Special Report- ହେଲିକପ୍ଟର Booking ପାଇଁ ଲାଗିଥାଏ କେତେ ଟଙ୍କା ଭଡା, ଜାଣନ୍ତୁ ଆପଣ ବି ଅତି ସହଜରେ କେମିତି ବୁକିଙ୍ଗ କରିପାରିବେ !

ବିବାହ କାର୍ଯ୍ୟ ରେ ଏବେ ହେଲିକେପ୍ଟର ଏକ ଫାଶନ ହୋଇ ଯାଇଛି । ଏବେ ସଭିଏଁ ଏହି ହେଲିକେପ୍ଟର ଦ୍ଵାରା ନୂଆ ବାହୁକୁ ବିଦାୟ ଦେବା ପାଇଁ ଭଲ ପାଉ ଛନ୍ତି । ଏହା ଅନେକ ଲୋକମାନେ ପାଶ୍ଚାତ୍ୟ ସଭ୍ୟତା ରେ ଦେଖିବା ପାଇଁ ପାଇ ଥିବେ କିନ୍ତୁ ଆପଣ ମାନେ ଜାଣି ଥିବେ କି ଏବେ ବିବାହ କୁ ନେଇ ଆଉ କିଛି ଭି ମତ ଭେଦ ରହୁନି ଯେଉଁ ମାନେ ଚାହୁଁ ଛନ୍ତି ସେମାନେ ନିଜ ଇଚ୍ଛାରେ ବିବାହ କରି ପାରିବେ ଓ ଯେଉଁ ଭଳି ଚାହିବେ ସେହି ଭଳି ମଧ୍ୟ ଏହାକୁ ଆୟୋଜିତ କରି ପାରିବେ ।

ବିବବାହ କୁ ଆହୁରି ମଜାଦାର ଓ ଚିର ସ୍ମରଣୀୟ ରଖିବା ପାଇଁ ସଭିଏଁ ଏହି ହେଲିକେପ୍ଟର ର ବ୍ୟବହାର କରୁଛନ୍ତି । ତେବେ ଏହା କେବଳ ଆମେ ସାଧାରଣ ଭାବରେ ପଇସା ଥିବା ଲୋକଙ୍କ ପାଖରେ ଦେଖିବା ପାଇଁ ପାଇଥାଉ କିନ୍ତୁ ଏବେ କଣ ସାଧାରଣ ବର୍ଗ ର ଲୋକମାନେ ଏହାକୁ ବ୍ୟବହାର କରି ପାରିବେ ?

ଆଜ୍ଞା ହଁ ଏବେ ହେଲିକେପ୍ଟର ଦ୍ଵାରା ଆପଣ ଯଦି ନୂଆ ବାହୁକୁ ବିଦାୟ ଦେବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ବୁକିଙ୍ଗ କରି ପାରିବେ ଅନଲାଇନ ମାଧ୍ୟମରେ । ବୁକିଙ୍ଗ କରିବା ସମୟରେ ଆପଣ କିଛି ନିୟମ କୁ ମାନିବେ । ଆପଣ ଏହାକୁ ବୁକ କରିବା ଗାରୁ ଏହାକୁ କେଉଁ ସ୍ଥାନରେ ଲ୍ୟାଣ୍ଡ କରିବେ ଏହାର ବ୍ୟବସ୍ଥା ଆପଣଙ୍କୁ କରିବା ପାଇଁ ପଡିବ ।

କାରଣ ଏହାକୁ ଆପଣ ନିଜ ମନ ଇଚ୍ଛା ଜାଗାରେ ଲ୍ୟାଣ୍ଡ କରି ପରିବେନି । ଆପଣ ଏହାକୁ ବୁକ କରିବା ଆଗରୁ ଜିଲା ମାଜେଷ୍ଟ୍ରି ଙ୍କ ପାଖରୁ ଅନୁମତି ଆଣିବା ପାଇଁ ପଡିବ । ହେଲିକେପ୍ଟର ଲ୍ୟାଣ୍ଡ କରିବାର ସମୟ, ସ୍ଥାନ, ତାରିଖ ଆଗରୁ ଦିଆ ଯାଇଥାଏ । ହେଲିକେପ୍ଟର ର ଭଡା କଥା ଯଦି ଆମେ କହିବା ତ ଆପଣ କେତେ ଦୂର ଯାଏ ଏହାକୁ ନେଇକି ଯିବେ ଏହା ଉପରେ ଏହାର ଭଡା ନିର୍ଭର କରିଥାଏ ।

ଏହା ସହ ଆପଣ ଏହାକୁ କେତେ ସମୟ ପାଇଁ ବୁକ କରୁଛନ୍ତି ଏହା ମଧ୍ୟ ଭଡାରେ ଗଣା ହୋଇଥାଏ । ଅତି କମରେ 2 ଘଣ୍ଟା ପାଇଁ ୨୦୦୦୦୦ ଟଙ୍କାରୁ ୨୫୦୦୦୦ ଟଙ୍କା ପର୍ଜନ୍ତ ଭଡା ଲାଗି ଥାଏ । ଏହା ସହ ଆପଣ ଯଦି ୧ ଘଣ୍ଟା ପାଇଁ ଆମେ ବୁକ କରିବା ତ ଆମକୁ ୫୦୦୦୦ ଟଙ୍କା ରୁ ୬୦୦୦୦ ଟଙ୍କା ଭଡା ଗଣିବାକୁ ପଡିଥାଏ । ଆମ ଭାରତରେ ଅନେକ ଟ୍ରାଭେଲ ଏଜେନ୍ସି ଅଛନ୍ତି ଯେଉଁ ମାନେ ହେଲିକେପ୍ଟର କୁ ଭଡାରେ ମିଳି ପାରିବ । ଆପଣ ଯଦି ଚାହିଁବେ ତ ନିଜ ବିଶ୍ଵସ୍ତ ଏଜେନ୍ସି ରୁ ଆପଣ ହେଲିକେପ୍ଟର ଭଡା ରେ ଆଣି ପାରିବେ ।