ପିଏମ କେୟାର ଫଣ୍ଡ ଦ୍ଵାରା ୩୧୦୦ କୋଟି ଟଙ୍କା ଜାରି, ଏତିକି କୋଟି ଟଙ୍କା ପ୍ରବାସୀ ମଜୁରିଆଙ୍କ ଦେଖାଶୁଣା ପାଇଁ ଖର୍ଚ ହେବ

ବର୍ତ୍ତମାନ ସାରା ଦେଶ କରୋନା ଭାଇରସ ପାଇଁ ଚିନ୍ତାରେ ଅଛି ଏବଂ ତା ସହିତ ଯୁଦ୍ଧ ମଧ୍ୟ ଚଳାଇଛି । ଏହା ଏକ ଏପରି ମହାମାରୀ ଅଟେ ଯାହାର ପ୍ରତିଶେଧ ପାଇଁ କୌଣସି ଔଷଧ କି ଟୀକା ବାହାର କରାଯାଇ ନାହିଁ । ଏହି ମହାମାରୀ ରେ ବହୁତ ଲୋକ ସଂକ୍ରମଣ ହେଉଛନ୍ତି । ଏହା ଦିନକୁ ଦିନ ବଢିବାରେ ମଧ୍ୟ ଲାଗିଛି । ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ସରକାର ଙ୍କ ଦ୍ଵାରା ଲକଡାଉନ ବ୍ୟବସ୍ତା ମଧ୍ୟ ଘୋଷଣା କରାଯାଇଛି ।

 

ଲୋକ ମାନଙ୍କ ଭିତରେ ସାମାଜିକ ଦୂରତା ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହା ସହିତ ମଧ୍ୟ ଲୋକ ମାନଙ୍କୁ ସବୁବେଳେ ମାସ୍କ ପିନ୍ଧିବା ପାଇଁ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି । ଏହି ଲକଡାଉନ ପାଇଁ ସବୁ ଯାନବାହାନ ଚଳାଚଳ ବନ୍ଦ କରାଯାଇ ଥିଲା । ବର୍ତ୍ତମାନ ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି ଯାହା କି ୧୭ ମେ ରେ ଶେଷ ହେବ । ଏହି ପର୍ଯ୍ୟାୟରେ ଲକଡାଉନ ବ୍ୟବସ୍ଥାକୁ ଟିକେ କୋହଳ କରାଯାଇଛି କିନ୍ତୁ ସାମାଜିକ ଦୂରତା ରଖିବା ପାଇଁ ଲୋକ ମାନଙ୍କୁ କୁହାଯାଉଛି । ଏହି ଲକଡାଉନ ପାଇଁ ଗରିବ ମଜୁରିଆ ମାନେ ବହୁତ ହଇରାଣ ହେଉଛନ୍ତି । ସରକାରଙ୍କ ତରଫରୁ ସେମାନଙ୍କୁ ସାହାଯ୍ୟ ମଧ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁସାରେ PM କେୟାର୍ସ ଫଣ୍ଡ ଦ୍ଵାରା କରୋନା ସହିତ ଯୁଦ୍ଧ ଚାଲିଥିବା ସମୟରେ ୩୧୦୦ କୋଟି ଟଙ୍କା ଜାରି କରାଯାଇଛି । ଏହି ଟଙ୍କାରୁ ପ୍ରାୟ ୨୦୦୦ କୋଟି ଟଙ୍କାରେ ଭେଣ୍ଟିଲେଟର କିଣା ଯିବ ଏବଂ ୧୦୦୦ କୋଟି ଟଙ୍କାରେ ପ୍ରବାସୀ ମଜୁରିଆ ମାନଙ୍କର ଦେଖାଶୁଣା କାରାଯିବ । ବାକି ୧୦୦ କୋଟି ଟଙ୍କା ଭ୍ୟାକ୍ସିନ ର ବିକାଶ କରିବା ପାଇଁ ଖର୍ଚ କରାଯିବ ।

କରୋନା ବିରୁଦ୍ଧରେ ଯୁଦ୍ଧରେ ତିଆରି ହୋଇ ଥିଲା ଫଣ୍ଡ

ପିଏମ ମୋଦୀ ମାର୍ଚ ୨୮ ତାରିଖରେ କରୋନା ବିରୁଦ୍ଧରେ ଯୁଦ୍ଧ ପାଇଁ ପିଏମ କେୟାର୍ସ ଫଣ୍ଡ ର ଗଠନ କରିଥିଲେ । ଏହା ସହିତ ସେ ଲୋକ ମାନଙ୍କୁ ନିଜ ଇଚ୍ଛାରେ ଚାନ୍ଦା ଦେବା ପାଇଁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି କହିଥିଲେ ଦେଶର ସବୁ ଲୋକ ମାନେ କୋଭିଡ-୧୯ ବିରୁଦ୍ଧରେ ହେଉଥିବା ଯୁଦ୍ଧରେ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଭାବନା କୁ ଆଖିରେ ରଖି ପିଏମ କେୟାର୍ସ ଫଣ୍ଡ ଗଠନ କରିଛି । ସୁସ୍ଥ ଭାରତ ଗଠନରେ ଏହା ବହୁତ ଲାଭକାରୀ ପ୍ରମାଣିତ ହେବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।