କଏଦୀ ନିଜ ଶେଷ ଇଚ୍ଛାରେ କିଛି ଏମିତି କହିଲା ଯାହା ଶୁଣି ଜେଲରଙ୍କ ଉଡିଗଲା ହୋସ…

ଦୁନିଆରେ ସମସ୍ତଙ୍କର କିଛି ନା କିଛି ଇଛା ଥାଏ । ସେଥିପାଇଁ ଅପରାଧୀମାନଙ୍କୁ ଦଣ୍ଡାଦେଶ ଦେବା ପୂର୍ବରୁ ସେମାନଙ୍କୁ ମଧ୍ୟ ଶେଷ ଇଚ୍ଛା ପଚରାଯାଏ । ହେଲେ କିଛି ଅପରାଧୀଙ୍କ ଶେଷ ଇଚ୍ଛା ଶୁଣି ଜେଲର ମାନଙ୍କ ମୁଣ୍ଡ ବି ଘୁରେଇ ଦିଏ । ଆଜି ଆମେ ଆପଣଙ୍କୁ ଜେଲରେ ଥିବା ଅପରାଧୀଙ୍କ କିଛି ଅଜବ ଗଜବ ଶେଷ ଇଚ୍ଛା ସମ୍ପର୍କରେ ଜାଣିବା । ଯାହା ଶୁଣିବା ପରେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ମୃତ୍ୟୁ ନିଶ୍ଚିନ୍ତ ବୋଲି ଜାଣିବା ପରେ ଯେକେହି ଭୟରେ ଥରିବ । କିନ୍ତୁ ମୃତ୍ୟୁ ପାଖରେ ଥାଇ ବି କିଛି ଲୋକ ନିର୍ଭୟ ରହିଥାନ୍ତି । ଲରେନ୍ସ ରସେଲ ବ୍ରିୟର ଆମେରିକାର ଜଣେ ହତ୍ୟା ଅପରାଧୀ ଥିଲା । ତାକୁ ଶେଷ ଇଚ୍ଛା ପଚରା ଯିବାରୁ ସେ ଦୁଇଟି ଫ୍ରାଏଡ ଚିକେନ, ତ୍ରିପଲ ସ୍ଲାଇସ ଚିଜ ବର୍ଗର, ଆମଲେଟ, ଗୋଟେ ବଡ ପିଜା, ଚୁକେନ ପକୋଡା, ମିଟ ବ୍ରେଡ, ପିନଟ ବଟର ର୍ବଙ୍ଗ ଗୋଟିଏ ବ୍ଲୁଭେଲ ଆଇସକ୍ରିମ ଅର୍ଡର ଦେଲା ।

ଆଉ କହିଲା ମୋ ପାଇଁ ତିନୋଟି ବିୟର ମଧ୍ୟ ଆଣିବ । ଆଇନର ନିୟମ ଅନୁସାରେ ତାକୁ ଯେତେବେଳେ ଏସମସ୍ତ ଆଣି ଦିଆଗଲା, ସେ କହିଲା ସରି ମୋତେ ଏବେ ଭୋକନାହିଁ । ଟିକେ ଭାବନ୍ତୁ ସେ ଜେଲର ରାଗିକି କଣ କରିଥିବ ।

ପିଟର ଜେ ମିନେଲ ନାମକ ଜଣେ ହତ୍ୟାକାରୀକୁ ୨୦୦୪ରେ ମୃତ୍ୟୁଦଣ୍ଡ ଦିଆଗଲା । ପିଟରକୁ ତା’ର ଶେଷ ଇଚ୍ଛା ପଚରା ଯିବାରୁ ରେ ହିଷ୍ଟ୍ରିର ସବୁଠୁ ବଡ ଅର୍ଡର ଦେଇଥିଲା । ୨୦ଟି ବିଫ ଟାକୋସ, ୨୦ଟି ସାଣ୍ଡୱିଚ, ଦୁଇଟି ଡବଲ ଚିଜ ବର୍ଗର, ଗୋଟିଏ ବଡ ପିଜା, ଫ୍ରାଏଡ ଚିକେନ, ହାଫ ଚକୋଲେଟ କେକ, ହାଫ ଭାନିଲା କେକ, ନୁଡୁଲ୍ସ, କୁକିଜ, ଆଇସକ୍ରିମ ଅର୍ଡର ଦେଲା ।

