ଯୁବକର ମୁଣ୍ଡରେ ବାଜିଥିଲା 100 ଟି ଗୁଳି, 5 ଘଣ୍ଟା ଅପରେସନ କଲେ ଡାକ୍ତର ଆଉ ତାପରେ..

ଦେଶର ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ୍ (SGRH) ରେ ଏକ ନିଆରା ଏବଂ ସଫଳ ଅପରେସନ୍ ହୋଇଛି । ଜଣେ ଆହତ ବ୍ୟକ୍ତିଙ୍କ ମୁଣ୍ଡରେ 100 ଗୁଳି ଥିଲା । ରୋଗୀଙ୍କ ଉପରେ ନିକଟରୁ ଗୁଳି ଚଳା ଯାଇଥିଲା । ବିହାରର 39 ବର୍ଷିୟ ରାଧେଶ୍ୟାମଙ୍କୁ ଜୁଲାଇ 22 ରେ ଗୁଳି କରାଯାଇଥିଲା । ଏହାର କିଛି ସମୟ ପରେ ତାଙ୍କୁ ଲୋକ ନାୟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ସ୍ଥିତିରେ ଗମ୍ଭୀରତା ଦେଖି ତାଙ୍କୁ ତୁରନ୍ତ ସାର୍ ଗଙ୍ଗା ରାମ ଡାକ୍ତରଖାନା କୁ ଅଣାଯାଇଥିଲା । ତାଙ୍କର ଏଠାରେ ଅସ୍ତ୍ରୋପଚାର କରା ଯାଇଥିଲା ।

ଡାକ୍ତରମାନେ କହିଛନ୍ତି ଯେ ଯେତେବେଳେ ରାଧେଶାମ ଙ୍କୁ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳେ ତାଙ୍କର ପ୍ରବଳ ରକ୍ତସ୍ରାବ ହେଉଥିଲା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ମୁଣ୍ଡର ସି.ଟି ସ୍କାନ କରି ରିପୋର୍ଟ କରାଯାଇଥିଲା, ଏହା ପରେ ମୁଣ୍ଡରେ ଅନେକ ବୁଲେଟ ଖଣ୍ଡ ମିଳିଥିଲା ଏବଂ ଅନେକ ରକ୍ତ ଜମାଟ ବାନ୍ଧିବା ପରି ଜଣାପଡିଥିଲା ।

କେବଳ ଏତିକି ନୁହେଁ, ବୁଲେଟ୍ ର ଅନେକ ଖଣ୍ଡ କ୍ରାନିୟମ୍ ଭିତରେ ଫସି ରହିଥିଲା ​ । ଡାକ୍ତରମାନେ ଏହା ପଛରେ କାରଣ ଦର୍ଶାଇଥିଲେ ଯେ ବୁଲେଟ୍ ମୁଣ୍ଡ ଭିତରେ ଥିବା ହାଡକୁ ଆଘାତ କରି ମୁଣ୍ଡ ଭିତରର ଅନେକ ଅଂଶକୁ ନଷ୍ଟ କରି ଦେଇଛି ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାର ନ୍ୟୁରୋ ସର୍ଜନ ଡକ୍ଟର ସମୀର କାଲ୍ରା କହିଛନ୍ତି ଯେ ରାଧେଶ୍ୟାମଙ୍କ ଅପରେସନ୍ କରିବା ପାଇଁ କରୋନା ପରୀକ୍ଷା ମଧ୍ୟ କରାଯାଇ ନାହିଁ । ରିପୋର୍ଟ ହୋଇଥିଲା ଯେ ଯେତେବେଳେ ରୋଗୀର ଖପୁରୀ ଖୋଲିଲା ସେତେବେଳେ ଜଣାପଡିଥିଲା ​​ଯେ ପ୍ରାୟ 100 ଟି ବୁଲେଟ ମସ୍ତିଷ୍କର ବିଭିନ୍ନ ସ୍ଥାନକୁ ଗଭୀର ଭାବରେ ପ୍ରବେଶ କରିଛି । ଅପରେସନ୍ ସମୟରେ, ବୁଲେଟ୍ ଖଣ୍ଡଗୁଡିକ ମସ୍ତିଷ୍କରୁ ବାହାର କରାଯାଇଥିଲା । ପାଞ୍ଚ ଘଣ୍ଟା ଧରି ଚାଲିଥିବା ଅପରେସନ ପରେ ରୋଗୀର ଅବସ୍ଥା ସୁଧୁରିବା ସହ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।