ଲୁଚି-ଛପି ନିର୍ବନ୍ଧ କରିନେଲେ Vicky Kaushal ଓ Katrina Kaif ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ବଲିଉଡ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ଯାଟ୍ରିନା କୈଫଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅନେକ ସମୟରୁ ସମସ୍ତେ ଚର୍ଚ୍ଚା କରି ଆସୁଛନ୍ତି । ଦୁହେଁ ଦୁହିଁଙ୍କୁ ଅନେକ ସମୟରୁ ଲୁଚି ଲୁଚି ଡେଟ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଏବେ ସେମାନଙ୍କ ପ୍ରେମ ସାରା ଦୁନିଆକୁ ଜଣା ପଡି ସାରିଲାଣି । ଦୁହେଁ ଏହି ସମ୍ପର୍କକୁ ନେଇ ଖୁବ ସିରିୟସ ଥିବା ଶୁଣିବାକୁ ମିଳୁଛି । ପ୍ରାୟତଃ ସେମାନଙ୍କ ଆଫେୟାର ବିଷୟରେ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନେ ତାଙ୍କ ସମ୍ପର୍କକୁ ଏବେ ଯାଏ ସମସ୍ତଙ୍କ ଆଗରେ ସ୍ଵୀକାର କରି ନାହାନ୍ତି କି କୌଣସି ବୟାନ ମଧ୍ୟ ଦେଇ ନାହାନ୍ତି ।

ତେବେ ବର୍ତ୍ତମାନ ଆଉ ଏକ ଖବର ଖୁବ ଭାଇରାଲ ହେଉଛି କି ସେମାନେ ଚୋରି ଛୁପି ନିର୍ବନ୍ଧ କରି ନେଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆରେ ପ୍ରଶଂସକ ମାନେ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । କିନ୍ତୁ କ୍ଯାଟ୍ରିନା କୈଫଙ୍କ ଟିମ ତରଫରୁ ଏହା ମିଛ ଖବର ଅଟେ ବୋଲି କୁହାଯାଇଛି । ଭିକି କୌଶଲ ଓ କ୍ଯାଟ୍ରିନା କୈଫଙ୍କ ଏକ ଫଟୋ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭିୟାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

ଏହି ଫଟୋରେ ଦୁଇ କଳାକାର ହସୁଥିଲେ ଓ ସେଥିରେ ଲେଖାଥିଲା ‘ଏନଗେଜମେଣ୍ଟ ରୁମରସ’ । ଏହି ଫଟୋ ଦେଖି ଫ୍ୟାନଙ୍କୁ ଲାଗିଥିଲା କି ସେମାନେ ନିର୍ବନ୍ଧ କରିଛନ୍ତି ବୋଲି । କିନ୍ତୁ ଭାଇରାଲ ଭିୟାନୀ କହିଥିଲେ କି, ତାଙ୍କୁ କ୍ଯାଟ୍ରିନାଙ୍କ ଟିମ ର ଫୋନ ଆସିଥିଲା ଆଉ ସେମାନେ ଏହି ଖବର ମିଛ ବୋଲି ତାଙ୍କୁ କହିଥିଲେ । ଏହା ପରେ ଭାଇରାଲ ଭିୟାନୀ ତାଙ୍କ ଇ-ନ-ଷ୍ଟା-ଗ୍ରା-ମ ଆକାଉଣ୍ଟରୁ ଏହି ଫଟୋ ଡ଼ିଲିଟ କରି ଦେଇଥିଲେ ।

ଭିକି କୌଶଲ ଓ କ୍ଯାଟ୍ରିନାଙ୍କ ନିର୍ବନ୍ଧ ଖବର ମିଛ ହୋଇଥାଉ ପଛେ, କିନ୍ତୁ ଦୁହେଁ ଦୁହିଁଙ୍କ ପ୍ରେମରେ କଏଦ ଥିବା କଥା ନିହାତି ସତ୍ୟ ଅଟେ । ଅନେକ ଥର ଭିକିଙ୍କୁ କ୍ଯାଟ୍ରିନାଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଦୁହେଁ ଅନେକ ଖାସ ମୌକା ଓ ପର୍ବପର୍ବାଣିରେ ପରସ୍ପରକୁ ଭେଟନ୍ତି । ଗତ ବର୍ଷ ଅମ୍ବାନୀଙ୍କ ହୋଲି ପାର୍ଟିରେ ସେମାନଙ୍କ ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା, ଯେଉଁଥିରେ ଭିକି କୌଶଲ କ୍ଯାଟ୍ରିନାଙ୍କ କେଶ ଠିକ କରୁଥିବା ଦେଖିବାକୁ ମିଳିଥିଲା ସେହିପରି ଗତ ବର୍ଷ ଦିୱାଲିରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ଆହୁରି ମଧ୍ୟ ଚଳିତ ବର୍ଷ ନୂଆ ବର୍ଷ ମଧ୍ୟ ଦୁହେଁ ଏକାଠି ପାଳିଥିଲେ । ଖବର ମୁତବକ, ଦୁହେଁ ମହାରାଷ୍ଟ୍ରର ଆଲିବାଗରେ ଏକାଠି ଥିଲେ ଓ ତାଙ୍କ ସହ ଭିକିଙ୍କ ଭାଇ ସନି କୌଶଲ ଓ କ୍ଯାଟ୍ରିନାଙ୍କ ଭଉଣୀ ଇଶାବେଲ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’ ର ସ୍କ୍ରିନିଙ୍ଗ ପାର୍ଟିରେ ମଧ୍ୟ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

କିଛି ଦିନ ପୂର୍ବରୁ ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ କପୁର ଭିକି ଓ କ୍ଯାଟ୍ରିନା ପରସ୍ପରକୁ ଡେଟ କରୁଥିବା କଥା ଖୁଲାସା କରିଥିଲେ । ଗତ ବର୍ଷ ଭିକିଙ୍କୁ କ୍ଯାଟ୍ରିନାଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ପଚରା ଯିବାରୁ ସେ ଏହା ସିଧାସଳଖ ଅସ୍ଵୀକାର କରି ଦେଇଥିଲେ ଓ କହିଥିଲେ କି ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା କରିବାକୁ ଚାହାଁନ୍ତିନି । ଆପଣଙ୍କୁ ସେମାନଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।