କଣ ରହିଛି ଓମିକ୍ରନର ନୂଆ ଲକ୍ଷଣ ଓ ଏଥିରୁ ସତର୍କ ରହିବେ କିପରି ଦେଖନ୍ତୁ – Dr Jayant Kumar Panda

କୋଭିଡ  ପରିସ୍ଥିତିରେ ଆମେ ଦେଖିଲୁ କୋରଣା ର ବିଭିନ୍ନ ରୂପ । ପ୍ରଥମେ ଏହା ଏକ ଭୂତାଣୁ ଥିଲା ପରେ ଏହାର ବିଭିନ୍ନ ଷ୍ଟ୍ରେନ ସବୁ ଆସିଲା ।  ଆଲଫା , ଗାମା ଆଦି ଷ୍ଟ୍ରେନ ଆସିଥିଲା । ଏହି ଭୂତାଣୁ କୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ଗବେଷଣା କରାଯାଇଥିଲା ।  ତେବେ ଏବେ ଆଫ୍ରିକା ରେ ଏକ ନୂଆ ଷ୍ଟ୍ରେନ ଦେଖା ଯାଇଛି ଯାହାକୁ ଓମିକ୍ରନରୁ ବୋଲି କୁହାଯାଉଛି । ଏହା ପ୍ରଥମ ଥର ପାଇଁ ସାଉଥ ଆଫ୍ରିକାରେ ଦେଖା ଯାଉଥିବା ବେଳେ ଏହାକୁ ଆମେ ଏହାକୁ ଅତି କମ ଦିନରେ ଅନେକ ଦେଶରେ ଦେଖିବା ପାଇଁ ପାଇଛୁ ।

ତେବେ ଯଦି ଦେଖିବା ପାଇଁ ଯିବାତ ଏହା ଏକ ଭୂତାଣୁ ଅଟେ । ଏହାର ଲକ୍ଷଣ ଯଦି ଦେଖିବା ପାଇଁ ଯିବା ଏହା କୋଭିଦ ର ଲକ୍ଷଣ ସହ କିଛି ମାତ୍ରାରେ ମିଶୁଛି । ଆପଣମାନେ କୋଭିଡର ତିନୋଟି ଲକ୍ଷଣ ଯାଇଥିବେ ପ୍ରଥମରେ ଏହା ଏକ ନାକ, ଗଲା, ଶ୍ବାଶରନ୍ଦ୍ର କୁ ଆକ୍ରାନ୍ତ କରିଥାଏ ଆଉ ଏକ ଫୁସ ଫୁସ କୁ ଆକ୍ରାନ୍ତ କରିଥାଏ ।

ଆଉ ଏକ କିଡନି ଆକ୍ରାନ୍ତ କରିଥାଏ । ଏହାର ଏକ ଭଲ କଥା ହେଉଛି କି ଆମେ କରିଥିବା ଭ୍ୟାକଶୀନ ଏହା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ କହିବାର ଅର୍ଥ ହେଉଛି କି ଏହି ରୋଗର ଲକ୍ଷଣ ଆମେ ଚିହ୍ନି ପାରିବା । ଏହି ଷ୍ଟ୍ରେନ ଆକ୍ରମଣ ଦ୍ଵାରା ୟୁକେ ରେ ନାଇଜେରିଆ ରେ କିଛି ଲୋକମାନେ ପ୍ରାଣ ହରାଇଛନ୍ତି ।

ଯେଉଁମାନେ ଟୀକା ନେଇ ନାହାଁନ୍ତି କିମ୍ବା ଯେଉଁ ମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି ସେମାନଙ୍କ ପାଇଁ ଏହା ଖୁବ ଖରାପ ହୋଇଥାଏ । ଯେଉଁ ଭଳି କି ଗର୍ଭବର୍ତ୍ତୀ ମହିଳା, ବେମାର ଥିବା ଲୋକମାନେ ଯେଉଁ ମାନେ ହୃଦ ରୋଗରେ ଅଛନ୍ତି କିମ୍ବା ଆଉ କେଉଁ ରୋଗରେ ଅଛନ୍ତି । କିଛି ପରିମାଣରେ ଏବେ ଏହା ଆରମ୍ଭ ହୋଇ ସାରିଛି ଦେଶରେ କିନ୍ତୁ ଏହା ଅଧିକ ବଡ ମହାମାରୀର ରୂପ ନେବା ପାଇଁ ହୁଏତ କିଛି ସମୟ ଲାଗି ପାରେ କୋଭିଡ ର ଅନେକ ଲହର ଆସିବାରେ ଲାଗିଛି ଯାହା ପାଇଁ ଲୋକଙ୍କ ମନରେ କଷ୍ଟ ଓ ଦର ବଢିବାରେ ଲାଗିଛି ।

ଏହା ସମ୍ଭବ ନାଇ କି ଆମେ କହିବା ଏହା ଶେଷ ଭାରିଏଣ୍ଟ । ଏହାର ଅଧିକତା ଆମେ ଜାନୁଆରୀ ଶେଷ ଆଡକୁ ଦେଖିବା ପାଇଁ ପାଇବେ । ଆମ ଦେଶରେ ଅନେକ ଲୋକମାନେ ଆଜି ଯାଏ ପ୍ରଥମ ଟୀକା ମାନ ନେଇ ନାହାଁନ୍ତି । ଯେଉଁ ମାନେ ନେଇ ନାହାଁନ୍ତି ସେମାନେ ଏବେ ଏହି ପରିସ୍ଥତି କୁ ଦେଖିକି ସେମାନେ ଏହାକୁ ନେବା ଭଲ ହୋଇଥାଏ ।

ଯଦି କେହି ଦୁଇଟି ଯାକ ଟୀକା ନେଇ ସାରିଛି ତେବେ ସେ ବୁଷ୍ଟର ଡୋଜ ନେବାକୁ ହେବ । ଯେହେତୁ ସମସ୍ଯା କମିବାରେ ଲାଗିଛି କିନ୍ତୁ ସେମାନେ ଏହାକୁ ନଜର କୁ ଆଣୁ ନାହାଁନ୍ତି କି ସେମାନେ ଅନ୍ୟମାନଙ୍କୁ ବହୁତ ଜଲ୍ଦି ସ୍ପ୍ରେଡ କରାଇ ଦେବେ । ଆପଣ କୋଭିଡ ନିୟମ ମାନଙ୍କୁ ମାନି ଚଳନ୍ତୁ ନହେଲେ ଆମେ ପୁଣି ଠାରେ ଲକଡାଉନ ର ପରିସ୍ଥିତି କୁ ଡାକି ଆଣିବା ।