ମଣିଷ ଚିହ୍ନାଏ ଜୋତା, ଜୋତା ରଖିବାରୁ ଜାଣନ୍ତୁ କେଉଁ ବ୍ୟକ୍ତି କିପରି ସ୍ଵଭାବର ହୋଇଥାନ୍ତି, Astrologer Pragyan Tripathy

ଜ୍ଯୋତିଷ ଅନୁସାରେ ଆପଣଙ୍କ ଜୋତା ଆପଣଙ୍କ ବିଷୟରେ ଅନେକ କିଛି ସୂଚନା ଦେଇଥାଏ । ଏନେଇ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଆଗକାଳରେ ମୁନିଋଷି ମାନେ ଜୋତାର ବ୍ୟବହାର କରୁ ନଥିଲେ । କିନ୍ତୁ ଆଜିର ଆଧୁନିକ ଯୁଗରେ ଜୋତା ବିନା କେହି ବାହାରି ନଥାନ୍ତି । କିଛି ଲୋକ ଜୋତାକୁ ଏତେ ଭଲପାଆନ୍ତି ଯେ ପାଦ ପଛେ ସଫା ନରଖନ୍ତୁ କିନ୍ତୁ ଜୋତାକୁ ଆଗ ସଫା କରନ୍ତି ଓ ପଲିଶ କରନ୍ତୁ । କେହି କେହି ପ୍ରତିଦିନ ଅଫିସ ଯାଉଥିଲେ ମଧ୍ୟ ଜୋତା ପଲିଶ ନକରି ସେମିତି ପିନ୍ଧି ଦିଅନ୍ତି ।

ଆଉ କେହି କେହି ଜୋତା କିମ୍ବା ଚପଲରେ ସାମାନ୍ଯ କାଦୁଅ ଲାଗିଥିଲେ ବି ପରିଷ୍କାର କରି ସଜାଡି ରଖନ୍ତି । ସେମିତି କିଛି ଲୋକ ଜୋତା ଚପଲ ଠିକ ଭାବରେ ରଖନ୍ତି ନାହିଁ । ମନଇଚ୍ଛା ବାହାରେ ଏଣେତେଣେ ରଖି ଘରକୁ ପ୍ରବେଶ କରନ୍ତି । ଯେମିତିକି କଥାରେ କୁହାଯାଏ, ସେଠାକୁ ଯାଇ ଯାଇ ମୋ ଚପଲ ଘୋରି ହୋଇଗଲା ହେଲେ କାମ ହୋଇପାରିଲା ନାହିଁ । ଅର୍ଥାତ ଚପଲରୁ ଜଣାପଡେ ମଣିଷ କେତେ ପରିଶ୍ରମ କରିଛି । ସେଥିପାଇଁ ଚପଲ ସତରେ ଆପଣଙ୍କ ବ୍ୟକ୍ତିତ୍ବକୁ ପରିପ୍ରକାଶ କରିଥାଏ ।

ଯେଉଁମାନେ ଚପଲକୁ ସବୁବେଳେ ସଫାସୁତୁରା କରୁଥାନ୍ତି ଓ  ଗୋଟିଏ ଚପଲ ପାଖରେ ଆଉ ଗୋଟିଏ ଚପଲ ସଜାଡି ଯୋଡିକରି ରଖନ୍ତି ସେମାନଙ୍କ ଆତ୍ମବିଶ୍ଵାସ ବହୁତ ଅଧିକ ରହିଥାଏ । ଯେକୌଣସି କାମ କରିପାରିବେ ବୋଲି ଏମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ରହିଥାଏ ।

ଏମାନେ ସବୁକିଛିର ବ୍ୟବହାରିକ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି ଓ ଭୁଲ କରୁଥିବା ଲୋକଙ୍କୁ ଏମାନେ ଦଣ୍ଡ ନଦେଇ ଛାଡନ୍ତି ନାହିଁ । ଆଉ କିଛି ଲୋକଙ୍କ ଚପଲ ମନଇଚ୍ଛା ଏଣେତେଣେ ଲେଉଟିକି ପଡିଥାଏ । ଚପଲକୁ ସଫା ରଖିବା ଏବଂ ସଜାଡିକି ରଖିବା ପ୍ରତି ଏମାନେ ବିଶେଷ ଧ୍ୟାନ ଦିଅନ୍ତିନି । ଏପରି ଲୋକଙ୍କ କାର୍ଯ୍ୟ କେବେବି ଶୀଘ୍ର ସମାପ୍ତ ହୋଇପାରେ ନାହିଁ । ଏମାନେ ଏଣୁତେଣୁ ଅସଜଡା କରି କାର୍ଯ୍ୟ ସବୁ କରିଥାନ୍ତି ଓ ମନରେ ଖାମଖିଆଲ ମନୋଭାବ ଅଧିକ ଥାଏ ।

ଏମାନଙ୍କ ଭିତରେ ଦକ୍ଷତା ଥିଲେ ମଧ୍ୟ ନୂତନ କାର୍ଯ୍ୟ କରିବାର ଇଚ୍ଛାଶକ୍ତି କମିଯାଏ ବା ଦକ୍ଷତାର ସଦୁପଯୋଗ କରିପାରନ୍ତି ନାହିଁ । ତେଣୁ ଜୋତା ଓ ଚପଲକୁ କେବେବି ଓଲଟାଇ ରଖନ୍ତୁ ନାହିଁ ଏବଂ ଚପଲ ସଫା ରଖନ୍ତୁ । ଯେଉଁ ଚପଲକୁ ଆପଣ ବ୍ୟବହାର କରୁନାହାନ୍ତି ଶନିବାର ଦିନ କୌଣସି ତିନିଛକିଆ କିମ୍ବା ଚାରିଛକିଆ ସ୍ଥାନରେ ସନ୍ଧ୍ଯା ସମୟରେ ସେହି ଚପଲକୁ ଦାନ କରିବେ ବା ସେଠାରେ ରଖିଦେଇ ଆସିବେ ।

ବ୍ୟବହାର କରୁ ନଥିବା ଚପଲକୁ ଘରେ ଆଦୌ ସାଇତିକି ରଖିବା ଉଚିତ ନୁହେଁ । ଜଣ ଜଣଙ୍କ ଚପଲ ଠିକ ଗୋଇଠି ତଳେ ଗାତ ଭଳି ହୋଇ ଯାଇଥାଏ । ଏହି ଲୋକମାନେ ଅତ୍ୟଧିକ ଶନି ପ୍ରଭାବିତ ବ୍ୟକ୍ତି ହୋଇଥାନ୍ତି । ଏମାନେ ଭୁଲ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେବାକୁ ପସନ୍ଦ କରିଥାନ୍ତି ।

ଯେଉଁଥି ପାଇଁ ଅସୁବିଧାରେ ପଡିବାର ସମ୍ଭାବନା ରହିଥାଏ । ସେଥିପାଇଁ ଚପଲକୁ ସଫା ରଖିବା ସହ ସଜାଡି ରଖିବା ନିହାତି ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।