ସାଉଥ ସୁପରଷ୍ଟାର ସୂର୍ଯ୍ୟାଙ୍କ ଅଭିନୀତ ତାମିଲ ଫିଲ୍ମ “ସୋରାରାଇ ପୋଟରୁ” ଆପଣ ନିଶ୍ଚୟ ଦେଖିଥିବେ କିମ୍ବା ଫିଲ୍ମ ବିଷୟରେ ଜାଣିଥିବେ । ଗାଁର ଜଣେ ବ୍ୟକ୍ତିଙ୍କ ଉପରେ ପର୍ଯ୍ୟବେଶିତ ଥିଲା ଏହି ଫିଲ୍ମର କାହାଣୀ । ଯିଏ କି ଖୁବ ସୁଲଭ ମୂଲ୍ଯରେ ଲୋକଙ୍କୁ ବିମାନ ସେବା ଯୋଗାଇ ଦେଉଥିଲେ । ଏଥିପାଇଁ ତାଙ୍କୁ ଅନେକ ରାଜନେତା ଓ ବଡ ବଡ ବ୍ୟବସାୟୀଙ୍କ ସହ ମଧ୍ୟ ଲଢେଇ କରିବାକୁ ପଡିଥିଲା । ଏହି ଚଳଚ୍ଚିତ୍ରକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଥିଲା ।
ତେବେ ଏହି ଫିଲ୍ମଟି କ୍ଯାପଟେନ ଜି.ଆର. ଗୋପୀନାଥଙ୍କ ବାସ୍ତବ ଜୀବନ ଉପରେ ଚିତ୍ରିତ ହୋଇଥିଲା । ବେଶ ସଂଘର୍ଷରେ କଟିଥିଲା କ୍ଯାପଟେନ ଜି.ଆର. ଗୋପୀନାଥଙ୍କ ଜୀବନ । ଜୀବନରେ ସଫଳତା ଓ ବିଫଳତା ଭିତରେ ସେ କେବେବି ଲଢେଇ କରିବା ଛାଡି ନଥିଲେ । ନିଜ ସ୍ଵପ୍ନ ପୁରା କରିବା ସହ ସାଧାରଣ ଲୋକଙ୍କୁ ବିମାନ ସେବା ଯୋଗାଇ ଦେଇଥିଲେ ଜି.ଆର. ଗୋପୀନାଥ । 13 ନଭେମ୍ବର 1951 ରେ ତନକର ଜନ୍ମ ହୋଇଥିଲା ।
କର୍ଣ୍ଣାଟକର ଗୋରୁର ଗାଁରେ ନିଜ ପିଲାବେଳ କଟାଇଥିଲେ ଜି.ଆର. ଗୋପୀନାଥ । ଘରେ ପାଠପଢା ପରେ 1962 ରେ ସୈନିକ ସ୍କୁଲରେ ପାଠ ପଢିବା ଆରମ୍ଭ କରିଥିଲେ ଜି.ଆର. ଗୋପୀନାଥ । ସେହିଠାରୁ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଗୋପୀନାଥ । ପାଠପଢା ଶେଷ ପରେ ନ୍ୟାସନାଲ ଡିଫେନସ ଏକାଡେମିରେ ସେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ପ୍ରାୟ ଆଠ ବର୍ଷ ଚାକିରି କରିଥିଲେ ।
ହେଲେ ମାତ୍ର 28 ବର୍ଷରେ ସେନାରୁ ଇସ୍ତଫା ଦେଇ ଜଣେ ଚାଷୀ ଭାବେ ନିଜ ଜୀବନ ଆରମ୍ଭ କରିଥିଲେ ଗୋପୀନାଥ । ପରେ ଫାର୍ମ ଓ ହୋଟେଲ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ । 1997ରେ ସେ ଡେକାନ ଇଭୋଲ୍ଯୁସନ ନାଁରେ ଏକ କମ୍ପାନୀ ଆରମ୍ଭ କରିଥିଲେ । ସେଠାରେ ସେ ପ୍ରଥମେ ଲୋକଙ୍କୁ ଚାଟାର୍ଡ ହେଲିକପ୍ଟର ସେବା ଯୋଗାଉଥିଲେ । ପରେ 2003 ରେ ଲୋକଙ୍କୁ କମ୍ ମୂଲ୍ୟରେ ବିମାନ ସେବା ଯୋଗାଇବା ପାଇଁ 2003 ରେ ଡେକାନ ଏୟାରଲାଇନର ଶୁଭାରମ୍ଭ କରିଥିଲେ ।
ଏଥିରେ ସେ ନିଜ ଜୀବନର ସମସ୍ତ ପୁଞ୍ଜି ବିନିଯୋଗ କରି ଦେଇଥିଲେ । ହେଲେ ଆର୍ଥିକ ସ୍ଥିତି ଖରାପ ହେବା ଯୋଗୁଁ ତାଙ୍କୁ ଅନେକ ଉତ୍ଥାନ ପତ୍ତନ ଦେଇ ଯିବାକୁ ପଡିଥିଲା । ଏହାପରେ ବି ସେ ହାର ମାନି ନଥିଲେ । 2013 ରେ ଡେକାନ 360 ନାମରେ ଆଉ ଏକ ଏୟାର କାର୍ଗୋର ଶୁଭାରମ୍ଭ କରିଥିଲେ ଗୋପୀନାଥ ।
ଏହା ମଧ୍ୟ କିଛିଦିନ ମଧ୍ୟରେ ଠପ୍ ହୋଇ ଯାଇଥିଲା । ଗୋପୀନାଥ କିନ୍ତୁ ଶିଖାଇ ଦେଇଥିଲେ ଯେ ଜୀବନରେ ଯେତେ ବିଫଳତା ଆସିଲେ ବି ମୁଣ୍ଡ ନୁଆଁଇବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।