ପ୍ରେଗନେଣ୍ଟ ଅଛନ୍ତି TMC ସାଂସଦ Nusrat Jahan, ସ୍ଵାମୀ ଦେଲେ ଏମିତି ବୟାନ ଓ କହିଲେ “ଏ ପିଲା ମୋର ନୁହେଁ, ଆମେ ତ 6 ମାସ ହେବ ଅଲଗା ଅଛୁ…”

ମମତା ବାନାର୍ଜୀଙ୍କ ପାର୍ଟି ଟିଏମଶିର ସାଂସଦ ଓ ମସୁର ଅଭିନେତ୍ରୀ ନୁସରତ ଜାହାଁଙ୍କ ବିଷୟରେ ଏକ ଖବର ଆସି ପହଞ୍ଚିଛି । ଏହା ସହ ତାଙ୍କ ସହ ଜଡିତ ଏକ ସତ୍ୟ ଘଟଣା ସାମନାକୁ ଆସିଛି । ସେ ବହୁତ ଜଲ୍ଦି ମା ହେବାକୁ ଯାଉଛନ୍ତି ।

ଏହି ବାବଦରେ ତାଙ୍କ ଟିମ ଓ ଅଧିକାରୀ ମାନଙ୍କୁ କିଛି ବି ଖବର ନାହି । ମିଡିଆ ରିପୋର୍ଟ ଅନୁଯାୟୀ ସାଂସଦ ଅଭିନେତ୍ରୀ ୬ ମାସ ହେବ ଗର୍ଭବତୀ ଅଛନ୍ତି । ଏହି ବାବଦରେ ତାଙ୍କ ସ୍ଵାମୀ ନିଖିଲ ଜେଣଙ୍କୁ କିଛି ବି ଖବର ନାହି । ସୂତ୍ର ଅନୁଯାୟୀ ନିଖିଲ କହିଛନ୍ତି ଯେ ସେମାନେ ଦୁହେଁ ୬ ମାସ ହେବ ସାଥିରେ ରହୁ ନାହାନ୍ତି ଓ ତାଙ୍କ ସମ୍ପର୍କରେ ବିବାଦ ସୃଷ୍ଟି ହୋଇଛି । ଏ ପିଲା ତାଙ୍କର ନୁହେ ବୋଲି ନିଖିଲ କହିଛନ୍ତି ।

ଏହା ଛଡା ତାଙ୍କର ଓ ନୁସରତଙ୍କର କୌଣସି ସମ୍ପର୍କ ନାହି । ନୁସରତ ୨୦୧୯ ଜୁନ ୧୯ରେ ନିଖିଲ ଜେନଙ୍କ ସହ ମ୍ୟାରେଜ କରିଥିଲେ ଓ ଦୁହିଙ୍କ ମ୍ୟାରେଜ ବହୁତ ଚର୍ଚ୍ଚାରେ ରହିଥିଲା । ନୁସରତ ଜୁନ ୨୫ରେ ସଂସଦରେ ଯୋଗ ଦେଇଥିଲେ ।

ଦୁହିଙ୍କ ସମ୍ପର୍କରେ ବିବାହର ଏକ ବର୍ଷ ପରେ ଫାଟ ସୃଷ୍ଟି ହୋଇଥିଲା । କିଛି ଦିନ ହେବ ନୁସରତଙ୍କର ଜୀବନ ଶୈଳୀ କିଛି ଠିକ ନାହି । ସେ ତାଙ୍କ ସ୍ବାମୀଙ୍କ ଠାରୁ କାନୁନି ରୂପେ ଅଲଗା ହୋଇ ନାହାନ୍ତି । ନିଖିଲଙ୍କ କହିବା ମତରେ ତାଙ୍କର ଓ ନୁସରତଙ୍କର ବହୁତ ଲମ୍ବା ସମୟରୁ କୌଣସି ସମ୍ପର୍କ ନାହି ଓ ଏ ପିଲା ମଧ୍ୟ ତାଙ୍କର ନୁହେ । ଏହି ସମୟ ମଧ୍ୟରେ ନୁସରତଙ୍କର ଭାରତୀୟ ଜନତା ପାର୍ଟିର ପ୍ରତ୍ୟାଶୀ ୟଶ ଦାସଗୁପ୍ତାଙ୍କ ସହ ସ-ମ୍ଭ-ଧ ରହିବାର ଖବର ସାମନାକୁ ଆସିଥିଲା । ଏହି ଦୁହିଙ୍କୁ ଅନେକ ଥର ଏକା ସାଥେ ଦେଖା ଯାଇଛି ।

ଲୋକସଭାର ଟିକେଟ ପାଇଁ ନୁସରତ ନିର୍ବାଚନ ଲଢିଥିଲେ : ନୁସରତଙ୍କର ଲୋକପ୍ରିୟତା ଦେଖି ମମତା ବାନାର୍ଜୀ ତାଙ୍କୁ ଲୋକସଭା ପାଇଁ ନିର୍ବାଚନ ଲଢିବାକୁ ପରାମର୍ଶ ଦେଇଥିଲେ । ନୁସରତ ମମତାଙ୍କ କହିବା ଅନୁଯାୟୀ ନିର୍ବାଚନ ଲଢିଥିଲେ ଓ ଜିତିବା ପରେ ସାଂସଦ ପହଞ୍ଚି ଥିଲେ । ସେ ସାଢେ ତିନି ଲକ୍ଷରୁ ଅଧିକ ଭୋଟରେ ଏହି ନିର୍ବାଚନ ଜିତିଥିଲେ ।

୨୦୧୯ରେ ନିର୍ବାଚନ ସମୟରେ ନୁସରତ ନିଜ ମତରେ କହିଥିଲେ ଯେ ସେ ୧୨ ଶ୍ରେଣୀ ଯାଏଁ ପଢିଛନ୍ତି ଓ ତାଙ୍କ ପାଖରେ ୩ କୋଟିର ସମ୍ପତି ରହିଛି । ସେ ଭଲ ଫିଲ୍ମ ଓ ରାଜନୀତି କ୍ଯାରିୟରରେ ଥିଲେ ମଧ୍ୟ ସବୁବେଳେ ବାଦ ବିବାଦରେ ଘେରି ହୋଇ ରହୁଛନ୍ତି । ନିର୍ବାଚନ ଜିତିବା ପରେ ନୁସରତ ମଠାରେ ସିନ୍ଦୁର, ହାତରେ ମେହେନ୍ଦୀ, ନାଲି ରଙ୍ଗର ଚୁଡି ପିନ୍ଧି ସାଂସଦ ପହଞ୍ଚି ଥିଲେ । ତାଙ୍କର ଏଭଳି ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ସେ ଦେଖିବାକୁ ବହୁତ ସୁନ୍ଦର ଲାଗିଥିଲେ । ସିନ୍ଦୁର ଓ ମଙ୍ଗଳସୁତ୍ର ପାଇଁ କିଛି ଲୋକ ମାନେ ତାଙ୍କ ବିରୁଦ୍ଧରେ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