Home Remedy : ଥଣ୍ଡା, କାଶ ଓ କଫ ଭଲ କରିବାର ସହଜ ଏବଂ ଚମତ୍କାରୀ ଘରୋଇ ଉପଚାର, ଥରେ ପ୍ରୟୋଗ କରି ଦେଖନ୍ତୁ ଥଣ୍ଡା, କାଶ, କଫ ସବୁ ଗାୟବ ହୋଇଯିବ

ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବଡଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କୌଣସି ନା କୌଣସି କାରଣରୁ ଥଣ୍ଡା, କଫ ଓ କାଶ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଏଥିପାଇଁ ଆମେ ଅନେକ କେମିକାଲ ଯୁକ୍ତ ଔଷଧ ସବୁ ସେବନ କରିଥାଉ। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ତି ସହଜରେ ଥଣ୍ଡା କାଶ ଭଳି ସମସ୍ଯାକୁ ଦୂର କରିପାରିବେ । ଆଜି ଆମେ ଆପଣଙ୍କ ଥଣ୍ଡା କାଶ ଭଲ କରିବା ପାଇଁ ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ।

ଥଣ୍ଡା ସମସ୍ଯାକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ତୁଳସୀ ଜଟା ବା ଫୁଲ । ତୁଳସୀ ପତ୍ର ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଥଣ୍ଡା ଭଳି ସମସ୍ଯା ପାଇଁ ଅତି ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ । ଏହି ଉପଚାର ପାଇଁ ଆପଣ ଅତିକମ୍ ରେ ୧୦ଟି ତୁଳସୀ ଜଟା ସଂଗ୍ରହ କରନ୍ତୁ । ତୁଳସୀ ଜଟା ପ୍ରାୟତଃ ଶୁଖି ଯାଇଥାଏ, ତେଣୁ କଞ୍ଚା ଜଟା ଦେଖି ସଂଗ୍ରହ କରନ୍ତୁ ।

ଏହାପରେ ଏକ ପାତ୍ରରେ ଏକ ଗ୍ଳାସ ପାଣି ପାଣି ଗରମ କରନ୍ତୁ ଓ ସେଥିରେ ଏହି ତୁଳସୀ ଜଟା ସବୁକୁ ପକାଇ ପାଣି ଫୁଟି ଅଧଗ୍ଳାସ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ଏହାକୁ ଏକ କପ୍ ରେ ଛାଣି ନିଅନ୍ତୁ । ଥଣ୍ଡା ଭଲ କରିବା ପାଇଁ ଆପଣ ଏହି ପାନୀୟକୁ ଦିନରେ ଦୁଇରୁ ତିନିଥର ସେବନ କରନ୍ତୁ ।

ଛୋଟପିଲା ହୋଇଥିଲେ ବୟସ ଅନୁସାରେ ଏକରୁ ଦୁଇ ଚାମୁଚ ଲେଖାଏଁ ସେବନ କରିବାକୁ ଦିଅନ୍ତୁ । ନଚେତ ଆପଣ ପୁରା ଅଧକପ୍ ତୁଳସୀ ଜଟା ପାଣି ସେବନ କରନ୍ତୁ, ଦେଖିବେ ଥଣ୍ଡା ଏକଦମ ଗାୟବ ହୋଇଯିବ । ଯଦି ଆପଣଙ୍କୁ କାଶ ଲାଗି ରହୁଛି ଓ ଯେତେ ଯାହା କଲେ ବି ଭଲ ହେଉନାହିଁ ତେବେ ଏହି ଉପଚାର କରି ଦେଖନ୍ତୁ । ଏକ ପାତ୍ରରେ ଏକ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଦୁଇରୁ ତିନି ଖଣ୍ଡ ମିଶ୍ରି ପକାଇ ଅଧକପ୍ ହେବା ଯାଏଁ ଫୁଟାନ୍ତୁ ।

ଛୋଟପିଲାଙ୍କ ପାଇଁ କରୁଥିଲେ ଖଣ୍ଡିଏ ମିଶ୍ରି ପକାନ୍ତୁ । ଏହାପରେ ଏହାକୁ ପାତ୍ର ଛାଣି ଉଷୁମ ଉଷୁମ ଦିନକୁ ତିନି ଥର ସେବନ କରନ୍ତୁ, ଦେଖିବେ ଭୟଙ୍କରରୁ ଭୟଙ୍କର କାଶ ମଧ୍ୟ ଭଲ ହୋଇଯିବ । ଛୋଟପିଲାଙ୍କୁ ପୁରା ଅଧକପ୍ ନଦେଇ ମାତ୍ର ଦୁଇ ଚାମୁଚ ଲେଖାଏଁ ଦେଇପାରିବେ ।

ଏହାସହ ଯଦି ଛାତିରେ କଫ ଜମି ରହିଛି ଓ ତାହା ଭଲ ହେଉନାହିଁ ତେବେ କିଛି କିଛି ଘିଅ ଉଷୁମ କରି ତାହା ନିଜ ଛାତିରେ ଲଗାଇ ଦିଅନ୍ତୁ । ଏହାପରେ ତା’ ଉପରେ ଗୋଟିଏ ଅରଖ ପତ୍ର ଲଗାଇ ଦିଅନ୍ତୁ । ଏଥିପାଇଁ ପୁରୁଣା ଘିଅ ନିଅନ୍ତୁ ନଚେତ ଗାଈ ଘିଅ ମଧ୍ୟ ନେଇପାରିବେ ।

ନହେଲେ ଅରଖ ପତ୍ରରେ ଘିଅ ଲଗାଇ ଏହାକୁ ସାମାନ୍ଯ ସେକି ହାଲୁକା ଗରମ କରି ଦିଅନ୍ତୁ ଓ ଏହାକୁ ନେଇ ଛାତିରେ ଲଗାଇ ଦିଅନ୍ତୁ । ଏହିପରି କିଛି ସମୟ ଯାଏଁ ଲଗାଇ ରଖନ୍ତୁ ଦେଖିବେ କଫ ଘିଅ ଭଳି ତରଳି ବାହାରିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।