Health Tips: କଦଳୀର ଏହି ଚମତ୍କାରୀ ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଶୀଘ୍ର ଦେଖନ୍ତୁ

କୁହାଯାଏ କି, ପ୍ରତିଦିନ କେବଳ ଗୋଟିଏ ସେଓ ସେବନ କରିବା ଦ୍ଵାରା ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଅର୍ଥାତ ଏହା ଆମକୁ ପ୍ରାୟ ସବୁ ପ୍ରକାର ରୋଗରୁ ଦୂରେଇ ରଖିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି, ପ୍ରତିଦିନ କେବଳ ଗୋଟିଏ କଦଳୀର ସେବନ ଦ୍ଵାରା ମଧ୍ୟ ଆପଣ ସଂପୂର୍ଣ୍ଣ ସୁସ୍ଥ ରହିବେ । କଦଳୀ ଖାଇଲେ ଏତେ ଫାଇଦା ମିଳେ ଏହା ଆପଣ କେବେ ଭାବି ନଥିବେ । ସୁସ୍ଥ ହୃଦୟ ପାଇଁ ଏବଂ ଶରୀରର ଥକାପଣ ଦୂର କରିବା ପାଇଁ କଦଳୀ ବେଶ ସହାୟକ ହୋଇଥାଏ ।

ଏହାସହ ବ୍ଲଡ଼ ପ୍ରେସର ବା ରକ୍ତଚାପ ସମସ୍ଯାକୁ ନିୟନ୍ତ୍ରଣ କରିବାରେ, ଚିନ୍ତା ବା ଷ୍ଟ୍ରେସ ଦୂର କରିବାରେ ଏବଂ ଅଲସର ଭଳି ସମସ୍ଯାକୁ ଦୂର କରିବାରେ ମଧ୍ୟ କଦଳୀ ବହୁ ଉପକାର କରିଥାଏ । କଦଳୀ ଖାଇବା ଦ୍ଵାରା ଆମ ଶରୀର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ । କଦଳୀରେ ବହୁ ମାତ୍ରାରେ ଆଇରନ ତତ୍ତ୍ଵ ରହିଥାଏ । ଯାହାଦ୍ଵାର ଆମ ଶରୀରରେ ହିମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ ଏବଂ ଏନିମିଆ ଭଳି ରୋଗ ସହ ଲଢିବାରେ ମଧ୍ୟ କଦଳୀ ସାହାଯ୍ୟ କରିଥାଏ ।

କଦଳୀରେ ଟ୍ରିପୋଟୋଫେନ ଏମିନୋ ଏସିଡ ରହିଥାଏ, ଯାହା ସେରୋଟୋନିନ ହରମୋନ ଉତ୍ପନ୍ନ କରିଥାଏ । ଏହାଦ୍ବାରା ମୁଡ୍ ଭଲ ରହିବା ସହ ଶରୀର ମଧ୍ୟ ସୁସ୍ଥ ଓ ଫୁର୍ତ୍ତି ରହିଥାଏ । କଦଳୀରେ ଥିବା ପୋଟାସିୟମ ଆମ ମୁଣ୍ଡକୁ ସତେଜ ରଖିଥାଏ । ଏହାସହ କଦଳୀ ଭିଟାମିନ- D6 ର ସବୁଠୁ ଭଲ ସ୍ରୋତ ଅଟେ ।

କଦଳୀରେ ଥିବା ପୋଷାକତତ୍ତ୍ଵ ଆମ ନର୍ଭ ସିଷ୍ଟମକୁ ମଜବୁତ କରିଥାଏ । ଏହାଦ୍ବାରା ଆମ ଭାବନା ଶକ୍ତି ଭଲ ରହିଥାଏ । କୋଲେଷ୍ଟ୍ରୋଲ କମ୍ କରିବାରେ ମଧ୍ୟ କଦଳୀ ସହାୟକ ହୋଇଥାଏ । ଆପଣ ଯଦି ନିଜ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ କଦଳୀ ସେବନ କରନ୍ତୁ ।

କଦଳୀରେ ଥିବା କେରୋଟୋନାଇଡ ଆଣ୍ଟି ଅକ୍ସିଡାଣ୍ଟ ଆମ ଶରୀର ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତାକୁ ବିକାଶ କରିଥାଏ । ପୋଟାସିୟମ, ଫାଇବର ଏବଂ ମ୍ୟାଗ୍ନେସିୟମର ସବୁଠୁ ଭଲ ବିକଳ୍ପ ଅଟେ କଦଳୀ । କଦଳୀ ଖାଇବା ଦ୍ଵାରା ଶରୀର ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ଵର ପୂର୍ତ୍ତି ହୋଇ ଯାଇଥାଏ ।

କଦଳୀ ଖାଇବା ଦ୍ଵାରା ଆମ ମଧ୍ୟରେ ଊର୍ଜା ସ୍ତର ବଢିଥାଏ । ଏଥିପାଇଁ ସମସ୍ତଙ୍କୁ କଦଳୀ ଖାଇବା ନିହାତି ଆବଶ୍ୟକ । କିନ୍ତୁ ଡାଇବେଟିସ ରୋଗୀ ଅଧିକ ପାଚି ଯାଇଥିବା କଦଳୀ ଖାଇବା ଉଚିତ ନୁହେଁ । କଦଳୀର ଗ୍ଲାଇସିମିକ ଇଣ୍ଡେକ୍ସ 51 ଅଟେ । ଏହାର ଅର୍ଥ କଦଳୀରେ ଥିବା ସୁଗାର ଖୁବ ଶୀଘ୍ର ରକ୍ତରେ ପ୍ରବେଶ କରେ ।

ତେଣୁ ଡାଇବେଟିସ ରୋଗୀ ଅତ୍ୟଧିକ ପାଚିଲା କଦଳୀ ଖାଇବା ଉଚିତ ନୁହେଁ । ଏବଂ ଦିନକୁ କେବଳ ଗୋଟିଏ କଦଳୀ ଖାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।