“ମୋ ବସ୍” ରେ ଯାତ୍ରୀଙ୍କୁ ଏମିତି ଲୁଟୁଥିଲେ ଚୋର ଗ୍ୟାଙ୍ଗ, ସେମାନଙ୍କ କାଇଦା ଜାଣିଲେ ଆପଣ ଅବାକ ହେଇଯିବେ, ଦେଖନ୍ତୁ video

ସାତ ଜଣିଆ ଚୋର ଗ୍ୟାଙ୍ଗଙ୍କୁ ମୋ ବସ୍ ରୁ ମାଡି ବସିଲା ପୋଲିସ । ଏହି ଚୋର ଗ୍ୟାଙ୍ଗ ଏକାଠି ବସରେ ଚଢୁଥିଲେ ଆଉ କୃତ୍ରିମ ଭିଡ ତିଆରି କରୁଥିଲେ । ଏହାପରେ ବସରେ ଯାଉଥିବା ଯାତ୍ରୀଙ୍କୁ ଲୁଟ୍ କରୁଥିଲେ । ଟ୍ଵିନସିଟିର ବସ୍ କୁ ଟାର୍ଗେଟ କରି ଏଭଳି ଲୁଟ୍ କରି ଚାଲିଥିଲେ ଏହି ସାତଜଣ । ଶେଷରେ ଏମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ 57 ହଜାର ଟଙ୍କା ଓ 9ଟି ମୋବାଇଲ ପୋଲିସ ଜବତ କରିଛି ।

ଲୋକଙ୍କୁ ଲୁଟିବା ପାଇଁ ଏହି ଲୁଟେରାମାନେ ଏଭଳି ଉପାୟ ବାହାରି କରିଥିଲେ ଯେ ଆପଣ ଜାଣିଲେ ଅବାକ ହୋଇଯିବେ । ଏହି ଲୁଟେରାଙ୍କ ଟାର୍ଗେଟରେ ରହିଥିଲେ କଟକ ଓ ଭୁବନେଶ୍ବର ରୁଟ୍ ରେ ଚାଲୁଥିବା ବସ୍ ଯାତ୍ରୀ । ଯାତ୍ରୀଙ୍କ ଠାରୁ କୌଶଳ କ୍ରମେ ମୋବାଇଲ ଏବଂ ଟଙ୍କା ଲୁଟିବା ପାଇଁ ବେଶ ନିଆରା ଉପାୟ ବାହାର କରିଥିଲେ ଲୁଟେରା ମାନେ । ସାତଜଣ ଯାକ ମିଶି ଗୋଟିଏ ବସରେ ଚଢୁଥିଲେ ଆଉ ସେଠାରେ ଏକ କୃତ୍ରିମ ଭିଡ ତିଆରି କରୁଥିଲେ ।

କିଛିଦିନ ତଳେ ବିରଞ୍ଚି ସେଠୀ ନାମକ ଜଣେ ବ୍ୟକ୍ତି କଟକ- ଭୁବନେଶ୍ବର ମୋ ବସରୁ 42 ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଆଉ ଏବେ ପୋଲିସ ଲୁଟେରାଙ୍କୁ ଧରିବା ପରେ ନିଜ ଟଙ୍କା ଫେରି ପାଇଥିବା ଯାତ୍ରୀ ନିଜ ଅନୁଭୂତି ବଖାଣିଛନ୍ତି ଓ ରାଜଧାନୀ ପୋଲିସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବିରଞ୍ଚିଙ୍କ କହିବା ଅନୁଯାୟୀ ବସରେ ଯାଉଥିବା ବେଳେ ତାଙ୍କ ପକେଟ ହଠାତ ଖାଲି ଥିବା ଜାଣି ପଡ଼ିଥିଲେ ଆଉ ଏନେଇ ସେ ଚିଲେଇ ଥିଲେ । ଯଦି ସେହି ସମୟରେ ବସ ରାଖୀ ଯାଞ୍ଚ କରା ଯାଇଥାନ୍ତା ତେବେ ଚୋର ଧରା ପଡିଥାନ୍ତେ । ଯାହାବି ହେଉ 9ଦିନ ପରେ ମଧ୍ୟ ସେ ତାଙ୍କ ଟଙ୍କା ଫେରି ପାଇଛନ୍ତି ବୋଲି ବେଶ ଖୁସି ଅଛନ୍ତି । କମିଶନରେଟ ପୋଲିସ ଏବଂ ମିଡିଆ ଭାଇମାନଙ୍କ ସହଯୋଗ ଓ ଉଦ୍ୟମ ଫଳରେ ଆଜି ସେମାନେ ନିଜ ଟଙ୍କା ଫେରି ପାଇଛନ୍ତି ।

ରାଜଧାନୀ ପୋଲିସ ଛଦ୍ମବେଶରେ ବସରେ ଚଢି ଏହି 7 ଜଣିଆ ଗ୍ୟାଙ୍ଗକୁ କାବୁ କରିଛି । ତେବେ ପୂର୍ବରୁ ଏହି ଲୁଟେରାଙ୍କ ନାଁରେ 6ଟି ଅଭିଯୋଗ ଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।