ଆପଣଙ୍କୁ କୋଟିପତି କରେଇବ ହନୁମାନଙ୍କ ଏହି ଗୁପ୍ତ ମନ୍ତ୍ର। ଯାହା ଇଚ୍ଛା ତାହା ପୂରଣ ହେବ।

ଆପଣ ମାନେ ଜାଣିଥିବେ ବାଲ୍ୟ କାଳରେ ହନୁମାନ ବହୁତ ଦୁଷ୍ଟ ଥିଲେ । ସୂର୍ଯ୍ୟ ଙ୍କୁ ଫଳ ଭାବି ଗିଳିଦେଇଥିଲେ ମାରୁତି । ଏହାପରେ ଇନ୍ଦ୍ର ହନୁମାନଙ୍କ ଠାରୁ ସୂର୍ଯ୍ୟ ଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କରିଥିଲେ । ଦେବତାଙ୍କ ଦେବ ଇନ୍ଦ୍ରଦେବଙ୍କ ବଜ୍ରର ଆଘାତରେ ହନୁମାନ ମୂର୍ଚ୍ଛା ହୋଇଗଲେ ଯାହାଫଳରେ ଏହା ଦେଖି ହମନୁମାନଙ୍କ ପିତା ବାୟୁଦେବ କ୍ରୋଧିତ ହୋଇ ବାୟୁ ରୋକୀ ଦେଲେ,ଓ ଏହି ସମୟରେ ସମସ୍ତ ଦେବା ଦେବୀ ସେହି ସ୍ଥାନରେ ଆସି ପହଂଚିଥିଲେ । ଆଉ ହନୁମାନଙ୍କୁ ବର ଦାନ ଦେବାକୁ ଆରମ୍ଭ କରିଥିଲେ ।

ପ୍ରଥମେ ବ୍ରହ୍ମା ଆସି ହନୁମାନଙ୍କୁ ଅଭୟ ବର ଦେବା ସହ ହନୁମାନଙ୍କୁ ଏହି ବର ଦେଲେ ଯେ ଏହି ବଳକା ଉପରେ କେବେ କାହାର ଅସ୍ତ୍ର ଭାରିପଡିବ ନାହିଁ । ପରେ ଇନ୍ଦ୍ର ଦେବା କହିଥିଲେ ଯେ ମୁ ମୋ ବଜ୍ର ଆଉ କେବେ ବି ଏହି ବାଳକ ଉପରେ ପ୍ରୟୋଗ କରିବି ନାହିଁ,ପରେ ମହାଦେବ ସର୍ବଦା ହନୁମାନଙ୍କୁ ଅଭୟ ବର ପ୍ରଦାନ କରିଥିଲେ ।

ପରେ ବିଷ୍ଣୁ ହନୁମାନଙ୍କୁ ସଦା ବିଜୟୀ ଭବ କହି ଆଶୀର୍ବାଦ ଦେଇଥିଲେ,ଓ ପରେ ଯମଦେବ ହନୁମାନଙ୍କୁ ସଦା ନିରୋଗ ରହିବ ପାଇଁ ଆଶୀର୍ବାଦ ଦେଇଥିଲେ । ଏହାପରେ ହନୁମାନ କଳିଯୁଗର ପୂଜନୀୟ ଦେବତା ରୂପେ ପୂଜା ପାଇଥିଲେ ।

ହନୁମାନଙ୍କ ଏହି ଗୁପ୍ତ ମହାମନ୍ତ୍ର ମାତ୍ର ଥରେ ସକାଳେ କହିଦିଅନ୍ତୁ,ତୁରନ୍ତ ହେବ ଚମତ୍କାର ଯାହା ଚାହିଁବେ ତାହା ପାଇବେ । ଆଜି ଆମେ ଆପଣଂକୁ ମହାବୀର ପ୍ରଭୁ ହନୁମାନଙ୍କର ଏକ ଏଭଳି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଜପ କଲେ ଆପଣଙ୍କ ମନସ୍କାମନା ପୁରଣ ହେବ ଆଉ ଆପଣ ଯାହା ଚାହୁଁଥିବେ ତାହା ପୁରଣ ହେବ ତେବେ ସେହି ମନ୍ତ୍ରଟି କଣ ଆଉ ଏହାର ଚମତ୍କାରିତାର ଗୁଣ ବିଷୟରେ ଆଜି ଆମେ ଆପଣଙ୍କ ସହ ଆଲୋଚନା କରିବୁ ।

