ଭଡା ଘରେ ଦେଖା ଦେଉଛି କି ଏହିସବୁ ସମସ୍ଯା ? ଭଡା ଘରର ବାସ୍ତୁଦୋଷକୁ ଚୁଟକିରେ ଦୂର କରନ୍ତୁ ଏହି ସହଜ ଉପାୟରେ, Dr Jagadananda Acharya

ନମସ୍କାର ବନ୍ଧୁଗଣ, ଆଜିକାଲି ଲୋକ ଗାଁ ଛାଡି ସହରରେ ରହିବାକୁ ପସନ୍ଦ କରୁଛନ୍ତି । ତେଣୁ ଘର ଭଡାର ଚାହିଦା ବଢିବାରେ ଲାଗିଛି । ଏହା ରୋଜଗାର ପାଇଁ ଏକ ଭଲ ପନ୍ଥା ମଧ୍ୟ ହୋଇସାରିଲାଣି । କିନ୍ତୁ ଯଦି ଆପଣ ଘର ଭଡା ଦେଇ ମଧ୍ୟ ଉଚିତ ମୂଲ୍ୟ ପାଇପାରୁନାହାନ୍ତି ଭଡାଟିଆ ମାନେ ଟଙ୍କା ଦେବାରେ ହଇରାଣ କରୁଛନ୍ତି କିମ୍ବା ଆପଣଙ୍କ ଘର ଭଡା କେହି ନେଉନାହାନ୍ତି ତେବେ ଏହା ବାସ୍ତୁ ଦୋଷ କାରଣରୁ ହୋଇଥାଏ । ତେଣୁ ଆଜି ଆସନ୍ତୁ ଜାଣିବା କିଭଳି ଭଡାଘରର ବାସ୍ତୁ ଦୋଷ ଦୂର କରିହେବ ।

ଆପଣ ଧ୍ୟାନରେ ରଖିବେ କି ଘରର ନୈରୁକ୍ତ ଭାଗର ଘରକୁ କେବେ ଭଡା ଦେବା ଉଚିତ ନୁହେଁ । ଆପଣ ଏହି ନୈରୁକ୍ତ ଭାଗର ଘରକୁ ଛାଡି ଆଉ  ବାକି ଘରକୁ ଭଡା ଦେଇପାରିବେ । ପୂର୍ବ ଓ ଉତ୍ତର ପାର୍ଶ୍ଵରେ ଥିବା ଘରକୁ ଯଦି ଆପଣ ଭଡା ଦେଉଛନ୍ତି ତେବେ ତାହା ଆପଣଙ୍କୁ ଶୁଭ ଫଳ ଦେବ । ଯଦି କୌଣସି ଭଡାଟିଆ ଆପଣଙ୍କ ଘରକୁ ନିଜ ଅକ୍ତିଆରରେ ରଖିଛି ତେବେ ଆପଣ ନିଜ ଘରର ବାୟବୀୟ ସୀମାରେ ଥିବା ଘରକୁ ଭଡା ଦେଇଦିଅନ୍ତୁ ।

ଦେଖିବେ ଆପଣଙ୍କୁ ଯେଉଁ ଭଡାଟିଆ ହଇରାଣ କରୁଛି ଭଡା ଦେଉନାହିଁ ବା ଘର ଛାଡୁନାହି ତେବେ ଏହିସବୁର ସମାଧାନ ଏହି ଉପାୟ ଦ୍ଵାରା ସହଜରେ ହୋଇଯିବ । ଘର ଭଡାରେ ନେବାକୁ ଚାହୁଁଥିଲେ: ଆପଣ କୌଣସି ଘର ଭଡାରେ ଯଦି ନେବା ପାଇଁ ଚାହୁଁଥାନ୍ତି ତେବେ ଧ୍ୟାନରେ ରଖିବେ ଆପଣ ଯେଉଁ ଘର ଭଡା ନେଉଛନ୍ତି ତାହା ସେହି ଘରର ପ୍ଲଟର କେଉଁ ପାର୍ଶ୍ଵରେ ଅବସ୍ଥିତ ।

ଯଦି ମୂଳ ଭୂଖଣ୍ଡର ଦକ୍ଷିଣ ପାର୍ଶ୍ଵରେ ସେହି ଘର ଥାଏ ତେବେ ତାହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ସାବ୍ୟସ୍ତ ହେବ । ପୂର୍ବ ଓ ଉତ୍ତର ପାର୍ଶ୍ଵରେ ଥିବା ଘର ଭଡାରେ ନିଅନ୍ତୁ । ଏହା ଆପଣଙ୍କ ପାଇଁ ବହୁତ ହିଁ ଶୁଭ ହୋଇଥାଏ । ବ୍ୟବହାର ହେଉଥିବା କୂଅ ଯଦି ଆପଣ ଶୋଇବା ଘର ପାଖରେ ଥିବା ଦେଖନ୍ତି ତେବେ ସେହି ଘରକୁ ଭଡାରେ ନିଅନ୍ତୁ ନାହିଁ । ଯଦି ନେବେ ତାହାଲେ ଏହା ଆପଣଙ୍କ ଜୀବନରେ ବହୁତ ଦୁଃଖ ଆଣିଦେବ ।

ଉପଯୋଗୀ ହେଉନଥିବା କୂଅ ବା ନଳକୂପର ଦକ୍ଷିଣ ପାର୍ଶ୍ଵରେ ଥିବା ରୁମକୁ ଯଦି ଆପଣ ଭଡା ନିଅନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଓ ଆନନ୍ଦଦାୟୀ ହୋଇଥାଏ । ଉତ୍ତର ଦିଗର ଘରକୁ ଭଡା ନିଅନ୍ତୁ ନାହିଁ । ଏହା ଆପଣଙ୍କ ଜୀବନରେ ବହୁତ ବାଧା ବିଘ୍ନ ଉପୁଯାଇଥାଏ ।

ଆପଣ ଭଡା ନେଇସାରିଥିବା ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ: ପ୍ରଥମରେ ଆପଣ ଶୁଭ ମୁହୂର୍ତ୍ତରେ ଗୃହ ପ୍ରବେଶ କରନ୍ତୁ । ଦିତୀୟରେ ଆପଣ ନିଜ ଇଷ୍ଟ ଦେବୀଙ୍କର ଏକ ଫଟୋକୁ ଠାକୁର ଘରେ ରଖନ୍ତୁ । ତାଙ୍କୁ ପ୍ରତିଦିନ ଶୁଦ୍ଧ ଘିଅରେ ସନ୍ଧ୍ୟା ଦିଅନ୍ତୁ । ତୃତୀୟରେ ଆପଣ ଭଡା ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।