ହାଇ ପ୍ରୋଫାଇଲ ସେକ୍ସ ରାକେଟର ହେଲା ପରଦାଫାସ, ଘର ଭିତରର ଦୃଶ୍ୟ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶର କାନପୁର ଜିଲ୍ଲାର ପୋଲିସ ଏକ ବଡ ସେକ୍ସ ରାକେଟର ପରଦାଫାସ କରିଛି । ପୋଲିସ ଦମ୍ପତିଙ୍କ ସହ ୯ ଜଣ ଲୋକଙ୍କୁ ଗିରଫ କରିଛି । ଘଟନା ସ୍ଥଳରେ ପୋଲିସକୁ କିଛି ଆପତ୍ତିଜଣକ ଜିନିଷ ମଧ୍ୟ ମିଳିଛି । ତଦନ୍ତ ରେ କେତେକ ବଡ ତଥ୍ୟ ପୋଲିସକୁ ମିଳିଛି । ଆଖ ପାଖର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଠାରେ । ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ।

ଚକେରି ଥାନା କ୍ଷେତ୍ରର ଶ୍ୟାମ ନଗର ରାମପୁରମରେ ପୋଲିସ ରବିବାର ଦିନ ସନ୍ଧ୍ୟାରେ ଏକ ଭଡା ଘରେ ଚାଲିଥିବା ଏକ ସେକ୍ସ ରାକେଟର ପରଦାଫାଶ କରିଛି । ପୋଲିସ ଏହି ସେକ୍ସ ରାକେଟର ସଞ୍ଚାଳକ ସହ ୯ ଜଣ ଲୋକଙ୍କୁ ଗିରଫ କରିଛି ।

ସଞ୍ଚାଳକ ଦମ୍ପତିଙ୍କ ସହ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ଅଛନ୍ତି । ଗତ ଏକ ବର୍ଷରୁ ଏହି ଆରୋପି ସେକ୍ସ ରାକେଟ ଚଲାଉଥିଲେ । ଆଖ ପାଖରେ ରହୁଥିବା ଯୁବକ ଓ ଯୁବତୀମାନେ ଏଠାକୁ ଆସୁଥିଲେ । କେତେକ ଆପତ୍ତିଜଣକ ବସ୍ତୁ ମଧ୍ୟ ଏଠାରୁ ବରାମତ ହୋଇଛି । ଏଠାରେ ସବୁ ଡିଲ ହ୍ଵାଟ୍ସଆପ ମାଧ୍ୟମରେ ହେଉଥିଲା । ମହିଳା ଗ୍ୟାଙ୍ଗକୁ ଆଗରେ ରଖି ରାକେଟର ସଂଚାଳନ କରାଯାଉଥିଲା ।

ଇନ୍ସପେକ୍ଟର ରଣଜୀତ ରାୟ କହିଲେ କି ରାମପୁରମରେ ଅଜୟ ସିଂହଙ୍କ ଘରେ ଅଚଳଗଞ୍ଜ ଉନ୍ନାବ ନିବାସୀ ରାଘବେନ୍ଦ୍ର ଶୁକ୍ଲା ଓ ତାଙ୍କ ପତ୍ନୀ ଭଡାରେ ରହୁଥିଲେ । ସେ ନୌବସ୍ତା କେପଶୁପତି ନଗର ନିବାସୀ ତାଙ୍କର ଶଡୁ ଆଶୁତୋଷ ଓଝା ଓ ତା’ର ପତ୍ନୀ ସହ ମିଶି ଏହି ସେକ୍ସ ରାକେଟ ଚଲାଉଥିଲା ।  ସେମାନଙ୍କ ଘରକୁ ଗ୍ରାହକ ମାନେ ଆସୁଥିଲେ ।

୧୫୦୦ ଟଙ୍କାରୁ ଆରମ୍ଭ କରିକି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଝିଅଙ୍କୁ ଉପଲବ୍ଧ କରାଯାଉଥିଲା । ଆରୋପୀଙ୍କ ସହ ମିଶି ଫତେହପୁରର ବକେବର ନିବାସୀ ବଲବୀରଙ୍କ ପତ୍ନୀ ମଧ୍ୟ ଗ୍ରାହକ ଆଣିବାର କାର୍ଯ୍ୟ କରୁଥିଲେ ।

ଇନ୍ସପେକ୍ଟର କହିଲେ କି ଘରର ମାଲିକ ଅଜୟ ସିଂହଙ୍କ ବିଷୟରେ କିଛି ଖାସ ତଥ୍ୟ ମିଳି ନାହିଁ । ଆଖ ପାଖର ଲୋକମାନଙ୍କ ଦ୍ଵାରା ଜଣା ପଡିଲା କି ତାଙ୍କର କାନପୁରରେ ଅନ୍ୟ ଏକ ଘରେ ସେ ରହୁଛନ୍ତି । ପୋଲିସ ତାଙ୍କ ପାଖରେ ପହଞ୍ଚିବାର ପ୍ରୟାସ କରୁଛି । ପୋଲିସ ଯେତେବେଳେ ଏହି ସ୍ଥାନରେ ଛାପା ମାରିଥିଲେ ସେତେବେଳେ ରାଘବେନ୍ଦ୍ର ନିଜର ମୋବାଇଲ ଫୋନକୁ ଭାଙ୍ଗି ଦେଇଥିଲା । ହେଲେ ଅନ୍ୟ ସମସ୍ତଙ୍କର ମୋବାଇଲ ଫୋନ ମିଳିଯାଇଛି ।