ଗୀତ ଗାଇ ମଦ ପିଇ ଆସୁଛି ଆଉ ମୋତେ ବହୁତ ମାରୁଛି… Humane Sagar ଙ୍କ ପତ୍ନୀ Shriya Mishra ଖୋଲିଦେଲେ ସବୁ ପୋଲ୍ !

ସେ ଜଣେ ଭଲ ଗାୟକ ସିନା ହେଲେ ଜମାରୁ ଭଲ ସ୍ଵାମୀ ନୁହନ୍ତି । ଉପରୁ ଖୁବ ସାଧା ହେଇଥିଲେ ବି ଭିତରୁ ଭାରି ଖତରା । ବାହାରେ ନାୟକ ହେଲେ ଭିତରେ ଏକଦମ ଖଳନାୟକ । ସବୁଦିନ ଗୀତ ଗାଇ ଫେରନ୍ତି ଆଉ ମୋତେ ଧୁମ୍ ମାଡ ମାରନ୍ତି । ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି । କିଛିଦିନ ତଳେ ଭିନ୍ନ ଏକ ବିବାଦରେ ଛନ୍ଦି ହୋଇ ଯାଇଥିଲେ ହ୍ୟୁମାନ ସାଗର ।

ଜଗନ୍ନାଥଙ୍କ ଗୀତ ଗାଇବାକୁ ହ୍ୟୁମାନ ଅରାଜି ହେଉଥିବା ନେଇ ବିବାଦ ମୁଣ୍ଡ ଟେକିଥିଲା । ଏହାପରେ ସେ ସିଧା ଷ୍ଟେକ ଉପରକୁ ଯାଇ ଜଗନ୍ନାଥ ଭଜନ ଗାଇ ସମସ୍ତଙ୍କ ମୁହଁ ଚୁପ୍ କରି ଦେଇଥିଲେ । ଆଉ ଏବେ ପୁଣି ଥରେ ଆଉ ଏକ ବିବାଦ ତାଙ୍କ ନାଁରେ ଉଠିଛି । ଆଉ ଏହି ଅଭିଯୋଗ ଅନ୍ୟ କେହି ନୁହେଁ ବରଂ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର ନିଜେ ଆଣିଛନ୍ତି । ହ୍ୟୁମାନ ସାଗର 2012ରେ ସିଙ୍ଗିଙ୍ଗ ରିୟାଲିଟି ଶୋ’ “ଭଏସ୍ ଅଫ୍ ଓଡିଶା” ର ବିଜୟୀ ହୋଇଥିଲେ ।

ସେହି ଶୋ’ ରେ ଭାଗ ନେଇଥିବା ଅନ୍ଯତମ ପ୍ରତିଯୋଗୀ ଥିଲେ ଶ୍ରୀୟା । ଉଭୟ 2017 ରେ ପ୍ରେମ ବିବାହ କରିଥିଲେ ଓ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ତେବେ ବର୍ତ୍ତମାନ ଶ୍ରୀୟା ହ୍ୟୁମାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କି, ସେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ।

ଗୀତ ଗାଇ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ହ୍ୟୁମାନ ସାଗର ଜଣେ ଭଲ ସ୍ଵାମୀ ନୁହନ୍ତି ବୋଲି ତାଙ୍କ ସ୍ତ୍ରୀ ନିଜେ କହିଛନ୍ତି । ହ୍ୟୁମାନ ସାଗରଙ୍କ ଘର ବଲାଙ୍ଗୀର ଜିଲ୍ଲାରେ ଏବଂ ସେ ବର୍ତ୍ତମାନ କଟକ ସିଡିଏ ସେକ୍ଟର-6 ରେ ରହୁଛନ୍ତି । ଗତ କିଛି ମାସ ଧରି ହ୍ୟୁମାନ ନିଜ ପତ୍ନୀ ଶ୍ରୀୟାଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଯେଉଁଥି ପାଇଁ ଶ୍ରୀୟା ବାଲେଶ୍ଵରରେ ନିଜ ବାପଘରେ ଯାଇ ରହୁଥିଲେ । ସ୍ତ୍ରୀ ଚାଲିଯିବା ପରେ ମଧ୍ୟ ସୁଧୁରି ନଥିଲେ ହ୍ୟୁମାନ ସାଗର ।

ତେଣୁ ଶ୍ରୀୟା ବାଧ୍ୟ ହୋଇ ଗତକାଲି କଟକ ଡିସିପିଙ୍କ ପାଖରେ ପହଞ୍ଚି ସ୍ଵାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ମାମଲାର ତୁରନ୍ତ ତଦନ୍ତ କରିବା ପାଇଁ ମହିଳା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ପିନାକୀ ମିଶ୍ର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।