ଇଜରୟାଲ ପରି ଇଣ୍ଡିଆନ ଆର୍ମୀର ପଦକ୍ଷେପ, ୩ ବର୍ଷ ପାଇଁ କେହି ବି ହେଇ ପାରିବ ଫୌଜରେ ଭର୍ତ୍ତି, ଜାଣନ୍ତୁ ପୁରା ଘଟଣା

ଆମେରିକା ଏବଂ ଇଜରାୟଲ ଭଳି ଭାରତ ସରକାର ବି ସେନାରେ ଭର୍ତ୍ତି କରିବା ପାଇଁ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି । ବର୍ତ୍ତମାନ ଭାରତୀୟ ସେନାରେ କୌଣସି ବି ସାଧାରଣ ବ୍ୟକ୍ତି ଭର୍ତ୍ତି ହୋଇ ପାରିବେ । ଟ୍ରେନିଂ ଆର୍ମୀଙ୍କର ନିୟମାବଳୀ ଏବଂ ଆଇନ ଅନୁସାରେ ହେବ । କିନ୍ତୁ ସେନାରେ ସାମିଲ ହେବା ଲୋକ ଯଦି ଚାହିଁବେ ତାହେଲେ ଉପଚାରିକତା ପୁରା କରିବା ପରେ ପୂର୍ବକାଳିକ କମିଶନ ବି ପାଇ ପାରିବେ । ଭାରତ ସେହି ଶର୍ଟ ସର୍ଭିସ କମିଶନକୁ ‘ଟୁଅର ଅଫ ଡିୟୁଟି’ ଦେଇଛି । ସେନାର ଉଦେସ୍ୟ ହେଉଛି ଭାରତର ସବୁଠାରୁ ଭଲ ଟ୍ୟାଲେଣ୍ଟ କୁ ସେନା ସହିତ ଯୋଡିବା ।

ଭାରତୀୟ ସେନାରେ ଏହି କ୍ରାନ୍ତିକାରୀ ପଦକ୍ଷେପ ସିଡିଏସ ବିପିନ ଚନ୍ଦ୍ର ରାବତ ଙ୍କ କହିବା ଅନୁସାରେ ଉଠାଯାଉଛି । କୁହାଯାଉଛି କି ଯୁଦ୍ଧରେ ପାକିସ୍ଥାନ ଏବଂ ଚୀନ କୁ ଏହା ସହିତ ଶେଷ କରିବା ପାଇଁ ଭାରତୀୟ ସେନା ମାନେ ପ୍ରସ୍ତୁତ ହେବା ଆରମ୍ଭ କରି ସାରିଲେଣି । ସୂଚନା ଅନୁସାରେ ଭାରତୀୟ ସେନା ସାଧାରଣ ଲୋକ ମାନଙ୍କୁ ବି ସେନାରେ ଡିୟୁଟି କରିବା ପାଇଁ ମୌକା ଦେଇପାରେ । ସେନା ସାଧାରଣ ଭାରତୀୟ ମାନଙ୍କ ପାଇଁ ୩ ବର୍ଷର ‘ଟୁଅର ଅଫ ଡିୟୁଟି’ ର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଯଦି ଏହି ପ୍ରସ୍ତାବ ମଞ୍ଜୁର ହେବ ତାହେଲେ ଏହା ଭାରତ ଇତିହାସର ଏକ ବଡ ପଦକ୍ଷେପ ହେବ ।

ଆର୍ମୀ ପକ୍ଷରୁ ସୂଚନା ମିଳିଛି କି ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି ଯାହାର ଅଧିକାରରେ ସାଧାରଣ ନାଗରିକ ମାନଙ୍କୁ ଦେଶର ସେବା କରିବା ପାଇଁ ୩ ବର୍ଷ ପାଇଁ ମୌକା ମିଳିବ । ପ୍ରସ୍ତାବ ବିଷୟରେ ଭଲ ଭାବରେ ବୁଝା ବୁଝି କବିବା ପରେ ହିଁ ଆର୍ମୀ ପ୍ରବକ୍ତା ଏହା କହିଛନ୍ତି । ଭାରତୀୟ ସେନା ଦେଶର ବେଷ୍ଟ ଟ୍ୟାଲେଣ୍ଟ କୁ ସେନାରେ ସାମିଲ କରିବା ପାଇଁ ଚାହୁଁଛନ୍ତି । ଏହି ପ୍ରସ୍ତାବ ଦ୍ଵାରା ସେନା ଙ୍କର ଏହି ଉଦେଶ୍ୟ ହାସଲ କରିବାରେ ସହଜ ହେବ । ବର୍ତ୍ତମାନ ସମୟରେ ଶର୍ଟ ସର୍ଭିସ କମିଶନ ମାଧ୍ୟମରେ ସେନାରେ ଯୋଗ ଦେବା ବ୍ୟକ୍ତିଙ୍କୁ ଅତି କମରେ ୧୦ ବର୍ଷ ଚାକିରି କରିବାକୁ ପଡିଥାଏ । ସେନାରେ ଏହାଠାରୁ କମ ଅବଧି ର ଡିୟୁଟି ପ୍ରାବଧାନ ବର୍ତ୍ତମାନ ନାହିଁ ।

ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଶର୍ଟ ସର୍ଭିସ କମିଶନର ପ୍ରାବଧାନ କୁ ବି ସମୀକ୍ଷା କରୁଛନ୍ତି ଯେମିତି ଏହା ଯୁବକ ମାନଙ୍କ ପାଇଁ ଅଧିକ ଆକର୍ଷଣ ହୋଇ ପାରିବ । ଭାରତୀୟ ସେନାକୁ ଗତ କିଛି ବର୍ଷରୁ ଅଧିକାରୀ ମାନଙ୍କର ସଂଖ୍ୟା କମ ହେଉଛି ଏଥିପାଇଁ କମିଶନ ରେ ପରିବର୍ତ୍ତନର କାମ ଅତି ଶୀଘ୍ର ସରିବ ବୋଲି କୁହାଯାଉଛି । ଶର୍ଟ ସର୍ଭିସ କମିଶନ ର ଆରମ୍ଭ ୫ ବର୍ଷର ସର୍ଭିସ ସହିତ ହୋଇଥିଲା କିନ୍ତୁ ଏହାର ଆକର୍ଷଣ ବଢାଇବା ପାଇଁ ୧୦ ବର୍ଷ କରିଦିଆ ଯାଇଛି ।