Health Tips- ଲିଭର, କିଡନି ଓ ହାର୍ଟ ରେ ହେଉଥିବା ସମସ୍ଯାରୁ କେମିତି ରହିବେ ସୁସ୍ଥ ? ଏହି ସହଜ ଉପାୟ ଜାଣିନେଲେ କେବେବି ହେବନାହିଁ ଅସୁବିଧା !

ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ଦେଖାଯାଏ । ଆମ ଶରୀରରେ ଥିବା ଆଭ୍ୟନ୍ତରଣୀୟ ଅଙ୍ଗ ଗୁଡିକରେ ଅନେକ ସମୟରେ ସମସ୍ଯା ସୃଷ୍ଟି ହୋଇଥାଏ ।

ଯେମିତିକି ଆମର ଲିଭର ସମସ୍ୟା ହେଉ ବା କିଡନି ସମସ୍ୟା ବା ହାର୍ଟ ସମସ୍ଯା ଅନେକ କାରଣ ଯୋଗୁ ହୋଇଥାଏ ।  ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ରୋଗରୁ କିପରି ସୁସ୍ଥ ରହିବାକୁ ପଡିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଲିଭର ସମସ୍ଯାର ନିବାରଣ ପାଇଁ ଆମକୁ ଅଧିକାଂଶ ତେଲ ଜାତୀୟ ଖାଦ୍ୟ ବା ଜଙ୍କ ଫୁଡର ବର୍ଜନ କରିବାକୁ ପଡିବ । ଯଦି ଆମ ଶରୀରରେ ଓଜନ ବା ମେଦବହୁଳତା ଅଧିକ ରହିଥାଏ ତେବେ ଆମକୁ ପ୍ରତି ଦିନ ଯୋଗ ବା ବ୍ୟାୟମ କରିବା ଉଚିତ । ଏହା ଫଳରେ ଆମ ଲିଭର ସୁସ୍ଥ ରହିଥାଏ । ଯଦି ଅଧିକ ପରିମାଣରେ ଆଲକହଲ ବା ମଦ୍ୟପାନ କରାଯାଏ ତେବେ ଏହାର ପ୍ରଭାବ ଆମ ଲିଭର ଉପରେ ପଡିଥାଏ ।

ଯାହା ଫଳରେ ବ୍ଯକ୍ତିର ଅତ୍ୟଧିକ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ତାର ମୃ-ତ୍ୟୁ ହୋଇଥାଏ । ତେଣୁ ମଦ୍ୟପାନ କରିବା ଉଚିତ ନୁହେ । ଆମ ଶରୀରରେ କିଡନି ଦୁଇ ପ୍ରକାରର ରହିଥାଏ । ଏହା ପିଠିର ପଛ ପାଟ ଭାଗରେ ରହିଥାଏ । ଆମ ଶରୀରରୁ ଯେଉଁ ସବୁ ବର୍ଜ୍ୟ ବସ୍ତୁ ରହିଥାଏ ସେ ସବୁକୁ ନିଷ୍କାସନ କରି ବାହାର କରିବା ମିଆଦନିର କାମ ହୋଇଥାଏ ।

ଯେମିତିକି ଆମେ ଯେଉଁ ଔଷଧ ଖାଇଥାଉ ବା ଅଧିକ ମାତ୍ରାରେ ପାଣି ପିଇଥାଉ ସେ ସବୁକୁ ନିଷ୍କାସିତ କରିବାରେ କିଡନି ସାହାଜ୍ଯ କରିଥାଏ । ଆମ ଶରୀରରେ ଥିବା ରକ୍ତକୁ ଛାଣି ଫିଲଟରିଙ୍ଗ କରିବା କିଡନିର କାମ ଅଟେ । କିଡନିକୁ ସୁସ୍ଥ ରଖିବାକୁ ହେଲେ ଅଧିକ ମାତ୍ରାରେ ଜଙ୍କ ଫୁଡର ସେବନ କରନ୍ତୁ ନାହି । କେତେକ ଲୋକ ମାନେ ଭାବନ୍ତି ଯେ ଅଧିକ ପାଣି ପିଇଲେ ଆମ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଏପରି କରିବା ଦ୍ଵାରା ଆମ କିଡନି ଉପରେ ଖରାପ ପରାଭବ ପଡିଥାଏ । ତେଣୁ ପ୍ରତେକ ମଣିଷକୁ ଦିନକୁ ୧୦ରୁ ୧୨ ଗ୍ଳାସ ପାଣି ପିଇବା ଉଚିତ ।

ଏହା ବ୍ଯତୀତ ବିନା ଡାକ୍ତରଙ୍କ ଅନୁମତିରେ କୌଣସି ଔଷଧ ସେବନ କରିବା ଉଚିତ ନୁହେ । ଯଦି ସମ୍ଭବ ତେବେ ପ୍ରତି ଦିନ ବ୍ୟାୟମ ବା ଯୋଗ କରନ୍ତୁ । ଆମ ଶରୀରରେ ହାର୍ଟ ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ । ଅଧିକ ମାନସିକ ଚିନ୍ତାରେ ରହିବା ଯୋଗୁ ହାର୍ଟ ସମସ୍ଯା ହୋଇଥାଏ । ଅଧିକ ମାତ୍ରାରେ ତେଲ ଜାତୀୟ ଖାଦ୍ୟ ବା ଅସନ୍ତୁଳିତ ଖାଦ୍ଯ ଖାଇବା ଯୋଗୁ ମଧ୍ୟ ହାର୍ଟ ସମସ୍ଯା ହୋଇଥାଏ । ଅଧିକ ମାତ୍ରାରେ ଶରୀର ଓଜନ ହେବା ବା ବ୍ୟାୟମ ନ କରିବା ଯୋଗୁ ମଧ୍ୟ ହାର୍ଟ ସମସ୍ଯା ହୋଇଥାଏ । ତେଣୁ ଏ ସବୁ ପ୍ରତି ଧ୍ୟାନ ଦେବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।