମିତି ରଖାଯାଇ ଥାଏ ତୋଫାନର ନାମ

୧୯୪୫ ମସିହା ପୂର୍ବରୁ କୌଣସି ବି ଚକ୍ରବାତ ର କୌଣସି ନାମ ଦିଆଯାଉ ନଥିଲା ଯେଉଁଥି ପାଇଁ ପାଣିପାଗ ବୈଜ୍ଞାନିକ ମାନଙ୍କୁ ବହୁତ ଅସୁବିଧା ହେଉଥିଲା । ଯେତେବେଳେ ସେମାନେ ନିଜର ଅଧ୍ୟୟନ ରେ କୌଣସି ଚକ୍ରବାତ ର ଚର୍ଚା କରନ୍ତି ସେତେବେଳେ ସେମାନଙ୍କୁ ବର୍ଷ ନିହାତି ଲେଖିବାକୁ ପଡିଥାଏ । ଯଦି ଏହି ଲେଖାରେ ଟିକେ ହେଲେ ବି ଭୁଲ ହୋଇଯାଇ ଥାଏ ତାହେଲେ ସବୁ ଗଣିତ ବଦଳି ଯାଇଥାଏ । ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ୧୯୪୫ ମସିହାରେ ବିଶ୍ଵ ପାଣିପାଗ ସଂଗଠନ ଚକ୍ରବାତ ର ନାମ ଦେବା ପାଇଁ ସ୍ଥିର କଲେ ଏବଂ ତା’ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ବି ଚକ୍ରବାତ ଆସିଛି ତାର ଅଲଗା ଅଲଗା ନାମ ଦିଆଯାଉଛି ।

ସମ ସଂଖ୍ୟା ବର୍ଷରେ ତୋଫାନ ର ନାମ ମହିଳାମାନଙ୍କର ନାମରେ

ଏହା ପୂର୍ବରୁ କୁହାଯାଇ ଥାଏ କି ତୋଫାନ ର ନାମ ନାବିକ ମାନେ ତାଙ୍କ ପ୍ରେମିକା ମାନଙ୍କର ନାମରେ ହିଁ ରଖୁଥିଲେ ଏଥିପାଇଁ ଆରମ୍ଭରୁ ଉପଚାରିକ ରୂପରେ ତୋଫାନ ର ନାମ ମହିଳା ମାନଙ୍କର ନାମରେ ରଖାଯାଉଥିଲା କିନ୍ତୁ ୭୦ ଦଶକ ରୁ ଏହି ପରମ୍ପରା ବଦଳି ଗଲା ଏବଂ ତୋଫାନ ର ନାମ ମହିଳା ଏବଂ ପୁରୁଷ ଦୁଇ ଜଣଙ୍କ ନାମରେ ହିଁ ହେଲା । ସମ ସଂଖ୍ୟା ବର୍ଷରେ ମହିଳା ମାନଙ୍କର ନାମ ଏବଂ ବିଷମ ସଂଖ୍ୟା ବର୍ଷରେ ପୁରୁଷ ମାନଙ୍କର ନାମରେ ରଖାଯାଇ ଥାଏ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।