ହନିଟ୍ରାପ କୁଇନ Archana Naag ର ଘର ଥିଲା ସୁନ୍ଦରୀଙ୍କ ଖଣି, ସହଯୋଗୀ ଖଗାକୁ ରିମାଣ୍ଡରେ ନେବା ପରେ 8 ସୁନ୍ଦରୀଙ୍କ ପତ୍ତା ଖୋଜୁଛି ED

ଗୋଟିଏ ପରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଜୋରଦାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ଵର ଓରଫ ଖଗାକୁ ମଧ୍ୟ ଇଡି 10 ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି । ଅର୍ଚ୍ଚନା କେମିତି ଏତେ ପରିମାଣର ସମ୍ପତ୍ତିର ମାଲିକ ହେଲେ ସେନେଇ ଇଡି ଖୋଳତାଡ କରିବା ସହ ଖଗାକୁ ମଧ୍ୟ ଜେରା କରୁଛି ।

ଏପଟେ ଇଡି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ହାତେଇବାରେ ଲାଗିଥିବା ବେଳେ ଏବେ ପୁଣି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି କି, ଅର୍ଚ୍ଚନା ଘରେ କୁଆଡେ ଆହୁରି 8 ଜଣ ସୁନ୍ଦରୀ ରହୁଥିଲେ ଓ ସେହି ସୁନ୍ଦରୀଙ୍କର ଏବେ ଆଉ ପତ୍ତା ମିଳୁନି । ତେଣୁ ପ୍ରଶ୍ନ ଉଠୁଛି ସେହି 8 ସୁନ୍ଦରୀ କେଉଁଠି ଲୁଚି ରହିଛନ୍ତି ?  ଅର୍ଚ୍ଚନାର ସତ୍ୟବିହାର ଘରେ ରହୁଥିବା ସେହି 8 ଜଣ ସୁନ୍ଦରୀ ଯୁବତୀଙ୍କୁ ଏବେ ଇଡି ଖୋଜିବା ଆରମ୍ଭ କରି ଦେଇଛି ।

କାରଣ ଇଡି ଆଶା ରଖିଛି ଯେ, ସେହି ସୁନ୍ଦରୀ ମାନେ ଅର୍ଚ୍ଚନା ନାଗଙ୍କ କଳା କାରବାର ସମ୍ପର୍କରେ କିଛି ନ କିଛି ତଥ୍ୟ ନିଶ୍ଚିତ ଦେଇପାରିବେ । ହେଲେ ଇଡିର ଜୋରଦାର ତଦନ୍ତ ପ୍ରକ୍ରିୟାକୁ ଦେଖି ସେହି 8 ସୁନ୍ଦରୀ କୁଆଡେ ଲୁଚି ଗଲେଣି । ତେଣୁ ସେମାନଙ୍କୁ ଧରିବା ପାଇଁ ଜୋରଦାର କସରତ କରୁଛି ଇଡି ।

ଯେଉଁଥି ପାଇଁ ସମ୍ବଲପୁରର ଦୁଇ ଜାଗା, ବାଲେଶ୍ଵରର ଦୁଇ ଜାଗା ଓ ବାଙ୍କିର ଚାରୋଟି ଜାଗାରେ ଇଡି ଚଢାଉ ଜାରି ରଖିଛି । ହେଲେ ଏବେ ଯାଏଁ କାହାର କୌଣସି ପତ୍ତା ପାଇ ପାରିନାହିଁ । କାରଣ ଅର୍ଚ୍ଚନା ଜେଲ ଯିବା ପରେ ସେହି 8 ସୁନ୍ଦରୀ କୁଆଡେ ନିଖୋଜ ହୋଇ ଯାଇଛନ୍ତି । ଅର୍ଚ୍ଚନା ଘରେ କୁଆଡେ ସେହି ସୁନ୍ଦରୀ ମାନେ ବେଶ ମଜାମସ୍ତି କରୁଥିଲେ । ଆଉ ସେହି ସୁନ୍ଦରୀ ମାନଙ୍କୁ ଧରି ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିଲା ଅର୍ଚ୍ଚନା ନାଗ ।

ସେହି 8 ସୁନ୍ଦରୀଙ୍କୁ ଧରି ପାରିଲେ ଇଡି ହାତରେ ଅର୍ଚ୍ଚନା ଅର୍ଥ କାରବାରରେ ମାମଲାରେ ଅନେକ ତଥ୍ୟ ହାସଲ କରିପାରିବ । ତେବେ ଦେଖା ଯାଉ କେବେ ଇଡି ଖୋଜି ବାହାର କରୁଛି ଅର୍ଚ୍ଚନା ଘରେ ରହୁଥିବା ସେହି 8 ସୁନ୍ଦରୀଙ୍କୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।