ହାତର ମେହେନ୍ଦି ଲିଭି ନାହିଁ, ବିବାହର ଦ୍ଵିତୀୟ ଦିନ ହିଁ ଡିୟୁଟିକୁ ଫେରିଲେ ଏହି କୋରୋନା ଯୋଦ୍ଧା, କହିଲେ ଏମିତି କଥା ଯାହାକୁ ଶୁଣି ଆପଣ ବି କହିବେ ସାବାସ୍

କରୋନା ଲକଡାଉନ ସମୟରେ କରୋନା ୱାରିୟର୍ସ ଆମ ସୁରକ୍ଷା ପାଇଁ ଦିନରାତି ନିୟୋଜିତ ଅଛନ୍ତି । ଅନେକ କରୋନା ୱାରିୟର୍ସ ମାନଙ୍କର କାହାଣୀ ଶୁଣିବାକୁ ମିଳୁଛି ଯାହାଙ୍କ ଉପରେ ଗର୍ବ ଅନୁଭବ ହୋଇଥାଏ । ରାଜକୋଟରେ ଏମିତି ହିଁ ଏକ କରୋନା ୱାରିୟର୍ସ ଅଛନ୍ତି ପ୍ରଫୁଲ୍ଲା ବା ପରମାର ଓର୍ଫ ପୂଜା ବା । ସେ ଜଣେ ପୋଲିସ କର୍ମୀ ଅଟନ୍ତି । ବାକାନେର ର ତହସିଲ ଥାନାରେ ଏଲଆରଡ଼ି ଭାବେ କାର୍ଯ୍ୟ କରିଥାନ୍ତି । ମହାମାରୀର ଏହି ଦିନରେ ସେ ନିଜର ବିହାବ ସ୍ଥିର କରିଥିଲେ ।

 

କରୋନା ୱାରିୟର୍ସ ପ୍ରଫୁଲା ବା ପରମାର ଙ୍କ କାହାଣୀ

ପ୍ରଫୁଲା ବା ହନିମୁନ ନ ଯାଇ ବିବାହ ପର ଦିନ ହିଁ ନିଜର ଦାୟୀତ୍ଵ ତୁଲାଇବା ପାଇଁ ହାଜିର ହୋଇଯାଇ ଥିଲେ । ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ କାରଣ ପ୍ରଫୁଲା ଙ୍କ ହାତରୁ ମେହେନ୍ଦିର ରଙ୍ଗ ଲିଭି ନଥିଲା । ତାଙ୍କୁ ନିଜର ସ୍ଵାମୀଙ୍କ ପାଖରେ ରହିବା ଦରକାର ଥିଲା କିନ୍ତୁ ସେ ଡିୟୁଟିକୁ ଫେରି ଆସିଥିଲେ । ତାଙ୍କର ଏହି କର୍ତବ୍ୟନିଷ୍ଠା କୁ ଉଚଅଧିକାରୀ ପ୍ରଶଂସା କରିଥିଲେ । ସାଧାରଣ ଲୋକମାନେ ମଧ୍ୟ ତାଙ୍କୁ ପ୍ରଶଂସା କରୁଛନ୍ତି ।

ବିବାହ ପାଇଁ ଛୁଟି ନେଇଥିଲେ

ପ୍ରଫୁଲା ବା ଙ୍କର ବିବାହ ଛଅ ମାସ ଆଗରୁ ସ୍ଥିର ହୋଇଥିଲା ଏବଂ ସେ ବିବାହ ପାଇଁ ଛୁଟି ମଧ୍ୟ ନେଇଥିଲେ । କରୋନା ଲଢେଇରେ ଶୀଘ୍ର ସାମିଲ ହେବା ପାଇଁ ସେ ବିବାହର ଦ୍ଵିତୀୟ ଦିନରେ ହିଁ ଡିୟୁଟିକୁ ଫେରି ଥିଲେ । ସାଧାରଣତଃ ମହିଳା ପୋଲିସକର୍ମୀ ଙ୍କୁ ଏକ ନୂଆ ପରିବାରକୁ ଯିବାକୁ ପଡିଥାଏ, ସେଥିପାଇଁ ବିବାହ ପରେ ସେମାନଙ୍କୁ ସ୍ଵତନ୍ତ୍ର ଛୁଟି ଦେବାର ବ୍ୟବସ୍ଥା ଅଛି । କିନ୍ତୁ କରୋନାର ଏହି ଲଢେଇରେ ନିଜର ଦାୟିତ୍ଵର ମହତ୍ଵ ବୁଝି ପ୍ରଫୁଲା ବା ନିଜେ ତାଙ୍କର ଛୁଟି ବାତିଲ କରିଦେଲେ ।

ନିଜେ ଛୁଟି ବାତିଲ କଲେ ଏବଂ ଫେରି ଆସିଲେ ଡିୟୁଟିକୁ

ପ୍ରଫୁଲା ଙ୍କ କହିବା ଅନୁସାରେ ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ସ୍ଵାମୀ ଏବଂ ଶାଶୁଘରର ଅନ୍ୟ ଲୋକମାନେ ମଧ୍ୟ ସମର୍ଥନ କରିଛନ୍ତି । ସେ କହିଛନ୍ତି ବିବାହ ପରେ ଏକ ନୂଆ ଜୀବନ ଆରମ୍ଭ ହୋଇଥାଏ ଏହି କାରଣରୁ ଝିଅମାନଙ୍କର ବିବାହକୁ ନେଇ କିଛି ସ୍ଵପ୍ନ ଥାଏ । ମୋର ମଧ୍ୟ କିଛି ସ୍ଵପ ଥିଲା କିନ୍ତୁ ଏହି ମହାମାରୀ ସମୟରେ ଦେଶକୁ ମୋର ଅଧିକ ଆବଶ୍ୟକତା ଅଛି ।

ବୁଲିବା ପାଇଁ ସୁଯୋଗ ତ ସମସ୍ତକୁ ମିଳିଥାଏ କିନ୍ତୁ ଦେଶ ସେବା କରିବାର ସୌଭାଗ୍ୟ ତ ଅଳ୍ପ କିଛି ଜଣଙ୍କୁ ମିଳିଥାଏ । ମତେ ବି ଏହି ମୌକା ମିଳିଛି । ଏଥିପାଇଁ ମୁଁ ଡିୟୁଟିରେ ଅଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।