ଏହି ନେତାଙ୍କ ସୁରକ୍ଷା ବ୍ୟବସ୍ଥା ଏତେ କଡା ଯେ କୀଟପତଙ୍ଗ ବି ଭିତରେ ପଶି ପାରନ୍ତିନି, ଲିଷ୍ଟରେ ରହିଛି ଏହି 4 ଶକ୍ତିଶାଳୀ ନେତାଙ୍କ ନାମ

ସବୁ ଦେଶ ନିଜ ନେତାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ରଖିଥାନ୍ତି । ଏତେ କଡା ସିକ୍ଯୁରିଟିରେ ମଣିଷ ଛାଡ ପକ୍ଷୀ ବି ପଶିପାରେନି । ବିଶେଷ କରି ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ସବୁଠୁ ଅଧିକ କଡାକଡି ହୋଇଥାଏ । ଏନେଇ ନୂଆ ନୂଆ ରଣନୀତି ପ୍ରସ୍ତୁତ କରାଯିବା ସହ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ । କେଉଁ ଦେଶର ନେତାଙ୍କ ପାଇଁ କିଭଳି କଡା ସୁରକ୍ଷା ବ୍ୟବସ୍ଥା ରହିଛି ଆସନ୍ତୁ ଜାଣିବା ।

ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସୁରକ୍ଷା ପାଇଁ ଏକ କମାଣ୍ଡୋ ଟିମ୍ ରହିଛି, ଯାହାକୁ ଫେଡେରାଲ ପ୍ରୋଟେକ୍ଟିଭ ସର୍ଭିସ କୁହାଯାଏ । ଏଥିରେ 1000ରୁ ଅଧିକ କମାଣ୍ଡୋ ରହିଥିଲେ ମଧ୍ୟ କେବଳ ଦକ୍ଷ କମାଣ୍ଡୋଙ୍କୁ ପୁଟିନଙ୍କ ସୁରକ୍ଷା ଲାଗି ବଛାଯାଏ । ଏମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚଳାଇବାରେ ଦକ୍ଷ ହେବାସହ ଅପରେସନ ସାଇକୋଲୋଜିରେ ମଧ୍ୟ ଦକ୍ଷ ହୋଇଥାନ୍ତି ।

ଅର୍ଥାତ ଯେଉଁ ବିପଦ ଆସୁଥିବା କେହି ଦେଖିପାରନ୍ତି ନାହିଁ ବା ଜାଣିପାରନ୍ତି ନାହିଁ, ସେହିଭଳି ବିପଦକୁ ଟାଳିବା ପାଇଁ ମଧ୍ୟ ଏମାନେ ଦକ୍ଷ ରଖନ୍ତି । ଏହି କମାଣ୍ଡୋଙ୍କୁ ସବୁପ୍ରକାର ବିଦେଶୀ ଭାଷା ଜଣାଥାଏ ଏବଂ ରାଜନୀତି ବାବଦରେ ମଧ୍ୟ ଅଭିଜ୍ଞତା ରହିଥାଏ । ଏମାନେ ଏତେ ଶକ୍ତିଶାଳୀ ହୋଇଥାନ୍ତି ଯେ ମାଇନସ ଡିଗ୍ରୀ ସେଲସିୟସରେ ମଧ୍ୟ ପତଳା ସାର୍ଟ ଓ କୋର୍ଟରେ ବେଶ ଆରାମରେ କାମ କରିପାରନ୍ତି ।

