ହନୁ ମାଙ୍କଡ କେମିତି ଜାଣିଲା ‘ସୋଆ ପ୍ରାଣୀ ଚିକିତ୍ସାଳୟ” ର ରାସ୍ତା ? ମାଙ୍କଡର ଏଭଳି ଆଚରଣ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି, ଦେଖନ୍ତୁ Video

ମଣିଷ ଭଳି ଆଚରଣ କରିଛି ଏକ ହନୁ ମାଙ୍କଡ । ପ୍ରାଣୀ ଚିକିତ୍ସାଳୟକୁ ଆସି ବସିଲା, ଆଉ ତା’ପରେ ଡାକ୍ତରଙ୍କ ହାତ ଟାଣିଲା । ନୂତନ ପ୍ରାଣୀ ଚିକିତ୍ସାଳୟର ପ୍ରଥମ ରୋଗୀ ହୋଇଛି ହନୁ । ଡାକ୍ତରଖାନା ଉଦଘାତନ ନ ହେଉଣୁ ନିଜେ ପହଞ୍ଚିଗଲା ଆଉ ଚିକିତ୍ସା ଦାବି କଲା । ତାକୁ ଖାଇବାକୁ ଦେଲେ ଖାଉ ନଥିଲା କି ଘଉଡାଇଲେ ଯାଉ ବି ନଥିଲା । ଏହିପରି କିଛି କରି ଦେଖାଇଛି ହନୁ ମାଙ୍କଡ ଟିଏ । ଯାହା ପରେ ତା’ର ଚିକିତ୍ସା କରିବାକୁ ବାଧ୍ୟ ହୋଇଥିଲେ ଡାକ୍ତର ।

ରାଜ୍ୟର ପ୍ରଥମ ଘରୋଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଉଦଘାଟନ ଉତ୍ସବରେ ପ୍ରଥମ ରୋଗୀ ନିଜେ ଆବିର୍ଭାବ ହୋଇଛି । ମାଙ୍କଡର ଏହିଭଳି ଆଚରଣକୁ ନେଇ କେବଳ ଚର୍ଚ୍ଚା ହେଉନି ବରଂ ସମସ୍ତଙ୍କୁ ଏହା ଖୁବ ଆଶ୍ଚର୍ଯ୍ୟ ମଧ୍ୟ କରୁଛି । ସୋଆ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ରାଜଧାନୀ ଉପକଣ୍ଠ ସାମପୁରରେ ରାଜ୍ୟର ପ୍ରଥମ ଘରୋଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଉଦଘାଟନୀ ଥିଲା ।

ଏହାର ଠିକ ପୂର୍ବରୁ ଏକ ଅଦ୍ଭୁତ ଓ ଆଶ୍ଚର୍ଜ୍ୟଜନକ ଘଟଣା ଘଟିଲା । ଉଦଯାପନୀ ଉତ୍ସବ ସ୍ଥଳରେ ହଠାତ ପହଞ୍ଚିଥିଲା ଏକ ହନୁ ମାଙ୍କଡ । କିଛି ସମୟ ସେଠାରେ ବୁଲିବା ପରେ ଏକ ଚେୟାର ଉପରେ ସେ ବସି ପଡିଲା । ଘଉଅଡାଇଲେ ବି ସେ ଗଲାନାହିଁ । କିଛି ଲୋକେ ତାକୁ ବିସ୍କୁଟ କଦଳୀ ଆଦି ଦେଲେ ବି ସେ ଖାଇଲାନି । ସେ କାହାର କିଛି କ୍ଷତି ମଧ୍ୟ କରି ନଥିଲା ।

ଏପରିକି ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ହାତକୁ କିଛି ସମୟ ଧରିଲା । ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ କିନ୍ତୁ ଡର ବି ଲାଗୁଥିଲା । କାହାକୁ ଯେମିତି ଖୋଜୁଥିଲା ମାଙ୍କଡଟି । କିଛି ସମୟ ପରେ ଜଣେ ପ୍ରାଣୀ ଚିକିତ୍ସକ ଆସିଲେ । ତାଙ୍କ ହାତ ଧରି ବିକଳ ହୋଇ ଚାହିଁଲା ହନୁଟି । ସେଇଠୁ ବୁଝାପଡିଲା କି ସେ ଅସୁସ୍ଥ ଅଛି । ପ୍ରାଣୀ ଚିକିତ୍ସକଙ୍କ ଟିମ୍ ହନୁର ଶରୀରକୁ କିଛି ସମୟ ପରୀକ୍ଷା କଲାପରେ ଜାଣିବାକୁ ମିଳିଲା କି ତା’ର କିଛି ଲିଙ୍ଗଗତ ସମସ୍ଯା ଥିଲା ।

ଯେଉଁଥି ପାଇଁ ମାଙ୍କଡଟି ଯନ୍ତ୍ରଣା ପାଉଥିଲା । ଏହି ସମୟରେ ସେଠାରେ ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ତଥା ପ୍ରାଣୀ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ ଓ ସୋଆ ପ୍ରତିଷ୍ଠାତା ସଭାପତି ମନୋଜରଞ୍ଜନ ନାୟକ । ସବୁ ଦେଖିବା ଓ ଶୁଣିବା ପରେ ମାଙ୍କଡର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅତିଥି ।

ଟାଙ୍କୁଲାଇଜର ଦିଆଯାଇ ହନୁକୁ ଅଚେତ କରିବା ପରେ ଟା’ର ଅସ୍ତ୍ରୋପଚାର କରା ଯାଇଥିଲା । କିଛି ସମୟ ପରେ ସେ ସୁସ୍ଥ ହୋଇଥିଲା ଏବଂ ଯେମିତି ଆସିଥିଲା ସେମିତି ଚାଲି ଯାଇଥିଲା । ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।