ଆଖି ବୁଜି ଦେଲେ ଆକାଶର ଭୂତ (Ghost of Kyiv), ଯାହାଙ୍କ ବାହାଦୁରି ଶୁଣିଲେ ଆପଣ ବି କରିବେ ସଲାମ !

ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ୟୁକ୍ରେନର ରହସ୍ୟମୟ ପାଇଲଟ । ସେ ଏକାକୀ ଖସାଇ ଦେଇଥିଲେ ଋଷିଆର ପ୍ରାୟ ୪୦ଟି ବିମାନ । ଏହି ଖତରନାକ ପାଇଲଟ ‘ଘୋଷ୍ଟ ଅଫ କିଭ’ ଭାବେ ବେଶ ପରିଚିତ ଥିଲେ । କିନ୍ତୁ ରୁଷ ସହ ଲଢେଇ କରୁ କରୁ ଟଳି ପଡିଛନ୍ତି ଏହି ରହସ୍ୟମୟ ପାଇଲଟ । ୟୁକ୍ରେନରୁ ସାମ୍ନାକୁ ଆସିଛି ୱାର ହିରୋ ବା ଯୁଦ୍ଧ ବୀରଙ୍କ ଏମିତି ଏକ ଦୁଃଖଦ କାହାଣୀ । ତାଙ୍କ କଥା ଯିଏ ଶୁଣୁଛି କହୁଛି, “ବାଃ ଯୋଦ୍ଧା ହେବ ତ ଏମିତି ।” ଏହି କାହାଣୀଟି ହେଉଛି ମେଜର ଷ୍ଟିପାନ ତାରାବଲକା ଙ୍କର ।

ତାରାବଲକା ୟୁକ୍ରେନ ବାୟୁ ସେନାରେ ପାଇଲତ ଭାବେ କାମ କରୁଥିଲେ । ୟୁକ୍ରେନ ଓ ଋଷ ମଧ୍ୟରେ ଚାଲୁଥିବା ଯୁଦ୍ଧ ସମୟରେ ଏହି ସାହସୀ ପାଇଲଟ ଋଷିଆର ପ୍ରାୟ ୪୦ଟି ଲଢୁଆ ବିମାନକୁ ଏକାକୀ ଖସାଇ ଦେଇଥିଲେ । ସେ ଏପରି କରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ତେବେ ଘୋଷ୍ଟ ଅଫ କିଭ ଭାବେ ସୁପରିଚିତ ଏହି ଦକ୍ଷ ପାଇଲଟଙ୍କ ଗତ ମାସରେ ଦେହାନ୍ତ ହୋଇ ସାରିଥିବା ଜଣାପଡିଛି ।

ଦି ଟାଇମ୍ସର ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ତାରିଖ ଦିନ ମିଗ-୨୯ ବିମାନ ଚଳେଇ ଲଢେଇ କରୁଥିଲେ ଏହି ପାଇଲଟ । ଆଉ ସେହି ବିମାନକୁ ଗୁଳି ମାରି ଖସେଇ ଦେଇଥିଲା ଋଷ । ଯାହାକୁ ନେଇ ୟୁକ୍ରେନ ସରକାର ସୂଚନା ଦେବା ସହ ଟ୍ବିଟ କରି ଜଣାଇଛନ୍ତି କି, ଲୋକେ ତାଙ୍କୁ ଘୋଷ୍ଟ ଅଫ କିଭ ବୋଲି ଡାକୁଥିଲେ ।

ଆକ୍ରମଣକାରୀ ଋଷିଆର ଲଢୁଆ ବିମାନ ଗୁଡିକ ପାଇଁ ସେ ଏକ ପ୍ରକାର ଆତଙ୍କ ପାଲଟି ଯାଇଥିଲେ ବୋଲି ୟୁକ୍ରେନ ସରକାର କହିଛନ୍ତି । ପଶ୍ଚିମ ୟୁକ୍ରେନର କାରୋଲିପକା ନାମକ ଏକ ଛୋଟ ଗାଁ’ରେ ଏହ ଶ୍ରମଜୀବୀ ପରିବାରରେ ଜନ୍ମ ହୋଇଥିଲେ ମେଜର ତାରାବଲକା । ତାଙ୍କ ଗାଁ ଆକାଶ ଦେଇ ଉଡି ଯାଉଥିବା ଲଢୁଆ ପାଇଲଟ ବିମାନ ଗୁଡିକୁ ଦେଖି ସେ ପିଲାବେକୁ ଜଣେ ପାଇଲଟ ହେବାକୁ ମନ ବଳାଇଥିଲେ ।

ଯାହା ସେ ସତ କରି ମଧ୍ୟ ଦେଖାଇଥିଲେ । ୟୁକ୍ରେନ ଓ ଋଷ ଯୁଦ୍ଧରେ ତାଙ୍କ ଭୂମିକା ଖୁବ ଗୁରୁତ୍ଵପୂର୍ଣ୍ଣ ଥିଲା । ତାଙ୍କୁ ୟୁକ୍ରେନ ଚିରଦିନ ପାଇଁ ମନେରଖିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।