ବାବା ଛୁଇଁଦେଲେ ଭଲ ହୋଇଯାଉଛି ରୋଗ, ଡାକ୍ତର ଫେରାଇ ଦେବା ପରେ ବି ସୁସ୍ଥ ହୋଇ ଘରକୁ ଫେରୁଛନ୍ତି, ଆରୋଗ୍ଯ ହୋଇଥିବା ଭକ୍ତ ନିଜେ ଦେଲେ ସାକ୍ଷ୍ୟ, ଦେଖନ୍ତୁ video

ବାବା ହାତ ମାରିଲେ କୁଆଡେ ରୋଗ ଭଲ ହୋଇଯାଉଛି । ବାବାଙ୍କ ହାତର ସ୍ପର୍ଶରେ କୁଆଡେ ଟ୍ଯୁମର ଭଳି ରୋଗ ବି ଉଭାନ ହୋଇଯାଉଛି । ଆରୋଗ୍ଯ ଲାଭର ଅନୁଭୂତି ବଖାଣିଛନ୍ତି କର୍କଟ ଓ ଟ୍ଯୁମର ଭଳି ଦୂରାରୋଗୀ ଏବଂ ମାନସିକ ପୀଡିତ ରୋଗୀମାନେ । ଯେଉଁ ବ୍ୟକ୍ତି ମେଡିକାଲରୁ ଫେରୁଛନ୍ତି ସେମାନେ ଗୋଗଳ ଆସିଲେ ସାଧକଙ୍କୁ ଭେଟି ବ୍ରହ୍ମଦଣ୍ଡ ସ୍ପର୍ଶ କରିଲେ ବିନା ଔଷଧରେ ଭଲ ହେଉଥିବା ଶୁଣିବାକୁ ମିଳିଛି ।

ଏଭଳି ଏକ ଅଲୌକିକ ଶକ୍ତିପୀଠର ଅବସ୍ଥିତି ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଅଧୀନ କୁମ୍ଭାରୀ ଗୋଗଳ ଗାଁରେ । ଏହି ବାବାଙ୍କ ପାଖରେ ଏବେ ପ୍ରତିଦିନ ସହସ୍ର ଲୋକଙ୍କ ଭିଡ ଯମୁଥିବା ଦେଖିବାକୁ ମିଳୁଛି । ସାରା ଓଡିଶାର କୋଣ ଅନୁକୋଣରୁ ଅସହାୟ ଲୋକେ ଭକ୍ତି ସହକାରେ ଆସି ଆରୋଗ୍ୟ ଲାଭ କରି ଭଲ ହୋଇ ଫେରୁଥିବା ଶୁଣିବାକୁ ମିଳୁଛି । ଏକଥା ଭକ୍ତମାନେ ନିଜେ ସାକ୍ଷ୍ୟ ଦେଉଛନ୍ତି ।

ଏକ ବାଞ୍ଛା କଳ୍ପବାଟ ବୃକ୍ଷମୂଳେ ଶନିଦେବ, ପ୍ରଭୁ ଗୋଲକ ବିହାରୀ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି । ସେହି ମନ୍ଦିର ସାମ୍ନାରେ ବାବା ଶନିବାର ଏବଂ ଗୁରୁବାରରେ ଅସହାୟ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ସେହି ପୀଠକୁ ଯିବାକୁ ହେଲେ ଜଗତସିଂପୁର ବାଲିକୁଦା ବ୍ଲକ ମୁଖ୍ୟ ରାସ୍ତା ଠାରୁ ବାଲିକୁଦା କଲେଜ ପାଖ ରାସ୍ତା ଦେଇ ଯିବାକୁ ହୋଇଥାଏ । ସେହି ବାଟରେ ପଡିଥାଏ ଏହି ପୀଠ । ବାବା ସ୍ପର୍ଶ କଲେ ଲୋକେ ସୁସ୍ଥ ହେଉଥିବା ନିଜେ କହୁଛନ୍ତି ।

କାହାର ପେଟରେ ଟ୍ଯୁମର ତ, ଆଣ୍ଠୁଗଣ୍ଠି ପୀଡା ଏବଂ ଏଭଳି ଅନେକ ଦୂରାରୋଗ୍ୟ ଭଲ ହୋଇ ଫେରୁଛନ୍ତି । ବାବାଙ୍କ କହିବା ଅନୁଯାଯାଇ ଶରୀରରେ ଯେକୌଣସି ରୋଗପୀଡା ହୋଇଥିଲେ ଏହାକୁ ସ୍ପର୍ଶ କଲେ ସୁସ୍ଥତା ମିଳେ । ଏହାକୁ ସ୍ପର୍ଶ କରିବାର ବିଧି ହେଉଛି 7 ଟି ଶନିବାର ସ୍ପର୍ଶ କରେଇବେ ନହେଲେ 7 ଟି ଗୁରୁବାର ସ୍ପର୍ଶ କରେଇବେ । ସେହି ଆଶ୍ରମରେ ପ୍ରତ୍ଯେକ ଶନିବାର ଓ ଗୁରୁବାର ବ୍ରହ୍ମଦଣ୍ଡ ଚିକିତ୍ସା ବ୍ୟବସ୍ଥା କରାଯାଉଛି ।

ସୂକ୍ଷ୍ମ ଶରୀରରେ ଯେଉଁ ଚକ୍ର ଖରାପ ହେବା ଯୋଗୁଁ ସେଥିରେ ଯେଉଁ ରୋଗ ଉତ୍ପନ୍ନ ହୋଇଥିବ ତାହା ଧୀରେ ଧୀରେ ଉପଶମ ହୋଇଯିବ ଏହି ବ୍ରହ୍ମଦଣ୍ଡ ସ୍ପର୍ଶ କଲେ । କାହା କାହାର ରୋଗ ଥରକେ ମଧ୍ୟ ଭଲ ହେବାର ଦେଖାଯାଉଛି । ଏହା ସଂପୂର୍ଣ୍ଣ ମାଗଣା ଓ ଏଥିପାଇଁ କୌଣସି ଟଙ୍କା ବ୍ୟବସ୍ଥା ରଖା ଯାଇନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।