I Love You କହି ଟ୍ରେନ ସାମ୍ନାକୁ ଡେଇଁ ପଡିଲେ, ଏହି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣ ବି କାନ୍ଦି ପକାଇବେ

ପ୍ରେମ ଏମିତି ଏକ ଜିନିଷ ଯାହା ପାଇଁ ମଣିଷ ସବୁ ସୀମା ପାର କରିବାକୁ ପ୍ରସ୍ତୁତ ହୋଇଯାଏ । ପ୍ରେମରେ ଲୋକେ କେବଳ ଅନ୍ଧ ହୁଅନ୍ତି ତା ନୁହେ ବରଂ ନିଜ ମୂଲ୍ଯବାନ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏହିପରି ଏକ ହୃଦୟଥରା ପ୍ରେମ କାହାଣୀ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି । ସେଠାରେ ପ୍ରେମୀଯୁଗଳ ଟ୍ରେନ ଆଗକୁ ଡେଇଁ ପଡିଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ପରେ ସାମ୍ନାକୁ ଆସିଛି ଏକ ଅନନ୍ୟ ଫିଲ୍ମି ଲଭଷ୍ଟୋରି ।

ପ୍ରେମିକଙ୍କ ନାମ ସନ୍ଦେପ ସିଂ ପରମାର ଓ ତାଙ୍କ ବୟସ ୨୦ ବର୍ଷ ଏବଂ ପ୍ରେମିକାଙ୍କ ନାମ ହେଉଛି ବର୍ଷା ପରିହାର । ଦୁହେଁ ଅମୋଲା ଥାନା ଅନ୍ତର୍ଗତ ସଲେୟା ଡିଡ ଦୁଦବାଲି ରେ ରହୁଥିଲେ । ସନ୍ଦୀପ ଓ ବର୍ଷା ପରସ୍ପରକୁ ପାଗଳ ଭଳି ଭଲ ପାଉଥିଲେ । ଅନେକ ଦିନରୁ ସେମାନଙ୍କ ପ୍ରେମ ପ୍ରସଙ୍ଗ ଚାଲିଥିବା ବେଳେ ସେମାନେ ପରସ୍ପରକୁ ଭେତୁଥିଲେ ମଧ୍ୟ । କିନ୍ତୁ ସେମାନଙ୍କ ଘରଲୋକଙ୍କୁ ସେମାନଙ୍କ ମିଶିବା ପସନ୍ଦ ହେଉ ନଥିଲା ।

ତେଣୁ ସେମାନେ ବର୍ଷା ଓ ସନ୍ଦୀପ ଦେଖା ନହେବା ପାଇଁ ଅନେକ କଟକଣା ଲଗାଇଥିଲେ । ସନ୍ଦୀପ ଓ ବର୍ଷା ବିବାହ କରି ସବୁଦିନ ପାଇଁ ଏକ ହେବାକୁ ଚାହୁଁଥିଲେ । ଏକଥା ସେମାନେ ଘରେ ମଧ୍ୟ ଜଣାଇଥିଲେ, କିନ୍ତୁ ଘରଲୋକ ଏଥିପାଇଁ ସିଧାସଳଖ ମନା କରି ଦେଇଥିଲେ । ଯାହାଫଳରେ ସବଦୀପ ଓ ବର୍ଷା ପ୍ରାୟ ଦଶ ଦିନ ପୂର୍ବରୁ ଘରୁ ଏକାଠି ଫେରାର ହୋଇ ଯାଇଥିଲେ ।

ଫେରାର ହେବା ପାଇଁ ସେମାନେ ପୂର୍ବରୁ ଯୋଜନା କରି ରଖିଥିଲେ । ସେମାନେ ଫେରାର ହେବା ପରେ ସେମାଙ୍କ ପରିବାର ଅମୋଲା ଥାନାରେ ସେମାନେ ନିଖୋଜ ଥିବା ଏତଲା ଦେଇଥିଲେ । ଏହାର କିଛିଦିନ ପରେ ଅମୋଲା ଥାନାକୁ ସୂଚନା ମିଳିଥିଲା କି ଉତ୍ତରପ୍ରଦେଶର ବସାଇ ରେଳଷ୍ଟେସନ ନିକଟରେ ରେଲୱେ ଗେଟ ଏବଂ ବିଦ୍ୟୁତ ସବଷ୍ଟେସନ ମଝିରେ ଏକ ପ୍ରେମୀ ଯୋଡା ଟ୍ରେନ ସାମ୍ନାକୁ ଡେଇଁ ଜୀବନ ଦେଇ ଦେଇଛନ୍ତି ।

ସେମାନଙ୍କ ବ୍ୟାଗରୁ ମିଳିଥିବା ଡକ୍ୟୁମେଣ୍ଟକୁ ଆଧାର କରି ଜଣା ପଡିଥିଲା କି ସେହି ଯୁବକ-ଯୁବତୀ ସନ୍ଦୀପ ଓ ବର୍ଷା ହିଁ ଅଟନ୍ତି ବୋଲି । ଏହି ପ୍ରେମୀ ଯୋଡାଙ୍କ ମୃତ୍ୟୁ ଖବର ପାଇବା ପରେ ସେମାନଙ୍କ ପରିବାର ଓ ପୁରା ଗାଁରେ କାନ୍ଦବୋବାଳି ପଡି ଯାଇଥିଲା ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବର୍ଷା ଯେତେବେଳେ ନାବାଳିକା ଥିଲେ ସେତେବେଳେ ମଧ୍ୟ ଦୁହେଁ ଘରୁ ଫେରାର ହୋଇ ଯାଇଥିଲେ । ସେ ନାବାଳିକା ହୋଇଥିବାରୁ ପୋଲିସ ତାଙ୍କୁ ଧରି ଘରଲୋକଙ୍କ ହସ୍ତାନ୍ତର କରି ଦେଇଥିଲା ।

ସାବାଳକ ହେବା ପରେ ସେମାନେ ଫେରାର ହେଲେ ସତ କିନ୍ତୁ ଟ୍ରେନ ତଳକୁ ଡେଇଁ ଜୀବନ ହାରିଦେଲେ । ତେବେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।