ଭିଡ ଭିତରେ ବୁଲୁଥିଲେ Salman Khan, କିନ୍ତୁ ଚିହ୍ନି ପାରିଲେ ନାହିଁ ଲୋକ, ବ୍ରାଉନ ଦାଢି ସାଙ୍ଗକୁ ଲମ୍ବା ବାଳ ରେ ଭାଇରାଲ ହେଉଛି Photo

ଏଥର ଇଦରେ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ରିଲିଜ ହୋଇଥିଲା । ଫିଲ୍ମର ରିଲିଜକୁ ତାଙ୍କ ଫ୍ୟାନ ମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ଫିଲ୍ମ ଦେଖିବା ପରେ ସେତେଟା ପସନ୍ଦ କରି ନଥିଲେ । ଏବେ ସଲମାନ ଆଉ ଏକ ନୂଆ ଫିଲ୍ମର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଗାମୀ ଫିଲ୍ମ ‘ଟାଇଗର-୩’ କୁ ନେଇ ସଲମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ତାଙ୍କ ସହ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଲୋକପ୍ରିୟ ଅଭିନେତ୍ରୀ କ୍ଯାଟ୍ରିନା କୈଫ ମଧ୍ୟ ମୁଖ୍ୟ ଚରିତ୍ରରେ ଅଛନ୍ତି ।

ଫିଲ୍ମ ଶୁ-ଟି-ଙ୍ଗ ପାଇଁ ବିଦେଶ ଯିବା ବେଳେ ନିକଟରେ ହିଁ ଦୁହିଁଙ୍କୁ ଏକାଠି ଏୟାରପୋର୍ଟରେ ଦେଖା ଯାଇଥିଲା । ‘ରାଧେ’ ଫ୍ଲପ ହେବା ପରେ ଏବେ ସଲମାନ ତାଙ୍କ ନୂଆ ଫିଲ୍ମରେ ନିଶ୍ଚୟ କିଛି ଭଲ ନେଇ ଆସିବେ ବୋଲି ତାଙ୍କ ଫ୍ୟାନ ଆଶା କରୁଛନ୍ତି । ଏହାର କିଛି ଝଲକ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଫିଲ୍ମ ଶୁ-ଟି-ଙ୍ଗ ସେଟରୁ କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସଲମାନଙ୍କୁ ଖୁବ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି । ଖାସ କଥା ହେଉଛି ଏହି ନୂଆ ଲୁକରେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ ହେଉଛି ।

ସଲମାନ ଓ କ୍ଯାଟ୍ରିନା ଋଷରେ ପହଞ୍ଚି ‘ଟାଇଗର-୩’ ର ଶୁ-ଟି-ଙ୍ଗ ଆରମ୍ଭ କରି ଦେଇଛନ୍ତି । ଭା-ଇ-ରା-ଲ ହେଉଥିବା ଫଟୋରେ ଆପଣ ଦେଖି ପାରୁଥିବେ ସଲମାନ ଖାନ ସାମାନ୍ଯ ମୋଟା ଲାଗୁଛନ୍ତି । ତାଙ୍କ ବାଳ ମଧ୍ୟ ଲମ୍ବା ଅଛି ଓ ଏହା ବ୍ରାଉନ ରଙ୍ଗର ଅଛି । ଏହାସହ ତାଙ୍କ ଦାଢି ମଧ୍ୟ ବ୍ରାଉନ ରଙ୍ଗର ହେବା ସହ କାଫି ବଡ ମଧ୍ୟ ଲାଗୁଛି । ସଲମାନ ଖାନଙ୍କ ଏହି ଭା-ଇ-ରା-ଲ ଫଟୋ ଦେଖିବା ପରେ ତାଙ୍କୁ ଚିହ୍ନିବା ମୁସ୍କିଲ ଲାଗୁଛି । ଏହା ଦେଖିବା ପରେ ସମସ୍ତେ ଚର୍ଚ୍ଚା କରୁଛନ୍ତି ଏହା ତାଙ୍କ ସଂପୂର୍ଣ୍ଣ ଫିଲ୍ମ କ୍ଯାରିଅରର ସବୁଠୁ ଡ୍ରାମାଟିକ ଲୁକ ଅଟେ ।

ପୂର୍ବରୁ ସଲମାନଙ୍କୁ କେବେ ଏପରି ଲୁକରେ ଦେଖା ଯାଇନାହିଁ । ଏହି ଲୁକରେ ସେ ଜିନ୍ସ ସହ ଟି-ସାର୍ଟ ଓ ମେରୁନ ଜ୍ୟାକେଟ ପିନ୍ଧିବା ସହ ମଥାରେ ଲାଲ ରଙ୍ଗର ଏକ ବ୍ୟାଣ୍ଡ ମଧ୍ୟ ବାନ୍ଧିଛନ୍ତି । ସଲମାନଙ୍କ ସହ ତାଙ୍କ ପୁତୁରା ତଥା ସୋହେଲ ଖାନଙ୍କ ପୁଅ ନିର୍ବାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଫିଲ୍ମରେ ଏକ କାର ଚେଜିଂ ସିକୁଏନ୍ସ ଶୁ-ଟ କରା ଯାଉଥିଲା ଆଉ ଏହି ଫଟୋ ସେହି ସମୟର ବୋଲି କୁହାଯାଉଛି । ଏହି ସମୟରେ କ୍ଯାଟ୍ରିନାଙ୍କୁ କେଉଁଠି ମଧ୍ୟ ଦେଖିବାକୁ ମିଳିନାହିଁ । ତେବେ ଫ୍ୟାନଙ୍କ ସହ ସଲମାନ ସେଲ୍ଫି ନେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ଏହି ଫଟୋ ସବୁ ଭା-ଇ-ରା-ଲ ହେବା ପରେ ତାଙ୍କ ନୂଆ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସୁକତା ବଢି ଯାଇଛି । ସଲମାନଙ୍କ ଆଗାମୀ ଫିଲ୍ମ ଗୁଡିକ ମଧ୍ୟରେ ‘ଟାଇଗର-୩’ ସହ ‘ଅନ୍ତିମ’ ଓ ‘କଭି ଇଦ କଭି ଦିୱାଲି’ ମଧ୍ୟ ସାମିଲ ଅଛି । କଭି ଇଦ କଭି ଦିୱାଲିରେ ସଲମାନଙ୍କ ସହ ଅଭିନେତ୍ରୀ ପୂଜା ହେଙ୍ଗଡେ ନଜର ଆସିବେ । ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ମଧ୍ୟ ଲାଇକ କରନ୍ତୁ ।