ହିଟ୍ ଆଣ୍ଡ ରନ୍ କେସ୍ ରେ ଫସିଲେ ରାଜ୍ୟସଭା ସାଂସଦ, ଦୁର୍ଘଟଣା ପରେ ଛଟପଟ ଯୁବକଙ୍କୁ ଛାଡି ଚମ୍ପଟ ମାରିଲେ, ଦେଖନ୍ତୁ ଦୃଶ୍ୟ

ଦୁର୍ଘଟଣା ନୁହେଁ ହିଟ ଆଉ ରନ । ତେଜିଲା ରାଜ୍ୟସଭା ସାଂସଦ ଙ୍କ ଗିରଫ ଦାବି । ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃ-ତ୍ୟୁ ଘଟଣାରେ ନୂଆ ମୋଡ । ଦୁର୍ଘଟଣା ରେ ଛଟପଟ ଗୁରୁତର ଯୁବକଙ୍କୁ ଛାଡି କାହିଁକି ଫେରାର ହୋଇଗଲା ସାଂସଦଙ୍କ ଗାଡି ? ଯଦି ସାଂସଦ ଗାଡି ଭିତରେ ନ ଥିଲେ କେମିତି ଥିଲେ PSO ?

ହଁ ଦର୍ଶକ ବନ୍ଧୁ ହିଡେନ ମାମଲା ରୁଜୁ କରି ସାଂସଦ ଙ୍କୁ ଗି-ର-ଫ କରିଲେ ବିରୋଧୀ । ରାଜ୍ୟସଭା ସାଂସଦ ନିରଞ୍ଜନ ବିସି ଙ୍କ ଇନୋଭା କାର ଗତ କାଲି ଗୋଟେ ସ୍କୁଟି କୁ ଧକ୍କା ଦେଇଥିଲା । ପରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ଙ୍କ ମୃ-ତ୍ୟୁ ଘଟିଥିଲା । ଦୁର୍ଘଟଣା ସମୟରେ ସେ ଗାଡିରେ ନ ଥିଲେ ।

ତାଙ୍କ ଡ୍ରାଇଭର ଗାଡି ନେଇ ଯାଇଥିବା କଥା କହିଥିଲେ ସାଂସଦ ନିରଞ୍ଜନ ପିସି । ମାତ୍ର ସାଂସଦଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛି ବିଜେପି । ସାଂସଦଙ୍କ କାମକୁ ଅମାନବୀୟ କହି ଘୋର ନିନ୍ଦା କରିଛି ଦଳ । ଦୁର୍ଘଟଣା ସମୟରେ ସାଂସଦ ଗାଡି ଭିତରେ ଥିଲେ ବୋଲି ବିଜେପି ଅଧିକାରୀ ସିଧା ସିଧା ଅଭିଯୋଗ କରିଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା ନରସିଂ ଦେବ ।

ଗତ କାଲି ଘଟଣା ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାଟଣାଗଡ ଥାନା ଦାମିଆ ଛକ ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ପ୍ରତେକ୍ଷ ଦର୍ଶୀ ଙ୍କ କହିବା ଅନୁଯାୟୀ ସାଂସଦ ଙ୍କ ଇନୋଭା କାର ଦୃତ ଗତିରେ ଆସୁଥିଲା । ଆଉ କେହି କିଛି ବୁଝିବା ଆଗରୁ ସ୍ଥାନୀୟ ଇନପୁର ଗାଁ ର ଡଙ୍କଧର ବିଶ୍ଵାଳଙ୍କୁ ସ୍କୁଟି କୁ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ କେମିତି ସାଂସଦ ଙ୍କ ଗାଡି ଫେରାର ମାରୁଛି ତାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘରର ଏକମାତ୍ର ପୁଅ ଥିଲେ ଦୁର୍ଘଟଣା ରେ ମୃ-ତ୍ୟୁ ଘଟିଥିବା 30 ବର୍ଷୀୟ ଡଙ୍କଧର ବିଶ୍ଵାଳ । ତାଙ୍କ ମୃ-ତ୍ୟୁ ପରେ ଏବେ ପରିବାର ର ପୋଷଣ କରିବ କିଏ ? ସାଂସଦଙ୍କ ଗାଡି ରେ ମେଡିକାଲ ନେଇଥିଲେ ପୁଅ ହୁଏ ତ ବଞ୍ଚିପାରି ଥାନ୍ତା ବୋଲି ମୃ-ତ ଡଙ୍କଧରଙ୍କ ବାପା ।

ତେବେ ସାଂସଦଙ୍କ ବୟାନ ସତ ନା ମିଛ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୁହଁ ଖୋଲୁ ନାହିଁ ପୋଲିସ । ତେବେ ସାଂସଦ ଙ୍କ ଗାଡି ରେ ସେ ଥିଲେ କି ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ଦେଖାଯାଉ ପୋଲିସ ଏହି ଘଟଣାରେ କେଉଁ ଭଳି ତଦନ୍ତ କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।