ସେହିପରି ବର୍ତ୍ତମାନର ସବୁଠୁ ନିଷ୍ଠୁର ଶାସକ କୁହାଯାଉଥିବା ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ କଡା । ଗାର୍ଡମାନେ ତାଙ୍କ ଗାଡି ପଛେ ପଛେ ଦୌଡୁଥିବାର ଚିତ୍ର ଅନେକ ଥର ଭାଇରାଲ ହୁଏ । ଲମ୍ବା ଚଉଡା ସୁଟ ପିନ୍ଧା ଏହି ଗାର୍ଡମାନେ ଶକ୍ତିଶାଳୀ ହେବାସହ ସବୁପ୍ରକାର ଅସ୍ତ୍ରଶସ୍ତ୍ର ଚଳାଇବାରେ ମାହିର ଅଟନ୍ତି । ଖାସ୍ କଥା ହେଉଛି ଏହି ଯବାନମାନେ ପୂର୍ବ ଗାର୍ଡଙ୍କ ବଂଶଜ ହୋଇଥାନ୍ତି । ଏହି ଗାର୍ଡମାନଙ୍କୁ ସୁପ୍ରିମ ଗାର୍ଡ କମାଣ୍ଡୋ କୁହାଯାଏ ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କଡା ସୁରକ୍ଷା ବ୍ୟବସ୍ଥାରେ ରହୁଥିବା ନେତାଙ୍କ ମଧ୍ୟରେ ବିଶ୍ବରେ ପ୍ରଥମ ନଂରେ ଆସନ୍ତି । ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିନପିଙ୍ଗ ଅନ୍ୟ ଦେଶ ଗସ୍ତରେ ଯିବାବେଳେ ସେତେବେଳେ ସେହି ଦେଶର ସିକ୍ଯୁରିଟି ବ୍ୟବସ୍ଥା ସହ ନିଜର ଗାର୍ଡ ମଧ୍ୟ ରହିଥାନ୍ତି । ଜିନପିଙ୍ଗଙ୍କ ଗାର୍ଡ ସେଣ୍ଟ୍ରାଲ ଗାର୍ଡ ବ୍ଯୁରୋ ନାମରେ ଜଣାଶୁଣା ।

ଏମାନେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଚାଦର ଭଳି ଘୋଡେଇ ହୋଇ ରହିଥାନ୍ତି । ଚାରିଦିଗରେ କମାଣ୍ଡୋ ଘେରି ରହିଥିବା ବେଳେ ବାଇକର୍ସ ମଧ୍ୟ ଘେରି ରହିଥାନ୍ତି । ଏହି ସୁରକ୍ଷା କବଚ ଭାଙ୍ଗି ଜିନପିଙ୍ଗଙ୍କ ପାଖରେ ପହଞ୍ଚିବା ଅସମ୍ଭବ ।

ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ମଧ୍ୟ ଏହି ତାଲିକାରେ ଆସନ୍ତି । ୱାଶିଙ୍ଗଟନ ପୋଷ୍ଟ ସାମ୍ବାଦିକ ଏବଂ ବିନ ସଲମାନଙ୍କ ସବୁଠୁ ବଡ ସମାଲୋଚକ ଜମାଲ ଖଶୋଗୀଙ୍କ ହତ୍ୟା ଅଭିଯୋଗ ଆଣିଥିଲା ଆମେରିକା ଇଣ୍ଟେଲିଜେନ୍ସ । କିନ୍ତୁ ଏହା ସତ୍ତ୍ୱେ ପ୍ରିନ୍ସଙ୍କର କେହି କିଛି ବିଗାଡି ପାରି ନଥିଲେ ।

ଏଥିରୁ ତାଙ୍କ ସୁରକ୍ଷା ବ୍ୟବସ୍ଥା କେତେ ଶକ୍ତିଶାଳୀ ତାହା ପ୍ରମାଣିତ ହୁଏ । ପ୍ରିନ୍ସଙ୍କ ପାଖରେ ଥିବା ଗାର୍ଡଙ୍କୁ ଟାଇଗର ସ୍କ୍ବାର୍ଡ କୁହାଯାଏ । ଏମାନଙ୍କ ଆଖି ଆଗରେ ପ୍ରିନ୍ସଙ୍କୁ କୌଣସି ବିପଦ ଛୁଇଁପାରେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।