କେବଳ କିଛି ସମୟରେ ଦାନ୍ତ ହେଇଯିବ ମୋତି ଭଳି ଧଳା, ବାସ୍ କରିବାକୁ ହେବ ଏହି ସହଜ ଘରୋଇ ଉପାୟ

କିଛି ବ୍ୟକ୍ତିଙ୍କର ଅନେକ କାରଣ ଯୋଗୁ ଦାନ୍ତ ହଳଦିଆ ରଙ୍ଗ ବା କଳା ହୋଇଯାଏ । ଯାହା ଫଳରେ ଆପଣଙ୍କର ବ୍ୟକ୍ତିତ୍ବ କମ ହୋଇଥାଏ । ଆପଣ ଅନ୍ୟ ସହ କଥାବାର୍ତ୍ତା କରିବାକୁ ମଧ୍ୟ ସଙ୍କୋଚ କରିଥାନ୍ତି ।

ଏହା ଫଳରେ ଆପଣଙ୍କୁ ଅନେକ ସମସ୍ୟାର ମଧ୍ୟ ସାମନା କରିବାକୁ ପଡିଥାଏ । ଆଜି ଆମେ ଏମିତି କିଛି ଘରୋଇ ଚିକିତ୍ସା ନେଇ ଆସିଛି ଯାହା କରିବା ଫଳରେ ଆପଣଙ୍କର ଯଦି ଦାନ୍ତରେ ଏଭଳି କିଛି ସମସ୍ଯା ରହିଥାଏ ତେବେ ଏହାର ଦୂର ହୋଇଯିବ ।ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତ ହଳଦିଆ ବା କଳା ହେଇଯାଉଛି ତେବେ ଏହାର ଏକ ଚମତ୍କାରୀ ଉପାୟ ଅଛି ।

ପ୍ରଥମେ ୭ରୁ ୮ଟି ଲବଙ୍ଗ ନେବେ । ଲବଙ୍ଗରେ ଆଣ୍ଟି ବାୟୋଟିକ ରହିଥିବାରୁ ଯାହା ଆପଣଙ୍କ ଦାନ୍ତକୁ ଧଳା ବା ସଫା କରିଥାଏ । ଏହା ଆପଣଙ୍କ ଦାନ୍ତକୁ ପୋକ ହେବା ବା ଅନ୍ୟ ସବୁ ସମସ୍ୟାରୁ ମୁକ୍ତ କରିଥାଏ । ଲବଙ୍ଗକୁ ବାଟି ଏହାର ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ ।

ଦିତୀୟ ସାମଗ୍ରୀଟି ହେଉଛି ଲୁଣ ଯାହାକୁ ଲବଙ୍ଗ ସହ ମିଶାଇଲେ ଦାନ୍ତ ଧଳା ହେବା ସହ ସମସ୍ତ ବ୍ୟାକ୍ଟେରିୟାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ଯାହା ହେଉଛି ହଳଦୀ ଗୁଣ୍ଡରେ ଅଧିକ ହାଇ କ୍ଵାଲିଟି ତତ୍ତ୍ଵ ରହିଥାଏ ଯାହା ଆପଣକ ଦାନ୍ତକୁ ଧଳା କରିବାରେ ସାହାଜ୍ଯ କରିଥାଏ । ଲବଙ୍ଗ ଓ ଲୁଣ ସହିତ କିଛି ମାତ୍ରାରେ ହଳଦୀ ଗୁଣ୍ଡ ମିଶାନ୍ତୁ ।

ଏହା ପରେ ଯେଉଁ ଜିନିଷର ଆବଶ୍ୟକତା ରହିଛି ତାହା ହେଉଛି ଲେମ୍ବୁ ଯେଉଁଥିରେ ଅଧିକ ମାତ୍ରାରେ ଏସିଡିଟି ତତ୍ତ୍ଵ ରହିଥାଏ ଯାହା ଆପଣଙ୍କୁ ଦାନ୍ତକୁ ଧଳା କରିବାରେ ସାହାଜ୍ଯ କରିଥାଏ । ଲେମ୍ବୁ ବ୍ୟବହାର କରିବା ସମୟରେ ସେଥିରେ କିଛି ମାତ୍ରାରେ ପାଣି ମିଶାନ୍ତୁ । ଏହା ପରେ ଆପଣ ଘରେ ବ୍ୟବହାର କରୁଥିବା ଟୂଥପେଷ୍ଟକୁ ସେଥିରେ ପକାନ୍ତୁ ।

ଏହା ପରେ ଲବଙ୍ଗ, ଲେମ୍ବୁ, ହଳଦୀ ଓ ପେଷ୍ଟକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇ ଯାଇଛି । ଏହି ପେଷ୍ଟକୁ କିପରି ଭାବେ ପ୍ରୟୋଗ କରିବେ ଆସନ୍ତୁ ଜାଣିବା । ଆପଣ ଦାନ୍ତ ଘଷିବା ବେଳେ ଯେପରି ବ୍ରସ ବ୍ୟବହାର କରନ୍ତି ସେହିପରି ଏହି ମିଶ୍ରଣକୁ ବ୍ରସରେ ଲଗାଇ ଦାନ୍ତରେ ଭଲ ଭାବେ ଘସନ୍ତୁ । ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ପୂରାପୂରି ଧଳା ହୋଇଯିବ ।

ଆପଣଙ୍କ ଦାନ୍ତରେ ବହୁତ ଦିନରୁ ରହିଥିବା କଳା ଦାଗ ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ଯଦି ଆପଣଙ୍କ ଦାନ୍ତ ଅଳ୍ପ ମାତ୍ରାରେ କଳା ବା ହଳଦିଆ ପଡିଛି ତେବେ ଏହାକୁ ସପ୍ତାହକୁ ଥରେ ବ୍ୟବହାର କରନ୍ତୁ । ଯେଉଁ ମାନେ ବାହାରର କୌଣସି ଖରାପ ଜିନିଷ ଖାଉଥିବେ ତେବେ ଏହାକୁ ସପ୍ତାହକୁ ଦୁଇ ଥର ବ୍ୟବହାର କରନ୍ତୁ । ଏହା ଫଳରେ ଆପଣଙ୍କ ଦାନ୍ତ ପୂରାପୂରି ଧଳା ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।