ମକର ରାଶି (Capricorn) June 2022 ମାସିକ ରାଶିଫଳ, ଜୁନ ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ ସୁଖ ଓ ଦୁଃଖ ଭଳି ପରିବର୍ତ୍ତନ ଲାଗି ରହିଥାଏ । ବ୍ୟକ୍ତିଙ୍କ ରାଶିରେ ଥିବା ଗ୍ରହଙ୍କ ସ୍ଥିତିରୁ ବ୍ୟକ୍ତିଙ୍କ ଭାଗ୍ୟ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ । ଆଜି ଆମେ ଆପଣଙ୍କୁ ୨୦୨୨ ଜୁନ ମାସର ମକର ରାଶିର ଜାତକଙ୍କ ପାଇଁ ମାସଟି କିପରି ରହିବ ତାହା କହିବାକୁ ଯାଉଛୁ। ଏହାସହ ଜାଣନ୍ତୁ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ମକର ରାଶିର ଲୋକମାନେ ନୀତିପ୍ରିୟ, ଆତ୍ମସମ୍ମାନ ପ୍ରିୟ, ଜିଦଖୋର ଓ ସ୍ପଷ୍ଟବାଦୀ ହୋଇଥାନ୍ତି । ନିଜ ନୀତି,ନିଷ୍ଠା ଓ ଅନୁଶାସନ ଆଗରେ ଏମାନେ ପରିବାର ଲୋକଙ୍କୁ ମଧ୍ୟ ଦେଖନ୍ତି ନାହିଁ । ଏମାନେ ଆଦେଶ କରିବାକୁ ଅନେକ ସମୟରେ ଭଲ ପାଇଥାନ୍ତି । ଏମାନେ ଯେକୌଣସି କାର୍ଯ୍ୟ ଭାବିଚିନ୍ତି କରନ୍ତି । ଆପଣଙ୍କ ଶୁଭରଙ୍ଗ ହେଉଛି ନୀଳ, ଆକାଶିଆ ଏବଂ କଳା ଓ ଶୁଭବାର ହେଉଛି ଶନିବାର ।

ଶୁଭଦେବତା ହେଉଛନ୍ତି ଶନିଦେବ ଏବଂ ଶିବ ଭଗବାନ ଓ ଶୁଭଦେବୀ ହେଉଛନ୍ତି ମା କାଳି । ଶୁଭସଂଖ୍ୟା ହେଉଛି ୮ ଏବଂ ପତ୍ଯେକ ମାସର ୮, ୧୭ ଏବଂ ୨୬ ତାରିଖ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ହୋଇଥାଏ ।

୨୦୨୨ ଜୁନ ମାସଟି କିଛି କ୍ଷେତ୍ରରେ ଆପଣଙ୍କ ପାଇଁ ସମସ୍ଯା ନେଇ ଆସିବ । ଚାକିରି କ୍ଷେତ୍ରରେ ଉଚ୍ଚନୀଚର ସ୍ଥିତିର ସାମ୍ନା କରିବାକୁ ପଡିବ ଓ ପୂର୍ଣ୍ଣ ହେଉଥିବା କାର୍ଯ୍ୟର ଅବରୋଧ ଉତ୍ପନ୍ନ ହୋଇପାରେ । କିନ୍ତୁ ବିଦ୍ୟାର୍ଥୀମାନଙ୍କୁ ପାଇଁ ଉତ୍ତମ ପରିଣାମ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ମାସଟି ସାମାନ୍ୟ ରହିବ । ଚାକିରି କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ବ୍ୟବସାୟ କ୍ଷେତ୍ରରେ କିନ୍ତୁ ବିଶେଷ ପ୍ରଗତି ହେବ ଓ ବିଦେଶ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପ୍ରଚୁର ଲାଭ ମିଳିବ ।

ଆପଣଙ୍କ ନୂଆ ଯୋଜନାମାନ ସବୁ ସଫଳ ହେବ । କୌଣସି କ୍ଷେତ୍ରରୁ ଗୁପ୍ତଧନ ପ୍ରାପ୍ତି ହେବାର ଯୋଗ ରହିଛି । କୌଣସି ସହଯୋଗୀଙ୍କ ଠାରୁ ମଧ୍ୟ ଆର୍ଥିକ ଲାଭ ହେବାର ଯୋଗ ବନୁଛି । ଧନ ସଞ୍ଚୟରେ ମଧ୍ୟ ବୃଦ୍ଧି ହେବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ବେଶ ଭଲ ରହିବ ଓ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ।

କିନ୍ତୁ ବିବାହିତ ବ୍ୟକ୍ତିଙ୍କ ପାଇଁ ମାସରେ ଉଚ୍ଚ ନୀଚ ସ୍ଥିତି ଦେଖା ଦେଇପାରେ । ପରିବାରରେ କୌଣସି ଛୋଟ କଥାକୁ ଭୁଲ ବୁଝାମଣା ଦେଖା ଦେଇପାରେ ସେଥିପାଇଁ ନିଜ କ୍ରୋଧ ଓ ବାଣୀ ଉପରେ ସଞ୍ଜମ ରଖିବାକୁ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ସାମାନ୍ଯ ରହିବ । ରକ୍ତ ସମ୍ବନ୍ଧିତ ସ୍ୱାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରିପାରେ ତେଣୁ ସାବଧାନ ନିଅନ୍ତୁୟ ନିଜର ଯତ୍ନ ରଖନ୍ତୁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ସୋମବାର ଏବଂ ଶନିବାର ଶିବ ମନ୍ଦିର ଓ ଶନି ମନ୍ଦିର ନିଶ୍ଚୟ ଯାଆନ୍ତୁ ।

ଭଗବାନ ଶନିଙ୍କ ପାଖରେ ରାଶି ତେଲର ଦୀପ ଓ ଶିବଙ୍କ ପାଖେ ଘିଅର ଦୀପ ନିଶ୍ଚୟ ଲଗାନ୍ତୁ । ଅସହାୟ ଲୋକଙ୍କୁ ନିଜର ସକ୍ଷମ ଅନୁସାରେ କିଛି ଖାଇବାକୁ ଦିଅନ୍ତୁ ବା ସାହାଯ୍ୟ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।