ସମ୍ଭାବ୍ୟ ବାତ୍ୟାର ଗତିପଥ କୁଆଡେ ? ଓଡିଶାକୁ ହେବ ଭୟଙ୍କର ? ଦେଖନ୍ତୁ ଏନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ଓଡ଼ିଶାକୁ ପୁଣି ଥରେ ଖରାଦିନିଆ ବାତ୍ୟା ଭୟ ରହିଛି । ଦାନା ବାନ୍ଧୁଛି ବାତ୍ୟା । ମେ’ 10 ତାରିଖ ବେଳକୁ ଏହି ସମ୍ଭାବ୍ୟ ବାତ୍ୟା ଆସିପାରେ । ବର୍ତ୍ତମାନ ରାଜ୍ୟରେ ଚିନ୍ତା ବଢାଇଛି ଏହି ସମ୍ଭାବ୍ୟ ବାତ୍ୟା । ତେବେ ଏହି ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ ଅଲଗା ଅଲଗା ଆକଳନ କରିଛନ୍ତି । ଅଧିକାଂଶ ମଡେଲ ଅନୁସାରେ ଏହି ସମ୍ଭାବ୍ୟ ବତ୍ର୍ୟ ଭୀଷଣ ରୂପ ନେଇପାରେ ବୋଲି କୁହାଯାଉଛି ।

ଆସନ୍ତା ୧୦ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହି ବାତ୍ୟା ମାଡ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଏପରିକି ଏହା ଦିଗ ବଦଳାଇ ବାଂଲାଦେଶ ଆଡକୁ ମୁହାଁଇ ପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ଯେ ଆସନ୍ତା ଆସନ୍ତା ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମନ ସାଗରରେ ଘୂର୍ଣ୍ଣିବାଲେ ସୃଷ୍ଟି ହେବାର ସମ୍ଭାବନା ଅଛି । ମେ ୫ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ସ୍ଧିକ ଘନୀଭୂତ ହୋଇପାରେ ବୋଲି ଆକଳନ କରାଯାଉଛି ।

ବିଦେଶୀ ପାଣିପାଗ ସଂସ୍ଥା ECMWF ର ପୂର୍ବାନୁମାନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡିଶାରେ ମାଡ ହେବାର ସମ୍ଭାବନା ଅଧିକ ରହିଛି । ଆମେରିକାନ ଜିଏଫଏସ ମଡେଲ ମଧ୍ୟ ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦକ୍ଷିଣ ଆଣ୍ଡାମନରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ଏବଂ ଅବପାତରେ ମଧ୍ୟ ପରିଣତ ହେବାର ସମ୍ଭାବନା ରହିଛି ।

ବାତ୍ୟାକୁ ନେଇ ବିଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିବା ବେଳେ ବାତ୍ୟା କେତେ ମାତ୍ରାରେ ଘନୀଭୂତ ହେବ ଓ ଏହାର ଗତିପଥ କେଉନମାଦେ ଯିବ ଏବେ ଠାରୁ ସଠିକ ଭାବେ କହି ହେଉ ନାହିଁ ବା କହିବା ଅନୁଚିତ ହେବ ବୋଲି କହୁଛନ୍ତି । କିନ୍ତୁ ଓଡିଶା, ଆନ୍ଧ୍ର ପ ପଶ୍ଚିମବଙ୍ଗ ଭଳି ରାଜ୍ୟ ଟାର୍ଗେଟରେ ରହୁଛନ୍ତି ବୋଲି କୁହାଯାଉଛି ।

ଖରା ମାସରେ ଆଗରୁ ଯେତେ ବି ବାତ୍ୟା ଆସିଛି ପ୍ରାୟ ବାତ୍ୟା ଗୁଡିକ ଲ୍ୟାଣ୍ଡଫଲ କରିଛି ଓ ଭୀଷଣ ଭାବେ ମଧ୍ୟ ହୋଇଛି । ତେଣୁ ପୁଣି ଥରେ ବାତ୍ୟା ଖବର ଲୋକଙ୍କୁ ଆତଙ୍କିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକକରନ୍ତୁ ।