ଶୁଖିଲା କାଶ ହେଉ ବା କଫ କାଶ ଏହି ଚମତ୍କାରୀ ଘରୋଇ ଉପାୟରେ ଥରକରେ ଭଲ ହୋଇଯିବ (Cough Home Remedy)

କାଶ ମଧ୍ୟ ଆଜିକାଲି ଏକ ବଡ ସମସ୍ଯା । ବିଶେଷ କରି ଶୀତଦିନେ ଥଣ୍ଡା ଓ କାଶ ସମସ୍ଯା ଅଧିକ ଦେଖିବାକୁ ମିଳେ । ଶୁଖିଲା କାଶ ହେଲେ ଅନେକ ସମୟରେ କାଶି କାଶି ଗଳା ଫୁଲିଯାଏ ଓ ବହୁତ ଅସହଜ ମନେ ହୁଏ । ଆଉ କଫଯୁକ୍ତ କାଶ ହେଲେ ଛାତିରେ ଓ ଗଳାରେ ଅଟକି ରହିବା ଭଳି ମନେ ହୁଏ । ସେହି ଦୁଇ ପ୍ରକାର କାଶ ପାଇଁ ଆମେ ଆଜି ନେଇ ଆସିଛୁ ଏଜେ ଜବରଦସ୍ତ ଘରୋଇ ଉପଚାର ।

ଯଦି ଆପଣ ଶୁଖିଲା କାଶ ଯୋଗୁଁ ଚିନ୍ତିତ ଅଛନ୍ତି ତେବେ ଏହି ଉପାୟକୁ ଥରେ ନିଶ୍ଚିତ କରି ଦେଖନ୍ତୁ । ଆପଣ ଚିମୁଟାଏ ହଳଦୀ ଗୁଣ୍ଡ ନିଅନ୍ତୁ ଓ ଏହାକୁ ନିଜ ପାଟି କଳରେ ଜାକି ଧରନ୍ତୁ । ଜାକିଥିବା ହଳଦୀକୁ ଏକଦମ ଧୀରେ ଧୀରେ ଚୁଶିକରି ଖାଆନ୍ତୁ । ବିଲକୁଲ ବି ବ୍ୟସ୍ତ ହୋଇ ଚୁଶନ୍ତୁ ନାହିଁ, ଏକଦମ ଧୀରେ ଧୀରେ ଚୁଶନ୍ତୁ । ଏହାର ଲାଳ ଆପଣଙ୍କ ଗଳାକୁ ଯାଇ କାଶ ଭଲ କରିବ । ହଳଦୀରେ ଆଣ୍ଟି ବ୍ୟାକ୍ଟେରିୟାଲ ପପର୍ଟି ରହିଥାଏ, ଯାହା ଆପଣଙ୍କ ଗଳାକୁ ଠିକ କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ ।

ଏହାଦ୍ବାରା ଶୀଘ୍ର ଆପଣଙ୍କ ଗଳା ଖୋଲିଯିବ ଓ କାଶ ଶୀଘ୍ର ଭଲ ହୋଇଯିବ । ଏହା ଥରେ କରିବା ପରେ ଯଦି କାଶ ହେଉଛି ତେବେ ପୁଣି ଥରେ ଏହି ଉପଚାରକୁ କରନ୍ତୁ । ଆପଣଙ୍କ ଗଳା ଠିକ ହେବା ପର୍ଯ୍ୟନ୍ତ ଆପଣ ଏହାକୁ ପ୍ରୟୋଗ କରିପାରିବେ । କିନ୍ତୁ ମାତ୍ର ଥରେ ଏହାର ପ୍ରୟୋଗ କରି ଦେଖିବେ ବହୁତ ଲାଭ ମିଳିବ । ଯଦି ଆପଣଙ୍କ ଛାତିରେ କଫ ଜମି ରହିଛି ଓ କାଶ ହେଉଛି ତେବେ, ଆପଣ ଏକ ଚାମୁଚ ଅଦା ରସ ନିଅନ୍ତୁ ଓ ଏକ ଚାମୁଚ ମହୁ ନେଇ ସେଥିରେ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ସେବନ କରନ୍ତୁ ।

ଥରେ ଏହି ମିଶ୍ରଣକୁ ସେବନ କରିବା ପରେ ହିଁ ଆପଣ ଅନେକ ଫରକ ଅନୁଭବ କରିପାରିବେ ଓ ଆପଣଙ୍କ ଗଳାକୁ ମଧ୍ୟ ଆରାମ ମିଳିବ । ଏହା ଆପଣଙ୍କ ଗଳାରେ ଜମି ରହିଥିବା କଫକୁ ତଳକୁ ଖସାଇ ଦେବ ଓ ସକାଳେ ମଳ ବାଟେ ସେହି କଫ ସବୁ ବାହାରିଯିବ । ଯଦି ଆପଣଙ୍କୁ ଅତ୍ୟଧିକ କାଶ ହେଉଛି ତେବେ ଏହି ମିଶ୍ରଣକୁ ଦିନରେ ତିନିରୁ ଚାରି ଥର ସେବନ କରନ୍ତୁ । ଏହାକୁ ଥରେ ସେବନ କରି ଦେଖନ୍ତୁ ବା କାଶ ହେଉଥିବା ବ୍ୟକ୍ତିଙ୍କୁ ଏହା ସେବନ କରାନ୍ତୁ ।

ଦେଖିବେ କଫ ବାଲା କାଶ ଏକଦମ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଶୁଖିଲା କାଶ ହେଉ ଅବା କଫ ବାଲା କାଶ ହେଉ ଏହି ଦୁଇଟି ଯାକ ଘରୋଇ ଉପଚାରକୁ ନିହାତି ଭାବେ ଆପଣାଇ ଦେଖନ୍ତୁ, ଉପଶମ ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।