ମୁମ୍ବାଇ ଇଣ୍ଡିଆନ୍ସ ବୋଲର Akash Madhwal ଏମିତି ରେକର୍ଡ କଲେ ଯାହା କେବେ କେହି କରି ନଥିଲେ ! ଜାଣନ୍ତୁ କେମିତି ଆରମ୍ଭ କରିଥିଲେ IPL ଯାତ୍ରା

ନମସ୍କାର ବନ୍ଧୁଗଣ । ପ୍ରଥମେ ଇଞ୍ଜିନିୟରିଙ୍ଗ ପରେ କ୍ରିକେଟ ତାପରେ ରେକର୍ଡ଼ ବର୍ଷା । ପ୍ଲେ ଅଫରେ କମାଲ କରି ଦେଲେ ଆକାଶ ମଧୱାଲ । 21 ବଲରେ ମାତ୍ର 5 ରନ ଆଉ 5ଟି ମୁଲ୍ଯବନ ୱିକେଟ । ବୋଧ ହୁଏ ଆଇପିଏଲ ପ୍ଲେ ଅଫରେ ନାମିଦାମି ପ୍ଲେୟାର ମାନେ ଯେଉଁ ରେକର୍ଡ କରିପାରି ନ ଥିଲେ ଜଣେ ଖେଳାଳୀ ଭାବେ ଆକାଶ ମଧୱାଲ ସେହି ରେକର୍ଡ କରି ଦେଖାଇଛନ୍ତି ।

ପ୍ରଥମ ବୋଲର ଭାବେ ସେ ଆଇପିଏଲ ପ୍ଲେ ରେ ପାଇଛନ୍ତି 5 ୱିକେଟ ସଫଳତା । ବୁଧବାର ଆଇପିଏଲ ଏଲିମେଣ୍ଟ ମ୍ଯାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ-ଲକ୍ଷ୍ନୌ ସୁପର ଜ୍ୟାନ୍ସ । ଏହି ମ୍ଯାଚରେ ଲକ୍ଷ୍ନୌକୁ ମାତ ଦେଇ ଦମଦାର ବିଜୟ ହାସଲ କରିବା ସହ କ୍ଵାଲିଫାୟାର-2 ରେ ସ୍ଥାନ ପକ୍କା କରିଥିଲା ମୁମ୍ବାଇ ।

ଏହି ମ୍ଯାଚରେ ଆକାଶ ମଧୱାଲ କରିଥିଲେ ରେକର୍ଡ ପୂର୍ଣ୍ଣ ବୋଲି 34 ଓଭର 3ଟି ବଲରେ ସେ ମାତ୍ର 5 ରନ ଦେଇ ଲକ୍ଷ୍ନୌ ଟିମରୁ ସେ ମାତ୍ର 5 ୱିକେଟ ନେଇଥିଲେ । ଯାହାକି ମୁମ୍ବାଇକୁ ବିଜୟ ଦେବା ସହ କ୍ଵାଲିଫାୟାର-2 ର ଟିକେଟ ଦେଇଥିଲା । 1993 ନଭେମ୍ବର 25 ରେ ଉତ୍ତରଖଣ୍ଡର ରୁଟକି ରେ ଜନ୍ମ ନେଇଥିବା ଆକାଶ ମଧୱାଲଙ୍କର ଜୀବନ ଯେତିକି ସଙ୍ଘର୍ଷପୁର୍ଣ୍ଣ ସେତିକି ହୃଦୟ ସ୍ପର୍ଶୀ ରହିଛି । ଗତ 4 ବର୍ଷ ତଳେ କ୍ରିକେଟକୁ ସେ କେବଳ ଟେନିସ ବଲ ଭିତରେ ସିମିତି ରଖିଥିଲେ । ଟେନିସ ବଲ ଖେଳି ସେ ସନ୍ତୁଷ୍ଟ ଥିଲେ ।

ଯେବେ ଉତ୍ତରଖଣ୍ଡର କୋଚ ଅସୀମ ଜାଫରଙ୍କ ନଜର ଆକାଶଙ୍କ ଉପରେ ପଡିଥିଲା ସେତେବେଳେ ଆକାଶ ଜୀବନ ବଦଳି ଯାଇଥିଲା । 24 ବର୍ଷ ଜଣେ ଯେଉଁ ଆକାଶ କ୍ରିକେଟ ଖେଳି ନ ଥିଲେ 2019ରେ ସେ ଦେଇଥିଲେ ପ୍ରଥମ ଟ୍ରାଏଲ । ଆଉ ତାଙ୍କର ବୋଲିଂ ଦେଖିବା ପରେ ତାଙ୍କୁ ମିଳିଥିଲା ସହିଦ ପୁଷ୍ଟା ବନିଙ୍ଗ ଟ୍ରଫିରେ ଖେଳିବାର ସୁଯୋଗ ।

2019 ରେ ସେ ପ୍ରଥମ କରି ସହିଦ ପୁସ୍ତା ବନିଙ୍ଗ ରେ ମ୍ୟାଚ ଖେଳିଥିଲେ । ଆଉ ଏବେ ତାଙ୍କର ପରିଚୟ ସେ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନର ଜଣେ ଷ୍ଟାର ବୋଲର । ପାଠ ପଢା ରେ ଇଞ୍ଜିନିୟରିଙ୍ଗ କରିଥିବା ଆକାଶଙ୍କର ପିଲା ଦିନରୁ ରୁଚି ଥିଲା । ଏମିତିକି ସେ ଜୁନିୟର ଇଞ୍ଜିନିୟର ଚାକିରି ଛାଡି କ୍ରିକେଟକୁ ବାଛିଥିଲେ ।

ତେବେ ଉତ୍ତରଖଣ୍ଡ ତରଫରୁ କ୍ରିକେଟ ଖେଳୁଥିବା ଆକାଶଙ୍କ ଜୀବନ ଏବେ ସବୁଠାରୁ ପରିବର୍ତ୍ତନ ସେତେବେଳେ ଆସିଥିଲା ଯେବେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଥିଲେ । 20 ଲକ୍ଷ ଟଙ୍କା ନେଇ ଆକାଶଙ୍କୁ କିଣିଥିଲା ମୁମ୍ବାଇ ଇଣ୍ଡିଆନସ । ଆଉ ଚଳିତ ବର୍ଷ ସେ ଖେଳିଥିଲେ ପ୍ରଥମ ଆପିଏଲ ମ୍ଯାଚ ।

ପଞ୍ଜାବ କିଂସ ବିରୁଦ୍ଧରେ ସେ ଆଇପିଏଲ ମ୍ଯାଚ ଆରମ୍ଭ କରିଥିବା ବେଳେ ଆଜି ସୁଧା 7ଟି ମ୍ଯାଚରୁ 13ଟି ୱିକେଟ ନେଇ ସାରିଲେଣି । ତେବେ ଲକ୍ଷ୍ନୌ ବିରୁଦ୍ଧରେ ଯେଉଁ ଭଳି ଆକାଶ ବୋଲିଙ୍ଗ କରିଛନ୍ତି ତାହା ଆଜି କ୍ଵାଲିଫାୟାର ଟିକେଟ ଦେବା ସହ ଦେଇଛି ତାଙ୍କୁ ନୂଆ ପରିଚୟ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।