Sraddha ମର୍ଡର ମିଷ୍ଟ୍ରିରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, ରାତି ହେଲେ Aftab ଘରେ ବଢୁଥିଲା ବେପାର… ଶ୍ରଦ୍ଧାଙ୍କ ପାଖେ ଥିଲା ସବୁ ପ୍ରମାଣ

ଦିଲ୍ଲୀର ଶ୍ରଦ୍ଧା ୱାକର ମର୍ଡର କେସ୍ ଥମିବାର ନାଁ ନେଉନି । ଏହି ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଗଡୱିନ ରୋଡିଗ୍ରୁଜ ନାମକ ଜଣେ ବ୍ୟକ୍ତି ଶ୍ରଦ୍ଧା ଓ ତାଙ୍କ ପ୍ରେମିକ ଅଫତାବ ଆମିନ ପୁନାୱାଲାଙ୍କ ସମ୍ପର୍କକୁ ନେଇ ଅନେକ ରାଜ୍ ସାମ୍ନାକୁ ଆଣିଛନ୍ତି । ସେ ଦାବି କରିଛନ୍ତି କି, ଅଫତାବ ଶ୍ରଦ୍ଧାଙ୍କୁ ମାରପିଟ କରୁଥିଲେ । ଏଥିପାଇଁ ଶ୍ରଦ୍ଧା ଥରେ ସହାୟତା ଲୋଡିଥିଲେ ବୋଲି କହିଛନ୍ତି ରୋଡିଗ୍ରୁଜ । ଶ୍ରଦ୍ଧା ନିଜ ସାଙ୍ଗମାନଙ୍କ ସହ କରିଥିବା ବାର୍ତ୍ତାଳାପର ଅନେକ ସ୍କ୍ରିନସଟ୍ ଏବେ ସାମ୍ନାକୁ ଆସିଛି ।

ଗଡୱିନ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି, 2022 ରେ ସେ ଥରେ ଶ୍ରଦ୍ଧାଙ୍କୁ ସାହାଯ୍ୟ କରିଥିଲେ । ଅଫତାବ ଡ୍ରଗ୍ସ ବିକ୍ରି କରୁଥିବା ନେଇ ଶ୍ରଦ୍ଧା ତାଙ୍କୁ ଜଣାଇଥିଲେ । ଆଉ ଏହି ଡ୍ରଗ୍ସ କିଣିବା ପାଇଁ ଅଫତାବ ପାଖକୁ ରାତିରେ ଲୋକ ମଧ୍ୟ ଆସୁଥିଲେ । ଶ୍ରଦ୍ଧା ଘରେ ରହୁ ନଥିବା ସମୟରେ ଅଫତାବ ଗ୍ରାହକଙ୍କୁ ଡ୍ରଗ୍ସ ବିକ୍ରି କରୁଥିଲା । ଏନେଇ ଶ୍ରଦ୍ଧାଙ୍କ ପାଖରେ ପ୍ରମାଣ ରହିଛି ବୋଲି ମଧ୍ୟ ସେ ଗଡୱିନଙ୍କୁ କହିଥିଲେ । ଗଡୱିନ ଆହୁରି ମଧ୍ୟ କହିଛନ୍ତି କି, 2022 ନଭେମ୍ବରରେ ଅଫତାବ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ଯାହାପରେ ଅଫିସକୁ ଫୋନ କରି ସହାୟତା ମାଗିଥିଲେ ଶ୍ରଦ୍ଧା । ସେହି ଅଫିସରେ ଗଡୱିନଙ୍କ ଭାଇ କାର୍ଯ୍ୟ କରୁଥିଲେ । ଶ୍ରଦ୍ଧାଙ୍କ ଅଫିସ ବହୁତ ଦୂର ଥିବାରୁ ଗଡୱିନଙ୍କ ଭାଇ ଗଡୱିନଙ୍କୁ ଫୋନ କରି ଶ୍ରଦ୍ଧାଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଏହାପରେ ଗଡୱିନ ଶ୍ରଦ୍ଧାଙ୍କୁ ଫୋନ କରି ତାଙ୍କୁ ପାଖକୁ ଡାକିବା ସହ ନିଜ ଘରକୁ ନେଇ ଯାଇଥିଲେ । ସେହି ସମୟରେ ଶ୍ରଦ୍ଧାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା ।

ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ଗଡୱିନ ସାଙ୍ଗମାନଙ୍କ ସହ ଶ୍ରଦ୍ଧାଙ୍କୁ ନେଇ ଥାନାକୁ ଯାଇଥିଲେ ଓ ଅଫତାବଙ୍କ ନାଁରେ ଅଭିଯୋଗ କରିଥିଲେ । ହେଲେ ପ୍ରେମ ସମ୍ପର୍କରେ ଏଭଳି ଝଗଡା ହେବା ସ୍ଵାଭାବିକ ବୋଲି କହି ନିଜ ଅଭିଯୋଗ ଫେରା ନେଇଥିଲେ ଶ୍ରଦ୍ଧା । ସେହିପରି ଶ୍ରଦ୍ଧାଙ୍କ ଆଉ ଜଣେ ସହକର୍ମୀ କରଣ କହିଛନ୍ତି କି, 2020 ରେ ଶ୍ରଦ୍ଧାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ । ମୁମ୍ବାଇରେ ଯେଉଁ କଲ୍ ସେଣ୍ଟରରେ ଶ୍ରଦ୍ଧା କାମ କରୁଥିଲେ ସେଠାରେ ଟିମ୍ ମ୍ୟାନେଜର ଥିଲେ କରଣ ।

ଶ୍ରଦ୍ଧାଙ୍କ ଶରୀରରେ କ୍ଷତ ଚିହ୍ନ ଦେଖି କରଣ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ତେଣୁ ତୁରନ୍ତ ନିଜ ପରିବାର ପାଖକୁ ଫେରିଯିବାକୁ ସେ ଶ୍ରଦ୍ଧାଙ୍କୁ ପରାମର୍ଶ ଦେଇଥିଲେ । ଦିନ ଗଡିବା ସହ ଶ୍ରଦ୍ଧାଙ୍କ ହତ୍ୟା ରହସ୍ୟ ସେତେ ବଢି ବଢି ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।