କେବଳ ସେତିକି ନୁହେଁ ବରଂ ଗୋଟିଏ ସ୍ମଲ ଫ୍ରୁଟି କେକ, ଦୁଇଟି କୋକାକୋଲା, ଦୁଇଟି ବଡ ପେପସି, ଦୁଇଟି ଅରେଞ୍ଜ ଜୁସ ଓ ଦୁଇଟି ବିୟର ମଧ୍ୟ ଅର୍ଡର ଦେଲା । ପିଟର ନିଜେ ଦୋଷ ସ୍ଵୀକାର କରିଥିଲା । ତେଣୁ ସେ ବୋଧେ ଭାବିଥିଲା ଫାଶୀରେ ମରିବା ଅପେକ୍ଷା ଏସବୁ ଏକାଠି ଖାଇ ମରିଯିବା ଭଲ ।

ରନି ଲି ଗାର୍ଡେନର ନାମକ ଜଣେ ଅପରାଧୀକୁ ଯେତେବେଳେ ତା’ର ଶେଷ ଇଛା ପଚରାଗଲା ସେ ଖାଦ୍ୟ ମାଂସ, ସିଫୁଡ଼, ଆପଲ ପାଇ ଏବଂ ଗୋଟିଏ ସେଭେନ ଅଫ ଅର୍ଡର ଦେଲା । କିନ୍ତୁ ଏସବୁ ସେ ଲର୍ଡ ଅଫ ଦି ରିଙ୍ଗସ୍ ମୁଭି ଟିଭିରେ ଦେଖିକରି ଖାଇବାକୁ ଚାହୁଁଛି ବୋଲି କହିଲା । ରନିର ଏହି ଇଛା ପୂରଣ କରାଗଲା ଓ ସେ ୧୧ଘଣ୍ଟା ଧରି ଏହି ମୁଭି ଦେଖି ଏସବୁ ଖାଇଲା ଏବଂ ଶେଷଦିନକୁ ସଂପୂର୍ଣ୍ଣ ଭାବେ ଉପଭୋଗ କରିଲା । ଏହା ଆମେରିକା ଇତିହାସର ସବୁଠୁ ଲମ୍ବା ଶେଷ ଇଛା ଅନୁରୋଧ ଥିଲା ।

ଟେଡ ବଣ୍ଡି ଜଣେ ଏମିତି ସିରିଏଲ କିଲର ଥିଲା ଯିଏ ଝିଅମାନଙ୍କୁ କିଡନାପ କରି କଷ୍ଟ ଦେଇ ମାରି ଦେଉଥିଲା । ତାକୁ ଧରିବା ପରେ ୧୯୭୪ରୁ ୧୯୭୮ ମଧ୍ୟରେ ଆମେରିକାର ୮ଟି ଷ୍ଟେଟରେ ସେ ୩୦ଜଣ ଝିଅଙ୍କର ହତ୍ୟା କରିଛି ବୋଲି ମାନି ନେଇଥିଲା । ବିଂଶ ଶତାବ୍ଦୀର ଏହି ଭୟଙ୍କର ଅପରାଧୀକୁ ୧୯୮୯ରେ ଫାଶୀଦଣ୍ଡ ଦିଆଗଲା ।

ଟେଡ ନିଜ ଶେଷ ଇଚ୍ଛାରେ ଏକ ସ୍ପେଶାଲ ଖାଦ୍ୟ ଅର୍ଡର ଦେଇଥିଲା । କିନ୍ତୁ ତାକୁ ତାହା ଦିଆଗଲା ନାହିଁ ବରଂ ସାଧାରଣ କଏଦୀଙ୍କ ଖାଦ୍ଯ ଦିଆଗଲା । ସେ ଏହା ଖାଇବାକୁ ମନାକଲା, ହେଲେ ତାକୁ ଆଉ କିଛି ଖାଇବାକୁ ନଦେଇ ଭୋକରେ ଫାଶୀ ଦିଆଗଲା ।

ସେହିପରି ଭାରତର ଦୁର୍ଦ୍ଦାନ୍ତ ଅପରାଧୀ ଆଜମଲ କସାବ ଫାଶୀଦଣ୍ଡ ସମୟରେ ଖାଇବାକୁ ମନା କରି ଦେଇଥିଲା । କିନ୍ତୁ ତାକୁ ଗୋଟିଏ ଟ୍ରେ ଟମାଟୋ ଖାଇବାକୁ ଦିଆ ଯାଇଥିଲା । ଏହାପରେ କଣ ହେଇଥିବ ଆପଣ ଜାଣିଥିଲେ କମେଣ୍ଟରେ କହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।