ବର୍ଷ ବର୍ଷ ଧରି ମାଗଣାରେ ଚାଲୁଛି ଏହି ଟ୍ରେନ, ଏଥିରେ ଯାତ୍ରା କଲେ ଟିକେଟ କାଟିବାକୁ ପଡେନି କି TTE ଙ୍କ ଡର ବି ନଥାଏ ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦେଶରେ ଏମିତି ଟ୍ରେନ ଚାଲୁଛି ଯେଉଁଠି ଯାତ୍ରୀମାନେ ବର୍ଷକ ବାସ ମାସ ମାଗଣାରେ ଯାତ୍ରା କରନ୍ତି । ତା’ ପୁଣି ଅଳ୍ପ କେଇ ବର୍ଷ ନୁହେଁ ବରଂ ଗତ 75 ବର୍ଷ ଧରି ଏହି ଟ୍ରେନ ମାଗଣାରେ ଚାଲୁଛି । ଏହି ଟ୍ରେନଟି ହିମାଚଳ ପ୍ରଦେଶ ଓ ପଞ୍ଜାବ ସୀମାର ଭାକ୍ରାନଙ୍ଗଲ ମଧ୍ୟରେ ଚଳାଚଳ କରୁଛି । ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଟିକେଟ ର ଟେନସନ ନାହିଁ କି ଟିଟିଇ ଧରିବା ଭୟ ବି ନାହିଁ । ଆଜିର ସମୟରେ ଟ୍ରେନ, ବସ୍ ଓ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରିବାକୁ ହେଲେ କିଛି ନା କିଛି ମୂଲ୍ୟ ଦେବାକୁ ପଡେ ।

ହେଲେ ଏବେବି ଏଭଳି ଟ୍ରେନ ଅଛି ଯେଉଁଥିରେ ଯାତ୍ରା କରିବା ସଂପୂର୍ଣ୍ଣ ମାଗଣା । ଗତ 75 ବର୍ଷ ହେବ ଦେଶରେ ଏହି ଟ୍ରେନ ଚାଲୁଛି ଯେଉଁଥିରେ ଯାତ୍ରା କରିବା ପାଇଆନ ଟଙ୍କାଟିଏ ବି ଦେବକାଉ ପଡେନି । ପୁରା ପ୍ରାକୃତିକ ପରିବେଶ ମଧ୍ୟରେ ଯାତ୍ରା କରିପାରିବେ । ଭାରତୀୟ ରେଳବାଇ ଗତ 75 ବର୍ଷ ହେବ ଏହି ସେବା ଯୋଗାଇ ଆସୁଥିଲେ ମଧ୍ୟ ଆଜି ବି ଅନେକ ଲୋକ ଏ ସମ୍ବନ୍ଧରେ ଅଜ୍ଞାତ ଅଛନ୍ତି । ଭାକ୍ରା ବ୍ଯାସ ପ୍ରବନ୍ଧନ ରେଲୱେ ବୋର୍ଡ ଏହି ଟ୍ରେନ ଚଳାଚଳର ଦାୟିତ୍ଵ ବହନ କରିଆସୁଛି ।

ଏହି ଟ୍ରେନ ଶିବାଲିକ ପାହାଡିଆ ଇଲାକାରର 13 କିମି ଯାଏଁ ଯାତ୍ରା କରିଥାଏ । ସତଲେଜ ନଦୀ ଉପରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ଭାକ୍ରା ଡ୍ୟାମକୁ ଏହା ପାର କରି ଯାଇଥାଏ । 1948 ମସିହାରୁ ସେଠାରେ ଏହି ଟ୍ରେନ ଚଳାଚଳ କରୁଛି । ଭାକ୍ରାନଙ୍ଗଲ ନଦୀବନ୍ଧ ସମଗ୍ର ବିଶ୍ବରେ ସର୍ବୋଚ୍ଚ ନଦୀବନ୍ଧ ଅଟେ । ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସିଥାନ୍ତି । 1948ରେ ଯେତେବେଳେ ଭାକ୍ରା ଡ୍ୟାମ ନିର୍ମାଣ କରାଗଲା ସେତେବେଳେ ଏକ ବିଶେଷ ରେଲୱେଏ ଆବଶ୍ୟକତା ଥିଲା ।

କାରଣ ସେତେବେଳେ ଭାକ୍ରାନଗଳକୁ ସଂଯୋଗ କରିବାକୁ କୌଣସି ପରିବହନ ରାସ୍ତା ନଥିଲା । ତେଣୁ ପ୍ରଥମ କରି ସେଠାରେ ବାଷ୍ପଚାଳିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା । ଏହାପରେ 1953 ରେ ଆମେରିକାରୁ ଅଣା ଯାଇଥିବା ଅତ୍ୟାଧୁନିକ ଇଞ୍ଜିନ ଟ୍ରେନ ଚାଲିଥିଲା । ସେବେଠାରୁ ଭାରତୀୟ ରେଲୱେ ର 5ଟି ଭ୍ୟାରିଆଣ୍ଟ ଲଞ୍ଚ କରାଗଲାଣି । ହେଲେ ଏବେବି ଏହି ଟ୍ରାକରେ 60 ବର୍ଷ ପୁରୁଣା ଇଞ୍ଜିନ ବ୍ୟବହାର ହେଉଛି । ପାକିସ୍ତାନ କରାଚିରେ ନିର୍ମିତ ଏହି ଟ୍ରେନ ର ଇଣ୍ଟେରିୟର ଡିଜାଇନ ବେଶ ଆକର୍ଷଣୀୟ ।

ସିଟ୍ ଠାରୁ ନେଇ ରାକ୍ ପର୍ଯ୍ୟନ୍ତ ସବୁ କାଥରେ ତିଆରି ହୋଇଛି । ଘଣ୍ଟାକୁ ଏହା 18ରୁ 21 ଗ୍ୟାଲନ ଇନ୍ଧନ ଆବଶ୍ୟକ କରୁଥିଲେ ମଧ୍ୟ ଏହାକୁ ମାଗଣାରେ ଚଲାଇବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ଟ୍ରେନରେ ଯାତ୍ରାର ମଜା ଉଠାଇବାକୁ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ବେଶ ପସନ୍ଦ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।