ଏମିତି କାରିଗରୀ ଖୋଜିଲେ ବି ପାଇବେନି, ଏମାନଙ୍କ ଆଗରେ ଫେଲ ହୋଇଯିବେ ଦୁନିଆର ବଡ ବଡ ଡିଜାଇନର, ଦେଖନ୍ତୁ…

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଫନି ଭିଡିଓ ନେଇ ଆସିଛୁ ଯାହାକି କାରିଗର ଏବଂ ଇଞ୍ଜିନିୟର ମାନଙ୍କ ଉପରେ ରହିଛି । ଏକଠୁ ବଳି ଆରେକ ଏହି କାରନାମା ସବୁ ଦେଖିଲେ ଆପଣ ବି ହସି ହସି ବେଦମ ହୋଇଯିବେ । ଏହି ମିସ୍ତ୍ରୀ ଜଣଙ୍କୁ ‘କମର୍ ଲେଫ୍ଟ ରାଇଟ ହାଲେ’ ଗୀତଟି କିଛି ଅଧିକ ବୋଧେ ପସନ୍ଦ ଥିଲା । ସେଥିପାଇଁ ଘରର କମର୍ ହିଁ ଲେଫ୍ଟ ରାଇଟ ବନେଇ ଦେଲେ । ଘରଟି ଏମିତି ବଙ୍କା ତେଢା ବନେଇଛନ୍ତି ଯେ ମାଲିକ ବି ଦେଖିକି କାନ୍ଦୁଥିବ ।

ସେହିପରି ଆଉ ଏକ ଆପାର୍ଟମେଣ୍ଟର ଦୃଶ୍ୟ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ମିସ୍ତ୍ରୀ ଜଣକ ସବୁ ଝରକା ସମାନ ଭାବେ ବନେଇଥିବା ବେଳେ ଗୋଟିଏ ଝରକାକୁ ଏକଦମ ବଙ୍କା ବନେଇ ଦେଇଛନ୍ତି । ଲାଗୁଛି ସେଦିନ ମିସ୍ତ୍ରୀ ଜଣକ ଘରୁ ସ୍ତ୍ରୀଙ୍କ ଉପରେ ରାଗିକି ଆସିଥିଲେ, ଆଉ ସବୁ ରାଗ ଝରକା ଉପରେ ହିଁ ସୁଝେଇ ଦେଇଛନ୍ତି ।

ମିସ୍ତ୍ରୀ ମାନଙ୍କ କାମରେ ବହୁତ ଧୂଳି ସିମେଣ୍ଟ ଆଦି ଉଡିଥାଏ ଓ ସେସବୁ ଭିତରେ ବି ତାଙ୍କୁ କାମ କରିବାକୁ ପଡେ । କିନ୍ତୁ ଏହି ଭାଇଜଣକ ଟିକେ ବୁଦ୍ଧି ଖଟେଇ ହେଲମେଟ ହିଁ ପିନ୍ଧି ନେଇଛନ୍ତି । ଏବେ ସାରା ଦିନ ପଥର କାଟିଲେ ବି ତାଙ୍କୁ କିଛି ଅସୁବିଧା ହେବନି ।

ଆପଣ ଅନେକ ଥର ଶୁଣିଥିବେ ଓ ଫିଲ୍ମ ମାନଙ୍କରେ ବି ଦେଖିଥିବେ କି କାନ୍ଥର ବି କାନ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ସତରେ କାନ୍ଥର କାନ ଦେଖାଇବୁ । ମିସ୍ତ୍ରୀଜଣଙ୍କୁ ବୋଧେ ଅନ୍ୟମାନଙ୍କ କଥା ଶୁଣିବାର ବହୁତ ସଉକ ଅଛି, ସେଥିପାଇଁ ଏହି ଲୋକକଥାକୁ ସତ ସାବ୍ୟସ୍ତ କରି କାନ୍ଥରେ ହିଁ କାନ ବନେଇ ଦେଇଛନ୍ତି ।

ଆପଣ କେବେ ତାଜମହଲ ଦେଖିଛନ୍ତି କି ? ଯଦି ଦେଖି ନାହାନ୍ତି ତେବେ ଏହି ଘର ଦେଖି ନିଅନ୍ତୁ ଆଉ କେବେ ତାଜମହଲ ଦେଖିବାକୁ ପଡିବ ନାହିଁ । ମିସ୍ତ୍ରୀଜଣକ ଘରଟିକୁ ଏମିତି ତିଆରି କରିଛନ୍ତି ଶାହଜାହାନଙ୍କର ବି ହୋସ୍ ଉଡିଯିବ ।

ଆପଣ ବହୁତ ମହଙ୍ଗା ପାଇଖାନା ସବୁ ଦେଖିଥିବେ, ଯେଉଁଠିଅନେକ ପ୍ରକାରର ସୁବିଧା ରହିଥାଏ । କିନ୍ତୁ ଏପରି ଅନନ୍ୟ ପାଇଖାନା ଆପଣ ଆଜି ପର୍ଯ୍ୟନ୍ତ ଦେଖି ନଥିବେ । ଆପଣ ଦେଖିଲେ ପ୍ରଥମେ ଭାବିବେ କି ତୂରୀକୁ ଏଠି ଏମିତି କଣ ପାଇଁ ଲଗେଇ ରଖିଛନ୍ତି । କିନ୍ତୁ କିଛି ସମୟ ଧ୍ୟାନର ସହ ଦେଖିଲେ ଜାଣିପାରିବେ କି ଇଏ ତ ଟଏଲେଟ ଅଟେ ।

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବିଷୟରେ କିଏ ବା ନଜାଣେ । ଏହି ବ୍ୟକ୍ତି ବି ବୋଧେ ଅମ୍ବାନୀଙ୍କ ପରି ଘର ବନେଇବାକୁ ଇଚ୍ଛା ରଖିଥିଲେ । ତାଙ୍କ ପାଖରେ ପଇସା ସିନା କମ୍ ଥିଲା କିନ୍ତୁ ବୁଦ୍ଧି ବହୁତ ତେଜ ଥିଲା । ତେଣୁ ଆଣ୍ଟିଲିଆର ଫଟୋକପି ଭଳି ଆଉ ଏକ ଘର ବନେଇ ଦେଲେ ।

ଯାହା ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ । ମନେ ରଖନ୍ତୁ ଏବେ ଦୁନିଆରେ ଦୁଇଟି ଆଣ୍ଟିଲିଆ ହୋଇଗଲା । ତେବେ ଏହିସବୁ କାରିଗରୀ ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।