ପିଏମ ଙ୍କର ଆର୍ଥିକ ପ୍ୟାକେଜ ଘୋଷଣା କରିବା ପରେ ଏମସିଏକ୍ସ ଏକ୍ସଚେଞ୍ଜରେ ଏତେ ଟଙ୍କା କମ ହେଲା ସୁନା ଚାନ୍ଦିର ଦାମ, କିଣିବା ପାଇଁ ଏହା ଭଲ ମୌକା

ଦୁନିଆର ସବୁ ଲୋକ ମାନେ ସୁନା କୁ ବହୁତ ଭଲ ପାଇଥାନ୍ତି । କେତେକ ଲୋକ ଅଛନ୍ତି ସୁନା ଏବଂ ଆଉ କେତକ ଲୋକ ଅଛନ୍ତି ଯେଉଁ ମାନେ କି ରୂପାର ଗହଣା ପିନ୍ଧିବା ପାଇଁ ବହୁତ ଭଲ ପାଇ ଥାନ୍ତି । ବିବାହ ଏବଂ ବ୍ରତଘର ପାଇଁ ସୁନା ନିହାତି ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ସୁନା ଏବଂ ରୂପା ଦାମ ବହୁତ ବଢିବାରେ ଲାଗିଛି । ଏହାର ଦାମ ବଢିବାରୁ ସାଧାରଣ ଲୋକ ମାନଙ୍କର କିଣିବା ପାଇଁ ବହୁତ ଅସୁବିଧା ହେଉଛି । କିନ୍ତୁ ସେମାନଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର ଆସିଛି । ଆସନ୍ତୁ ଜାଣିବା ସେହି ବିଷୟରେ ।

ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଙ୍କ ଦ୍ଵାରା ଏକ ବିଶେଷ ଆର୍ଥିକ ପ୍ୟାକେଜ ର ଘୋଷଣା କରିବା ପରେ ବଜାରରେ ସୁନା ଏବଂ ରୂପାର ଦାମ କମିଛି । ଏମସିଏକ୍ସ ଏକ୍ସଚେଞ୍ଜ ରେ ୫ ଜୁନ ୨୦୨୦  ର ସୁନାର ଫ୍ୟୁଚର ଦାମରେ ୧୧୪ ଟଙ୍କା କମିବାର ଦେଖିବାକୁ ମିଳିଛି । ଏହା ସହିତ ସୁନାର ୧୦ ଗ୍ରାମ ପ୍ରତି ୪୫,୫୧୧ ଟଙ୍କାରେ ଟ୍ରେଣ୍ଡ କରୁଥିବାର ନଜର ଆସୁଛି । ୫ ଅଗଷ୍ଟ ୨୦୨୦ ସୁନାର ଫ୍ୟୁଚର ଦାମ ରେ ୯୭ ଟଙ୍କା କମିବାର ଦେଖିବାକୁ ମିଳିଛି । ଏଥିରେ ସୁନା ୪୫,୭୭୩ ଟଙ୍କା ପ୍ରତି ୧୦ ଗ୍ରାମ ପାଇଁ ଟ୍ରେଣ୍ଡ ହେଉଅଛି ।

ବୁଧବାର ଦିନ ଘରୋଇ ସ୍ତରରେ ରୂପାର ଫ୍ୟୁଚର ଦାମ ମଧ୍ୟ କମିଛି । ଏମସିଏକ୍ସ ରେ ବୁଧବାର ନିଦ ସକାଳ ୩ ଜୁଲାଇ ୨୦୨୦ ରେ ରୂପା ର ଫ୍ୟୁଚର ଦାମରେ ୨୩୩ ଟଙ୍କା କମି ଥିଲା । ଏହା ସହିତ ରୂପା ୪୨,୮୨୧ ଟଙ୍କା ପ୍ରତି କିଗ୍ରାରେ ହୋଇଥିଲା ।

ଫ୍ୟୁଚର ବଜାରରେ ଲକଡାଉନ ସମୟରେ ସୁନା ଏବଂ ରୂପା ଦାମ କମିବା ଏବଂ ବଢିବାରେ ଲାଗିଛି । କରୋନା ଭାଇରସ ପାଇଁ ଲକଡାଉନ ର ଅବଧିକୁ ବଢାଯାଇ ଥିଲା ଯାହା କି ୧୭ ମେ ରେ ସରିବାକୁ ଯାଉଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।