ଫୁଟପାଥରେ ଖାଇବା ବାଣ୍ଟିବା ସମୟରେ ଭିକ ମାଗୁଥିବା ନୀଲମ ସହିତ ଏମିତି ଆରମ୍ଭ ହେଲା ପ୍ରେମ, ପରେ ଦୁଇଜଣ କଲେ ବିବାହ

କରୋନା ଭାଇରସ ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ବ୍ୟବସ୍ଥା ଲାଗୁ କରାଯାଇଛି ଯାହା ୩୧ ମେ ପର୍ଯ୍ୟନ୍ତ ଚାଲିବ । ଲକଡାଉନ ସମୟରେ କିଛି ଏମିତି କାହାଣୀ ସାମନାକୁ ଆସୁଛି ଯାହାକୁ ଦେଖିବା ପରେ ଏବଂ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଏମିତି ଏକ କାହାଣୀ ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ସାମନାକୁ ଆସିଛି ।

ସେଠାରେ ଫୁତପାଥରେ ଖାଇବା ବାଣ୍ଟିବା ସମୟରେ ଜଣେ ଯୁବକଙ୍କୁ ଭିକାରି ମାନଙ୍କ ସହିତ ବସୁଥିବା ନୀଲମଙ୍କ ସହିତ ଭଲପାଇବା ହୋଇଗଲା ଏବଂ ଦୁଇଜଣ ବିବାହ କରିନେଲେ । ଏହି ବିବାହରେ ମଧ୍ୟ ସାମାଜିକ ଦୂରତାର ସଂପୂର୍ଣ୍ଣ ଧ୍ୟାନ ରଖାଯାଇ ଥିଲା । ସାମାଜିକ ଭାବନା ବଦଳାଇବା ଭଳି ଏହି ବିବାହକୁ ଯିଏ ବି ଶୁଣୁଛନ୍ତି ସେ ବହୁତ ତାରିଫ କରୁଛନ୍ତି ।

ଫୁଟପାଥରେ ଭିକାରି ମାନଙ୍କ ସହିତ ବସିଥିଲେ ନୀଲମ

କାନପୁରର ବୁଧ ଆଶ୍ରମରେ ନୀଲମ ସହିତ ବିବାହ କରିଥିବା ଅନିଲ ସ୍ଵପ୍ନରେ ବି କେବେ ଭାବିନଥିବେ କି ଲକଡାଉନ ସମୟରେ ସେ ଫୁଟପାଥରେ ଯେଉଁ ନୀଲମକୁ ଭିକାରି ମାନଙ୍କ ସହିତ ଖାଇବା ପ୍ୟାକେଟ ବାଣ୍ଟୁଛନ୍ତି ସେ ଗୋଟିଏ ଦିନ ତାଙ୍କ ବେକରେ ବରଣମାଳା ପିନ୍ଧାଇବେ ବୋଲି । ନୀଲମଙ୍କର ବାପା ନାହାଁନ୍ତି ଏବଂ ତାଙ୍କ ମାଆ ପାରାଲିସିସରେ ପୀଡିତ ଅଟନ୍ତି ।

ଭାଇ ଏବଂ ଭାଉଜ ମାରି ଘରୁ ବାହାର କରିଦେଇ ଥିଲେ । ନୀଲମଙ୍କ ପାଖରେ ବଞ୍ଚିବା ପାଇଁ କିଛି ନଥିଲା । ଏଥିପାଇଁ ସେ ଲକଡାଉନରେ ଖାଇବା ନେବା ପାଇଁ ଫୁଟପାଥରେ ଭିକାରିମାନଙ୍କ ସହିତ ଲାଇନରେ ବସଥିଲେ ।

ପ୍ରତିଦିନ ଖାଇବା ଦେବା ପାଇଁ ଆସୁଥିଲେ ଅନିଲ

ଅନିଲ ନିଜ ମାଲିକଙ୍କ ସହିତ ପ୍ରତିଦିନ ସମସ୍ତଙ୍କୁ ଖାଇବା ଦେବା ପାଇଁ ଆସୁଥିଲେ । ସେହି ସମୟରେ ଯେତବେଳେ ଅନିଲଙ୍କୁ ନୀଲମଙ୍କର ମଝବୁରି ବିଷୟରେ ଜଣାପଡିଲା ସେତବେଳେ ତାଙ୍କୁ ନୀଲମଙ୍କ ସହିତ ଭଲପାଇବା ହୋଇଗଲା । ଅନିଲ ଜଣେ ପ୍ରପୋର୍ଟି ଡିଲରଙ୍କର ଡ୍ରାଇଭର ଅଟନ୍ତି ଏବଂ ତାଙ୍କ ପାଖରେ ନିଜର ଘର ମଧ୍ୟ ଅଛି । ବାପା, ମାଆ, ଭାଇ ସମସ୍ତେ ଅଛନ୍ତି ଯେତବେଳେ କି ନୀଲମ ଫୁଟପାଥରେ ଭିକ ମାଗି ଚଳୁଛନ୍ତି । ନୀଲମଙ୍କର ବିଶ୍ଵାସ ନଥିଲା କି ତାଙ୍କୁ କେହି ବିବାହ କରିବେ ।

ଦୁଇ ଜଣଙ୍କର ବିବାହ କରାଗଲା

ଏହି ବିବାହ କରିବା ପାଇଁ ଅନିଲଙ୍କ ମାଲିକ ଲାଲତା ପ୍ରସାଦଙ୍କର ସବୁଠାରୁ ବଡ ଯୋଗଦାନ ରହିଲା । ଅନିଲ ଯେତବେଳେ ଖାଇବା ବାଣ୍ଟି ଆସନ୍ତି ଖାଲି ନୀଲମଙ୍କ କଥା ହିଁ କୁହନ୍ତି ଲାଲତା ବି ତାଙ୍କ ଭାବନାକୁ ବୁଝିପାରିଲେ । ଏହାପରେ ଲାଲତା ଅନିଲଙ୍କ ବାପାଙ୍କୁ ବିବାହ ପାଇଁ ରାଜି କରାଇଲେ ଏବଂ ଦୁଇଜଣଙ୍କର ବିବାହ କରିଦେଲେ । ଲାଲତା ପ୍ରସାଦ କହିଛନ୍ତି କି ଅନିଲ ଆମ ସହିତ ଖାଇବା ବାଣ୍ଟିବା ପାଇଁ ଯାଉଥିଲା ଏବଂ ତାକୁ ସେହି ଝିଅ ସହିତ ପ୍ରେମ ହୋଇଗଲା ।

ମତେ ଏହି ବିଷୟରେ ଅନିଲ କହିବା ପରେ ମୁଁ ତାକୁ ରାତିରେ ମଧ୍ୟ ଖାଇବା ଦେବାପାଇଁ କହିଲି । ପରେ ଅନିଲ ନିଜେ ଖାଇବା ତିଆରି କରି ତାକୁ ଦେବାକୁ ଯାଉଥିଲା । ଏହାପରେ ମୁଁ ତା ବାପାଙ୍କୁ ରାଜି କରିଲି ଏବଂ ସେମାନଙ୍କର ବିବାହ କଲି । ଭଗବାନଙ୍କ କୃପାରୁ ସେମାନେ ଦୁଇଜଣ ଖୁସିରେ ଅଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।