ଲୋକପ୍ରିୟ କଣ୍ଠଶିଳ୍ପୀ Humane Sagar ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ତ୍ରୀ, ଘରୋଇ ହିଂସାକୁ ନେଇ କଟକ ଡିସିପିଙ୍କ ପାଖରେ ପହଞ୍ଚିଲେ

ଓଲିଉଡର ନଂ ୱାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଲାଣି । ନିଜ ଗୀତ ଦ୍ଵାରା ଲୋକଙ୍କ ମନ ଜିଣିବା ବ୍ଯତୀତ ହ୍ୟୁମାନ ଅନେକ ସମୟରେ ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ତେବେ ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ସାମ୍ନାକୁ ଆସିଛି । ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ହ୍ୟୁମାନ ତାଙ୍କୁ ବହୁତ ମାରୁଥିବା ନେଇ ପ୍ରକାଶ କଲେ ତାଙ୍କ ପତ୍ନୀ ।

ହ୍ୟୁମାନ ତାଙ୍କୁ ସବୁବେଳେ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ମୁହଁ ଖୋଲିଛନ୍ତି ପତ୍ନୀ । ସେ କହିଛନ୍ତି କି, ହ୍ୟୁମାନ ମୋତେ ବହୁତ ମାରୁଛନ୍ତି । ମୋତେ ଶାରୀରିକ ଓ ମାନସିକ ଦେଇ ଆସୁଛନ୍ତି । ମୁଁ ଏବେ ଆଉ ତାଙ୍କର ଏଭଳି ଅତ୍ୟାଚାରକୁ ସହି ପାରୁନି । ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଏବେ ଏମିତି କିଛି ଅଭିଯୋଗ ସାମ୍ନାକୁ ଆସିଛି । ଏଭଳି ଅଭିଯୋଗ ହ୍ୟୁମାନ ସାଗରଙ୍କ ପତ୍ନୀ ନିଜେ ଆଣିଛନ୍ତି ।

ଯାହାଙ୍କ ଗୀତରେ ରାଜ୍ୟର ପିଲାଠୁ ବୁଢା ମତୁଆଲା ହୋଇଯାନ୍ତି ଓ ଯାହାଙ୍କ ଗୀତ ସବୁବେଳେ ଲୋକଙ୍କ ପାଟି ଆଗରେ ଥାଏ ସେହି ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀ’ଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଛନ୍ଦି ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ ହ୍ୟୁମାନ ସାଗର କିଛି ମାସ ହେବ ନିଜ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ରାତିରେ ଘରକୁ ଫେରିଲେ ସ୍ତ୍ରୀ’ଙ୍କୁ ମାଡ ମାରିବା ସହ ଖରାପ ବ୍ୟବହାର କରୁଛନ୍ତି । ପୂର୍ବ ଭଳି ତାଙ୍କୁ ଆଉ ଭଲ ପାଉ ନାହାନ୍ତି ।

ଏମିତି କିଛି କହିଛନ୍ତି ହ୍ୟୁମାନଙ୍କ ଧର୍ମପତ୍ନୀ । ହ୍ୟୁମାନଙ୍କ ଘର ବଲାଙ୍ଗୀରରେ ହୋଇଥିବା ବେଳେ ସେ ଏବେ କଟକ ସିଡିଏ ଅଞ୍ଚଳରେ ରହୁଛନ୍ତି । ହେଲେ କିଛି ମାସ ହେବ ପାରିବାରିକ ଅଶାନ୍ତି ଯୋଗୁଁ ହ୍ୟୁମାନଙ୍କ ସ୍ତ୍ରୀ ବାଲେଶ୍ଵର ସ୍ଥିତ ତାଙ୍କ ବାପଘରେ ଯାଇ ରହୁଛନ୍ତି । ହେଲେ ମଧ୍ୟ ହ୍ୟୁମାନଙ୍କ ଆଚରଣରେ କୌଣସି ସୁଧାର ନ ହେବାରୁ ତାଙ୍କ ସ୍ତ୍ରୀ ଗତ ମଙ୍ଗଳବାର ଦିନ କଟକ ଡିସିପି ପିନାକୀ ମିଶ୍ରଙ୍କ କାର୍ଯ୍ୟଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।

କଟକ ଡିସିପି ମହିଳା ଥାନାକୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଛି । ତେବେ ଦେଖା ଯାଉ ଏନେଇ ହ୍ୟୁମାନ ସାଗର କଣ ପ୍ରତିକ୍ରିୟା ରଖୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।