ତୁଳସୀ ଦାସଙ୍କ ଲିଖିତ ହନୁମାନ ଚାଳିସା ରେ ପ୍ରାୟ 1000 ଟି ମନ୍ତ୍ର ରହିଛି ଯାହାକି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ ଯଦି ଆପଣ ହନୁମାନ ଚାଳିଶା ପାଠ କରୁଛନ୍ତି ତେବେ ଆପଣ ଆପଣଙ୍କ ସବୁ ମନସ୍କାମନା ପୂରଣ କରିପାରିବେ । ଯଦି ଆପଣ ପୁର୍ଣ ହନୁମାନ ଚାଲିଶା ପଢିପାରୁନାହାଁନ୍ତି, ତେବେ ଆପଣ ଏମିତିକା କିଛି ମନ୍ତ୍ର ଅଛି ଯାହାକୁ ପଢିଲେ ଆପଣଙ୍କ ମନ ଇଛା ପୁରଣ ହେବ ।

ପ୍ରଥମ ମନ୍ତ୍ରଟି ହେଲା ” ଭୁତ ପିଶାଚ ନିକଟ ନାହିଁ ଆବେ ମହାବୀର ଜବ ନାଁମ ସୁନାବେ” ଏହି ମନ୍ତ୍ର ଜପ କଲେ ଆପଣଂକୁ ଯଦି ଭୟ ଲାଗୁ ରହିବ ତେବେ ଆପଣ ଏହି ମନ୍ତ୍ର ଆପଣ ସକାଳ ଆଉ ସନ୍ଧ୍ୟାରେ 108 ଥର ଜପ କରିବା ଦ୍ୱାରା ଆପଣଙ୍କର ସବୁ ଭୟ ଦୂର ହୋଇଥାଏ ।

ଦ୍ୱିତୀୟଟି ହେଲା “ନାସେ ରୋଗ ହରେ ଶବ ପିରା ଜପତ ନିରନ୍ତର ହନୁମନ୍ତ ବଲ ବିରା” । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁତ ଦିନ ଧରି ଲାଗିରହିଥିବା ରୋଗ ରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର କୁ ଆପଣଙ୍କୁ ସପ୍ତାହ କୁ ଚାରିଥର ଜପ କରିବାକୁ ପଡିବ ଓ ଦିନକୁ 108 ଥର ଏହି ଚୌପାଇ କୁ ଜପ କଲେ ଆପଣଙ୍କ ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ ।

ତୃତୀୟ ମଂତ୍ରଟି ହେଲା “ଅଷ୍ଟ ସିଧୀ ନବନିଧି କେ ଦାତା ଅସବର ଦିନ ଜାନକୀ ମାତା” । ଏଜି ମନ୍ତ୍ର ତାଙ୍କୁ ମାତା ସୀତାଙ୍କ ଦ୍ଵାରା ପ୍ରାପ୍ତ ହୋଇଥିଲା ଏଥିରେ ଲେଖାଥିଲା କି ଯଦି ଆପଣ ଶକ୍ତିପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ରକୁ ଭୋରୁ ଉଠି 108 ଥର ଜପ କରନ୍ତୁ ଯାହା ଫଳରେ ଆପଣ ଦିନଟି ପୁରା ଭଲରେ କଟିବ ।

ଚତୁର୍ଥ ମନ୍ତ୍ରଟି ହେଲା “ବିଦ୍ୟାବାନ ଗୁଣି ଅତି ଚାତୁର ରାମ କାର୍ଯ୍ୟ କରିବେ କୋ ଆତୁର ” ଏହି ମନ୍ତ୍ର ର ଅର୍ଥ ହେଲା ଯଦି ଆପଣଙ୍କୁ ବିଦ୍ୟା ଆଉ ଧନ ର ଆବଶ୍ୟକ ତେବେ ଆପଣ ଏହି ମନ୍ତ୍ର ସକାଳୁ 21 ଥର ଜପ କରନ୍ତୁ ।

ପଞ୍ଚମଟି ହେଲା “ଭୀମ ରୁପ ଧରି ଅସୁର ସଂହାରେ ରାମ ଚନ୍ଦ୍ର କି କାର୍ଯ୍ୟ ସମ୍ଭାରେ” ଏହି ମନ୍ତ୍ରର ଅର୍ଥ ହେଲା ଆପଣ ଯଦି ଆପଣଙ୍କର କୌଣସି ଶତ୍ରୁଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏହିମନ୍ତ୍ର କୁ ଆପଣ 108 ଥର ଜପ କରିପାରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।